ଅନନୁଶୋଚିୟ ଜାତକ

       ଏହିପରି ସେମାନେ ହିମାଳୟ ପର୍ଯ୍ୟନ୍ତ ଭ୍ରମଣ କଲେ । ତତ୍ପରେ ସେମାନେ ନାନା ତୀର୍ଥସ୍ଥାନ ବୁଲୁ ବୁଲୁ ବାରାଣସୀ ନଗରରେ ଉପସ୍ଥିତ ହୋଇ ରାଜୋଦ୍ୟାନରେ ଆଶ୍ରୟନେଲେ । ଏଠାରେ ଥିବା ଅବସ୍ଥାରେ ଭିକ୍ଷାନ୍ନ ଭକ୍ଷଣ କରି ସମ୍ମିଲ୍ଲଭାଷିଣୀ ଅତିସାର ରୋଗରେ ଆକ୍ରାନ୍ତ ହେଲେ । କୌଣସି ଔଷଧ ଓ ଉପଯୁକ୍ତ ପଥ୍ୟର ଅଭାବରୁ ଦିନକୁଦିନ ତାଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେଲା । ତହୁଁ ବୋଧିସତ୍ୱ ତାହାଙ୍କୁ ଗୋଟିଏ ବୃକ୍ଷ ମୂଳରେ ଶୁଆଇଦେଇ ଭିକ୍ଷା କରିବାକୁ ଚାଲିଗଲେ ।

         ଇତ୍ୟବସରରେ ନଗରର ବହୁ ନରନାରୀ ଏହି ଅପୂର୍ବ ସୁନ୍ଦରୀ ସନ୍ନ୍ୟାସିନୀଙ୍କୁ ଦେଖିବାପାଇଁ ତାଙ୍କ ଚାରିପାଖେ ରୁଣ୍ଡ ହେଲେ । ସନ୍ନ୍ୟାସିନୀଙ୍କ ଦୁରବସ୍ଥା ଦେଖି ସମସ୍ତେ ହାୟ ହାୟ କରିବାକୁ ଲାଗିଲେ । କିଛି ସମୟ ପରେ ସନ୍ନ୍ୟାସିନୀ ଇହଧାମ ତ୍ୟାଗ କରିଗଲେ । ତାଙ୍କ ରୋଗ ଯନ୍ତ୍ରଣା ଚିରଦିନ ପାଇଁ ଦୂର ହୋଇଗଲା । ଲୋକେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କଲେ ଓ ଅନେକେ ଉଚ୍ଚସ୍ୱରରେ ବିଳାପ କରିବାକୁ ଲାଗିଲେ ।

         ସନ୍ଧ୍ୟା ସମୟରେ ବୋଧିସତ୍ୱ ଭିକ୍ଷା ଶେଷକରି ବୃକ୍ଷମୂଳକୁ ଫେରିଆସି ଦେଖିଲେ, ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଅଛି ଓ ବହୁ ନରନାରୀ ତାଙ୍କୁ ବେଢି ବିଳାପ କରୁଅଛନ୍ତି । ସେ ଲବମାତ୍ର ବିଚଳିତ ନହୋଇ ନୀରବରେ ପତ୍ନୀଙ୍କର ଶବ ନିକଟରେ ବସିଲେ ଓ ଭିକ୍ଷାପାତ୍ରରୁ ଅନ୍ନ ଭୋଜନ କରିବାକୁ ଲାଗିଲେ । କେହି କେହି ତାଙ୍କୁ ପ୍ରଶ୍ନ କଲେ, “ଏ ସନ୍ନ୍ୟାସିନୀ ଆପଣଙ୍କର କଅଣ ହୁଅନ୍ତି?”

         ବୋଧିସତ୍ୱ ଉତ୍ତର କଲେ, “ଜୀବିତ ଅବସ୍ଥାରେ ସେ ମୋର ପତ୍ନୀ ଥିଲେ ଓ ମୁଁ ସନ୍ନ୍ୟାସ ଗ୍ରହଣ କରିବାରୁ ସେ ମଧ୍ୟ ସନ୍ନ୍ୟାସିନୀ ହୋଇଥିଲେ । ଏବେ ସେ ମୃତ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ