ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଗୁଲିଆ ବନେଇ ଅଜା

         ବନେଇ ଅଜା କହିଲା – ଯାବେ ଶଳା, ଖବର କାଗଜ ଆଣେ, ତୁ ଶଳା ଖବର କାଗଜର ମଜା କାହୁଁ ପାଇବୁ । ତୁ ଯେଉଁ ସେନ୍ଥରା ଝିଅ ବେଙ୍ଗୁଲି କଥା କହୁଛୁ । ଦେଖୁନୁ ଦେଖୁନୁ, ସେହି ଖବର କାଗଜରେ ପରା ବାହାରିଛି । ସେଥିରେ ସବୁ ଲେଖା ହୋଇଛି ତାକୁ ତା ଶାଶୁ ମାଇଲା କି ତା’ ନଣନ୍ଦ ମାଇଲା କି ଆପଣା ଇଚ୍ଛାରେ ରଶି ଦେଇ ମଲା ସବୁ ତ ବେହିପୁଅ ଖବର କାଗଜ ବାଲା ସେଥିରେ ଆଦ୍ୟରୁ ପ୍ରାନ୍ତ ଯାଏଁ ଲେଖିଛନ୍ତି । ମୁଁ ତୋତେ ଅଧିକା କ’ଣ କହିବି?

         ହଅ – ଆଜିକାଲିର ସଂସାରରେ ଏ କୋଉ ଗୋଟାଏ ନୂଆ କଥା, ଲୋକେ ଏମିତି ମରିବାରେ ଲାଗିଛନ୍ତି, ସମ୍ବାଦିଆ ସମ୍ବାଦ ପତ୍ର ଏମିତି ଲେଖି ଚାଲିଛନ୍ତି, ଆଜି ତୁ ଶୁଣି ଦେଲୁ ଆସନ୍ତା କାଲିକୁ ତା’ର କିଛି ହିସାବ ଥିବ ନା ଖବର ଥିବ ରଘୁଆ ଫେଁ କିନା ହସି ଦେଇ କହିଲା – ଆହା ହା ହା

ନାରୀର ଜନ୍ମ ଦେଲୁ ମୋତେ

ସ୍ୱଭାବ ଛାଡି ବି କେମନ୍ତେ

ସ୍ୱଭାବେ ନାରୀ ଜନ୍ମ ହେଲା

ଧର୍ମ ଅଧର୍ମ କି ବୁଝିଲା,

ଶାଶୁ , ଶ୍ୱଶୁର, ଦିଅର, ନଣନ୍ଦ, ସଂସାର ସାରା ଘର ବୋହୂଟାର ଶତ୍ରୁ । ସବୁ ଉଚ୍ଚା ପାହାର ତାଙ୍କରି ଉପରେ ହେଲେ ସ୍ୱାମୀଙ୍କୁ ଦୋଷ ଦେବା ଆଗରୁ ଶାଲା ମାଇକିନିଆର ସତ ଭିତର କଥାକୁ ବାହାର କରୁନା, ଶହେରୁ ଶହେ ଏ ଶାଲା ମାଇକିନିଆ ମାନଙ୍କର ଦୋଷ । ଦେଖୁନା କାଳବେଳ ନାହିଁ, ସହର ବଜାର ଯେଉଁଠି ଦେଖିବ ସେଠାରେ ଖାଲି ସାଁବାଳୁଆ ପଲ ପରି ସାଲୁ ସାଲୁ ହେଉଥିବେ । ସବୁ ତ ସତୀ ସାବିତ୍ରୀ, ଛାଡ ହୋ, ସେ ବେଙ୍ଗୁଲି ମରିଗଲା ଭଲ ହେଲା, ଯିଏ ଯାହା କରିବ ସେ ଫଳ ସେହି ଭୋଗିବ । ଆସ ଅଯଥାଟାରେ ସେ ବିଷୟ ଆଲୋଚନା ନକରି ଆମେ ତାସ୍ ଦିବାଜି ପକାଇ ଦେବା ।

ଆଉ ଜଣେ ଆଗକୁ ମୁହଁ ଗଳେଇ ଦେଇ କହିଲା ନାଇଁମ ଆମେ ଆଗେ ସେନ୍ଥରା ଝିଅ ବେଙ୍ଗୁଲି କାହିଁକି ମଲା ସେ କଥା ଜାଣିବା, ତା’ପରେ ଯାଇ ଯୋଉ କଥା ।


ଗପ ସାରଣୀ

ତାଲିକାଭୁକ୍ତ ଗପ