କିଏ ସମ୍ମାନର ଯୋଗ୍ୟ

ରତ୍ନାବତୀର ଏପରି ଅବସ୍ଥା ଦେଖି ତା’ର ସ୍ୱାମୀ ମନେ ମନେ ଏକ ଉପାୟ ପାଂଚିଲେ । ତାଙ୍କ ପାଖରେ ଥିବା ଜଣେ ବିଶ୍ୱସ୍ତ ଲୋକକୁ କିଛି ଧନରତ୍ନ ଦେଇ ରତ୍ନାବତୀର ପ୍ରେମିକକୁ ବିଷପାନ କରାଇ ମାରିଦେବାକୁ କହିଲା । ପ୍ରେମିକର ଖାଇବାରେ ବିଷଦେଇ ବିଷଦେଇ ରତ୍ନାବତୀ ସ୍ୱାମୀର ବିଶ୍ୱସ୍ତ ଲୋକଟି ତାକୁ ମାରିଦେଲା । ସେହି ଦିନ ରାତିରେ ରତ୍ନାବତୀ ପ୍ରେମିକକୁ ଦେଖିବା ପାଇଁ ଘରୁ ଲୁଚି ଲୁଚି ବାହାରିଗଲା । ରତ୍ନାବତୀ ଯିବା ସମୟରେ ରାସ୍ତାରେ ଗୋଟିଏ ଚୋର ତାକୁ ଦେଖିଲା । ଚୋରଟି ମନେ ମନେ ଏତେ ରାତିରେ ଏକା ଗୋଟିଏ ନାରୀକୁ କେଉଁ ଆଡକୁ ଯାଉଥିବାର ଦେଖି କାରଣ କ’ଣ ଜାଣିବାପାଇଁ ସେ ତାର ପଛେ ପଛେ ଚାଲିଲା । ଚୋରଟି ମଧ୍ୟ ରତ୍ନାବତୀର ପଛେ ପଛେ ଯାଇ ତା’ର ପ୍ରେମିକର ଘର ମଧ୍ୟରେ ଗୋଟିଏ ନିରାପଦ ସ୍ଥାନ ଦେଖି ଲୁଚିଗଲା ।

        ପ୍ରେମିକର ଘର ସାମ୍ନାରେ ଗୋଟିଏ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପିଶାଚ ରହୁଥିଲା । ପିଶାଚ ମଧ୍ୟ ରତ୍ନାବତୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାକୁ ଉପଭୋଗ କରିବାପାଇଁ ମନେ ମନେ ଚିନ୍ତା କଲା । ପିଶାଚ ତା’ର ମୃତ ପ୍ରେମିକ ଦେହରେ ପ୍ରବେଶ କରି ରତ୍ନାବତୀକୁ ଉପଭୋଗ କରିବାପାଇଁ ଠିକ୍ କଲା । ଏହି ଚିନ୍ତା ମନକୁ ଆସିବା କ୍ଷଣି ପିଶାଚ ସଂଗେ ସଂଗେ ମୃତ ପ୍ରେମିକର ଦେହରେ ପ୍ରବେଶ କରିଗଲା ଓ ରତ୍ନାବତୀକୁ ଉପଭୋଗ କଲା । ପିଶାଚଟି ଏତେ ମାତ୍ରାରେ ଉତ୍ତେଜିତ ହୋଇ ଉଠିଲା ଯେ, ଉତ୍ତେଜନା ବଶତଃ ସେ ରତ୍ନାବତୀର ନାକକୁ କାମୁଡି ଦେଲା । ଯାହାଫଳରେ କି ନାକର କିଛି ଅଂଶ ପ୍ରେମିକର ପାଟି ଭିତରେ ରହିଗଲା । ଏହାପରେ ପିଶାଚ ସଂଗେ ସଂଗେ ପ୍ରେମିକର ଦେହରୁ ବାହାରିଯାଇ ଗଛ ଉପରକୁ ପଳାଇଗଲା ।

        ନାକ କଟିଯିବାରୁ ରତ୍ନାବତୀ କଷ୍ଟ ହେତୁ ଜୋର୍ରେ କାନ୍ଦିବାକୁ ଲାଗିଲା । ପୁଣି ପ୍ରେମିକକୁ ଯେତେବେଳେ ମରିଯାଇଥିବାର ଦେଖିଲା ସେ କ’ଣ କରିବ କିଛି ଚିନ୍ତା କରିପାରିଲା ନାହିଁ । ସେ ଭୟଭୀତ ହୋଇ ସେଠାରୁ ଯିବାକୁ ବାହାରିଲା । ଚୋର ମଧ୍ୟ ଗୋଟିଏ କୋଣରେ ଲୁଚି ରହିଥିଲା । ସେ ଏସବୁ ଦେଖିବାପରେ ମଧ୍ୟ କିଛି ବୁଝି ପାରୁନଥାଏ । ସେ ମଧ୍ୟ ଏହା ଦେଖି ଭୟଭୀତ ହୋଇପଡିଥିଲା । ରତ୍ନାବତୀ ନିଜ ଘରେ ଯାଇ ପହଁଚି ସ୍ୱାମୀ ଶୋଇଥିବା ସ୍ଥାନରେ ବସି କାନ୍ଦିବାକୁ ଲାଗିଲା । ଘରେ ସମସ୍ତେ  ଶୋଇ ପଡିଥାଆନ୍ତି । ଏପରିକି ତା’ର ସ୍ୱାମୀ ମଧ୍ୟ ନିଦରେ ଶୋଇ ପଡିଥାଏ । ରତ୍ନାବତୀ ଜୋର୍ରେ କାନ୍ଦିବାରୁ ପ୍ରଥମେ ତା’ର ସ୍ୱାମୀର ନିଦ ଭାଙ୍ଗିଗଲା । ଏହାପରେ ଧୀରେ ଧୀରେ ପରିବାରର ସମସ୍ତ ସଦସ୍ୟ ଉଠିଗଲେ । ରତ୍ନାବତୀ ସମସ୍ତଙ୍କ ଆଗରେ ତା’ର ସ୍ୱାମୀ ନାକ କାଟି ଦେଇଥିବା କଥା କହିଲା । ଏ କଥା ଶୁଣି ଘରର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ରତ୍ନାବତୀର ଏପରି କଥା ଶୁଣି ସ୍ୱାମୀ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଗଲା । ରତ୍ନାବତୀର କାନ୍ଦ ଶୁଣି ପଡୋଶୀମାନେ ମଧ୍ୟ ଉଠିଗଲେ । ରତ୍ନାବତୀ ନାକ କଟିଯିବା ପାଇଁ ତା’ର ସ୍ୱାମୀକୁ ଦୋଷାରୋପ କରୁଥାଏ । ସମସ୍ତେ ରତ୍ନାବତୀର କଥା ଶୁଣି ତା’ର ସ୍ୱାମୀକୁ ଧିକ୍କାର କରୁଥାଆନ୍ତି । ରତ୍ନାବତୀର ସ୍ୱାମୀ ଯେତେ ସଫେଇ ଦେଲେ ମଧ୍ୟ ତା’ର କଥାକୁ କେହି ଶୁଣୁ ନଥାନ୍ତି । ଧୀରେ ଧୀରେ କଥା ଯାଇ ରାଜାଙ୍କ କାନରେ ପଡିଲା । ରାଜା ସଂଗେ ସଂଗେ ରତ୍ନାବତୀ ଓ ତା’ର ସ୍ୱାମୀକୁ ଡକାଇଲେ । ରତ୍ନାବତୀଠାରୁ ସବୁ କଥା ଶୁଣି ସାରିବାପରେ ରାଜା ସଂଗେ ସଂଗେ ତା’ର ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଦେଲେ । ରତ୍ନାବତୀର ସ୍ୱାମୀ କାନ୍ଦି କାନ୍ଦି ରାଜାଙ୍କୁ ଯେତେ ଯାହା କହିଲେ ମଧ୍ୟ ରାଜା କୌଣସି କଥା ଶୁଣିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ