ଗୋଟିଏ କାଉ ଗୋଟିଏ ମାଂସ ଟୁକୁଡା ନେଇ ଗୋଟିଏ ଗଛ ଡାଳରେ ବସିଲା । ଗଛ ତଳେ ଗୋଟିଏ ବିଲୁଆ କାଉକୁ ଦେଖିଲା ଆଉ ତା’ର ମାଂସ ଟୁକୁଡା ପ୍ରତି ଲୋଭ ହେଲା । ଯେମିତି ହେଉ କାଉ ଥଂଟରୁ ଏହି ମାଂସ ଟୁକୁଡା ଖଣ୍ଡିକ ଆଣିବ ଆଉ ତାକୁ ସେ ଖାଇବ । ସେଥି ପାଇଁ ବିଲୁଆଟି ଏକ ଉପାୟ ପାଂଚିଲା ।
ଚିନ୍ତା କରୁ କରୁ ତା’ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ସେ କାଉକୁ ଦେଖି କହିଲା ବାଃ ! ବାଃ ! କେତେ ସୁନ୍ଦର ତୁମେ । କେତେ ସୁନ୍ଦର ମଖମଲ ପରି କଳା ରଙ୍ଗ ତୁମ ଦେହର । ଯିଏ ଦେଖିବ ସେ କେବଳ ଦେଖିବାକୁ ହିଁ ରହି ଯିବ । କବିଙ୍କ ଭାଷାରେ – ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁ ଥିବ ସେତେ ଦେଖୁ ଥାଇ । ଭାଇ ତୁମର ଥଂଟକୁ କ’ଣ ବର୍ଣ୍ଣନା କରିବି । ଥଂଟ ତୁମର ଯେମିତି ଲମ୍ବା ସେମିତି ମୁନିଆଁ ମଧ୍ୟ । ଆଖି ମଧ୍ୟ କେମିତି ଗୋଲ୍ ଗୋଲ୍ ତଥା ବଡ ବଡ । ଡେଣା ତ ତୁମର ବିଜୁଳି ଭଳିଆ ଚମକୁ ଥାଏ । ଦେହ ତୁମ୍ଭର କଳା ମଖମଲ କନା ପରି ସୂର୍ଯ୍ୟ ଆଲୁଅରେ ଚମକୁ ଥାଏ ।
କିନ୍ତୁ ଦୁଃଖର କଥା ଏହି କି ଯେ ତୁମେ କଥା କହି ପାରୁ ନାହଁ । ତୁମେ ଯଦି କଥା କହି ପାରୁ ଥାନ୍ତ ତା’ହେଲେ ପକ୍ଷୀ ମାନଙ୍କ ରାଜା ତୁମେ ହିଁ ହୋଇ ଥାନ୍ତ । ଭଗବାନଙ୍କ ଲୀଳା ବଡ ବିଚିତ୍ର । ଯାହାର ନାକ ଅଛି ତାର ସୁନା ନାହିଁ, ଯାହାର ସୁନା ଅଛି ତାହାର ନାକ ନାହିଁ । ଭଗବାନ୍ ତୁମକୁ ଏତେ ସୁନ୍ଦର ରୂପ ଦେଇଛନ୍ତି କିନ୍ତୁ ହାୟ ! ତୁମକୁ ଘୁଙ୍ଗା କରି ଦେଇ ଛନ୍ତି । କୁହ ଏଥର ତମ ପାଇଁ ମୁଁ କ’ଣ କରି ପାରେ ।