ନକଲି ସୁନା

      ସୁଗୁଣାଙ୍କୁ ତାଙ୍କ ପୁଅଝିଅମାନେ କାହିଁକି ଖରାପ ବ୍ୟବହାର କରନ୍ତି ସେ କଥା ସେ ସହଜରେ ବୁଝିଗଲେ । ସେ ସୁଗୁଣାଙ୍କୁ କହିଲେ, “ଭଉଣୀ, ତୁମେ ଆଦୌ ଚିନ୍ତା କରନାହିଁ । ତୁମ ସ୍ୱାମୀ ମରିବାର କିଛିଦିନ ଆଗରୁ ମୋତେ ଅଳଙ୍କାର ପୂର୍ଣ୍ଣ ଗୋଟିଏ ବାକ୍ସ ଦେଇ ଯାଇଛନ୍ତି । ସେ ମୋତେ କାହିଁକି ଯେ ସେଇଟି ଦେଲେ ସେକଥା ସେ କିଛି ବି କହି ନାହାଁନ୍ତି । ଏବେ ତମେ ମୋ ଘରେ ରହିଥାଅ । ମୁଁ ତୁମ ପୁଅଝିଅଙ୍କୁ ଡାକି କିଛି କଥାବାର୍ତ୍ତା କରିବି ।”

      ମୁଖିଆ ସୁଗୁଣାଙ୍କ ପୁଅ ବୋହୂ ଓ ଝିଅ ଜ୍ୱାଇଁଙ୍କୁ ଡାକି କହିଲେ, “ତମେମାନେ ନିଜ ମା’ର ପାଳନ-ପୋଷଣ କରୁନାହଁ । ମା’ର ଯତ୍ନ ନେବା ତ ପିଲାଙ୍କର କର୍ତ୍ତବ୍ୟ । ତମେ ନ କଲେ କ’ଣ ହେଲା ସେ ବଂଚିଥିବା ପର୍ଯ୍ୟନ୍ତ ମୋ ଘରେ ସେ ରହିବେ ଓ ସେଥିପାଇଁ ତୁମ ବାପା ବ୍ୟବସ୍ଥା କରି ଯାଇଛନ୍ତି ।”

      ସେମାନେ ମୁଖିଆଙ୍କ କଥାରୁ କିଛି ବି ବୁଝିପାରିଲେ ନାହିଁ । ତେଣୁ ସେମାନେ କହିଲେ, “ମହାଶୟ, ଆପଣ ଆମକୁ ଏତେ କଥା ବୁଝାଇବା ପରିବର୍ତ୍ତେ ସଫା ସଫା କରି କହିଦିଅନ୍ତୁ କଥା କ’ଣ?”

      ତହୁଁ ମୁଖିଆ କହିଲେ, “ତେବେ ଶୁଣ, ତୁମ ବାପା ତାଙ୍କ ମୃତ୍ୟୁ ପୂର୍ବରୁ ମୋ ହାତରେ ସୁନାର ଅଳଙ୍କାର ପୂର୍ଣ୍ଣ ଏକ ବାକ୍ସ ଦେଇ କହିଥିଲେ ଯେ, ସେ ଓ ତୁମ ମା’ ଦୁହେଁ ମରିବା ପରେ ଏ ସୁନାତକ ଦୁଇଭାଇ ଓ ଭଉଣୀଙ୍କ ମଧ୍ୟରେ ବାଂଟି ଦେବାକୁ । ତା’ସହିତ ସେ ଏକଥା ମଧ୍ୟ କହିଥିଲେ ଯେ ଯିଏ ମା’ର ଯତ୍ନ ନ ନେବ ସେ ଏଥିରୁ ଆଦୌ ମୋଟେ ବି ଭାଗ ପାଇବ ନାହିଁ । ଏବେ ମୁଁ ଭାବୁଛି ଏହାକୁ ବିକ୍ରି କରି ଟଙ୍କା ଆଣି ତୁମ ମା’ଙ୍କୁ ଦେବି ଓ ସେ ଏଇଠି ରହିବେ ।”

      ଏ ସବୁକଥା ଶୁଣି ସେମାନେ ବଡ ଆଶ୍ଚର୍ଯ୍ୟ ହେଲେ । ଏହି ଅବସରରେ ମୁଖିଆ ତାଙ୍କ ଘର ଭିତରକୁ ଯାଇ ବାକ୍ସଟିଏ ଆଣି ଖୋଲି ଦେବାରୁ ସମସ୍ତେ ଦେଖିପାରିଲେ ବାକ୍ସ ଭର୍ତ୍ତି ସୁନ୍ଦର ଗହଣା ସବୁ । ମୁଖିଆ କହିଲେ, “ଏହାର ଦାମ୍ ତ ଅତି କମ୍ରେ ପଚାଶ ହଜାର ଟଙ୍କା ହେବ ।”

      ତା’ପରେ ସୁଗୁଣାଙ୍କ ବଡ ପୁଅ କହିଲା, “ମହାଶୟ, ଯାହା କିଛି ହେବାର ତ ହୋଇଯାଇଛି । ମା’ଙ୍କ ପ୍ରତି ଆମ ବ୍ୟବହାର ପାଇଁ ଆମେ ଖୁବ୍ ଅନୁତପ୍ତ ।”

      ତା’ପରେ ମୁଖିଆ ସମାଧାନ କଲେ କି ମା’ ସମସ୍ତିଙ୍କ ଘରେ ମାସେ ଲେଖାଏଁ ରହିବେ । ସେହିଦିନଠାରୁ ରାଧା ଓ ବୋହୁମାନେ ସୁଗୁଣାଙ୍କ ସହିତ ବହୁତ ଆଦର ପୂର୍ଣ୍ଣ ବ୍ୟବହାର କଲେ ।

      ସୁଗୁଣା କିଛି ବର୍ଷ ବହୁତ ସୁଖ ଆନନ୍ଦରେ ସମୟ କଟାଇଲେ ଓ ଶାନ୍ତିରେ ଶେଷନିଶ୍ୱାସ ତ୍ୟାଗ କଲେ । ଦୁଇପୁଅ ଓ ଜ୍ୱାଇଁ ବଡ ଆଡମ୍ବର ସହକାରେ ତାଙ୍କର ମୃତ୍ୟୁକ୍ରିୟା ସମ୍ପାଦନ କଲେ ।

ଏହାର କିଛିଦିନ ପରେ ସେମାନେ ଯାଇ ମୁଖିଆଙ୍କ ପାଖରେ ପହଁଚି ଅଳଙ୍କାର ସବୁ ତିନି ଭାଗରେ ବାଂଟି ଦେବାକୁ କହିଲେ । ମୂଲ୍ୟ ନିର୍ଦ୍ଧାରଣ ପାଇଁ ସେ ମୁଖିଆ ଜଣେ ବଣିଆକୁ ସେଠାକୁ ଡାକି ଆଣିଲେ ।

ସେସବୁ ଅଳଙ୍କାର ଦେଖି ସେ ବଣିଆ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲା, “ଏଗୁଡିକ ତ ସବୁ ନକଲି ସୁନାର ଗହଣା । ମୁଁ କ’ଣ ଏହାର ମୂଲ୍ୟ ନିର୍ଦ୍ଧାରଣ କରିବି?” ଏକଥା ଶୁଣି ପୁଅ ବୋହୁ ଝିଅ ପ୍ରଭୃତି ବହୁତ ଆଶ୍ଚର୍ଯ୍ୟ ହେଲେ । ଏଥୁଅନ୍ତେ ସମସ୍ତେ ଏକସ୍ୱରରେ କହିଲେ, “ଏକଥା କିପରି ହେଲା? ଏହା ତ ସମ୍ପୂର୍ଣ୍ଣ ଠକେଇ । ଆମମାନଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ କରାଯାଇଛି ।”

ଏହା ଶୁଣି ସେ ମୁଖିଆ ଅଳ୍ପ ହସି କହିଲେ, “ତମେମାନେ କାହାର ବଡ ଉପକାର କରିଛ? ଅଳଙ୍କାରର ପ୍ରଲୋଭନରେ ପଡି ତମେମାନେ ମା’ ପ୍ରତି ଭଲ ବ୍ୟବହାର କରିଛ । ନକଲି ଶ୍ରଦ୍ଧାର ପ୍ରତିଫଳ ନକଲି ସୁନା । ଯଦି ମା’ ପ୍ରତି ବାସ୍ତବରେ ତୁମର ଶ୍ରଦ୍ଧା ଥାନ୍ତା ତେବେ ତମ ମା’ଙ୍କୁ କେବେବି ମୋ ପାଖକୁ ଆସିବାକୁ ପଡି ନଥା’ନ୍ତା । ଏଇ କେତେବର୍ଷ ତୁମେମାନେ କେବଳ ଶ୍ରଦ୍ଧା ଓ ସମ୍ମାନର ନାଟକ ମାତ୍ର କରିଛ ।

ଏପରି କଥା ଶୁଣି କେହି କିଛି ବି ଉତ୍ତର ଦେଲେନାହିଁ । ବରଂ ସେମାନେ ମନେ ପକାଇଲେ ଆଗେ କିପରି ସେମାନେ ତାଙ୍କ ମା’ ପ୍ରତି ଅତ୍ୟନ୍ତ ନିର୍ଦ୍ଦୟତାପୂର୍ଣ୍ଣ ବ୍ୟବହାର କରିଥିଲେ ।

ମୁଖିଆ କହିଲେ, “ତମେ ତ ଶୁଣିଥିବ, ଯେସାକୁ ତେସା । ମା’ପ୍ରତି ତୁମର ମନୋଭାବ ଯେପରି ଫଳ ମଧ୍ୟ ଠିକ୍ ସେହିପରି । ଏବେ ତୁମେମାନେ ଏଠାରୁ ଯାଇପାର ।”

ପ୍ରକୃତରେ କନକ ଦାସ ସେ ମୁଖିଆଙ୍କ ପାଖରେ କୌଣସି ସୁନା ଅଳଙ୍କାରପୂର୍ଣ୍ଣ ବାକ୍ସ ରଖି ନଥିଲେ । ତାଙ୍କ ପୁଅ ବୋହୁ ଓ ଝିଅ ଜ୍ୱାଇଁଙ୍କର ମନ ମା’ଙ୍କ ପ୍ରତି ପରିବର୍ତ୍ତନ କରିବାକୁ ମୁଖିଆ ଏହି ନାଟକ ରଚନା କରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ