ଦିନେ ଜଙ୍ଗଲରେ ମୟୂର ଖୁସି ହୋଇ ନାଚିବାକୁ ଆରମ୍ଭ କଲା । ଗୋଟିଏ ବିଲୁଆ ତା’ ନାଚ ଦେଖି ଭାରି ଖୁସି ହେଉଥାଏ, ସେଇ ସମୟରେ ଗୋଟିଏ କୋଇଲି ଗଛ ଡାଳରୁ ଗାଇବା ଆରମ୍ଭ କଲା । ତାପରେ ସେ ମୟୂର ନାଚ ବନ୍ଦ କରି ବିଲୁଆକୁ କହିଲା ମୋର ଗୋଟିଏ ବଡ ଦୁଃଖ ଯେ, ମୁଁ କୋଇଲି ପରି ଗାଇ ପାରୁନାହିଁ ।
ଏକଥା ଶୁଣି ବିଲୁଆ ମୟୂରକୁ କହିଲା, ତୁ କେତେ ସୁନ୍ଦର ନାଚ କରିପାରୁ ସେଥିପାଇଁ ତ ତୋର ଗର୍ବ କରିବା କଥା, ନଗାଇ ପାରିଲେ କ’ଣ ହେଲା ତୁ ସେଥିପାଇଁ କାହିଁକି ମନ ଦୁଃଖ କରୁଛୁ ।
ଯାହାର ଯେଉଁ ଗୁଣ ଥାଏ ତାକୁ ନେଇ ସନ୍ତୁଷ୍ଟ ହେବା ଉଚିତ୍ ।