ସେବା କରିବାର ଫଳ

ବୋଲକରା କଥାରେ ଚତୁର କଥାକାର ସେହି ଯାତ୍ରୀ ଆଶ୍ରୟସ୍ଥଳ ଭିତରକୁ ପଶି ଯାଇ କହିଲେ ବାଃ, ସ୍ଥାନଟି ଖୁବ୍ ପରିଷ୍କାର ହୋଇଛି । ଭଲ ହେଲା – ତାହା ହେଲେ ତୁ ଏଠି କମଳ ଖୋଲି ପାରିଦେ । ମୁଁ ଟିକେ ଆଗ ବିଶ୍ରାମ କରେ ।

ଅବୋଲକରା ସଙ୍ଗେ ସଙ୍ଗେ କମ୍ବଳ ଖୋଲି ପକାଇ ଦେଲା । ଚତୁର କଥାକାର ସ୍ଥିର ହୋଇ କିଛି ସମୟ ସେହି କମ୍ବଳ ଉପରେ ବସି ଧ୍ୟାନ କଲେ । ସେତେ ବେଳକୁ ଝଡ ଥମି ଯାଇ ଥାଏ । ବ୍ୟଙ୍ଗକାର ଧ୍ୟାନ ଭାଙ୍ଗି ବୋଲକରାକୁ କହିଲେ ବାପଧନ ଝଡ ଥମି ଯାଇଛି, ଠୋପାଏ ବର୍ଷାତ ହେଲା ନାହିଁ । ଏହି ପାଖ ଜଙ୍ଗଲକୁ ଯାଇ କିଛି ଶୁଖିଲା କାଠ ନେଇଆ । ଗଣ୍ଠିଲିରେ ଯାହା ଚାଉଳ, ଡାଲି ଆଉ ପରିବା ଅଛି ଆମେ ଆଜି ତାହା ରୋଷେଇ କରି ଭୋଜନ କରିବା । ଆଜି ରାତିକ ଏଠାରେ ରହି ଯିବା ପରେ କାଲି ସକାଳ ହେଲେ ପୁଣି ଅନ୍ୟ ଚିନ୍ତା କରିବା ।

                ଏହା କହି କଥାକାର ହସ୍ତରେ ମାଳା ଧରନ୍ତେ ବୋଲକରା କିଛି କାଠ ସଂଗ୍ରହ କରିବା ନିମନ୍ତେ ପାଖରେ ଥିବା ଜଙ୍ଗଲଆଡେ ଚାଲି ଗଲା । ଜଙ୍ଗଲ ମଧ୍ୟରେ ପଶି ଯାଇଛି ବୋଲକରା । ଖଣ୍ଡେ ଦୁଇଖଣ୍ଡ କାଠ ସେ ହସ୍ତରେ ଧରିଛି କି ନାହିଁ ହଠାତ୍ ତା ଆଗରେ ଗୋଟିଏ ଝିଅ ଠିଆ ହୋଇ ଗଲା । ତା’ପରେ ଝିଅଟି ପୁଣି ସେହି ପୁରୁଣା କୋଠା ମଧ୍ୟକୁ ପ୍ରବେଶ କଲା । ବୋଲକରା କିନ୍ତୁ ସେଦିନ ଝିଅଟିକୁ ଦେଖି ଆଦୌ ଭୟ କଲା ନାହିଁ । କାଠ ସଂଗ୍ରହ କରିବା ଲାଗି ଯେତେବେଳେ ଯାଇଥିଲା ରୋଷେଇ ନିମନ୍ତେ ଆବଶ୍ୟକ କାଠ ସଂଗ୍ରହ କରି ଫେରି ଆସିଲା ।

                କାଠ ଆଣି ଥୋଇଛି କି ନାହିଁ ବୋଲକରାର ପୁଣି ସେହି ଝିଅଟି କଥା ମନେ ପଡି ଯିବାରୁ ସେ ଉପଦେଷ୍ଟାଙ୍କୁ ସମସ୍ତ କଥା ବୁଝାଇ ଦେଇ ଏହାର କାରଣ ପଚାରନ୍ତେ କଥାକାର କହିଲେ – ଆମେ କିପରି ଆଜି ଦିନଟି ଲାଗି ଏଠାରେ ଆଶ୍ରୟ ନେଲେ । ସେ ଝିଅଟି ପ୍ରାୟତଃ ଆମ ପରି କୋଠା ଘରେ ଆଶ୍ରୟ ନେଲା । ସେଥି ଲାଗି ଆମର ଚିନ୍ତା କରିବାରେ କାରଣ କ’ଣ ଅଛି ।

ହଁ ମହାନୁଭବ ଯାହା କହିଲେ – ତାହା ସତ କଥା, ଆମେତ ପୁଣି ଏହି କୋଠାଘରେ ଆଶ୍ରୟ ନେବାକୁ ରହି ଗଲୁ । ସେହିପରି ସେ ଝିଅଟିର ଆଶ୍ରୟ ନେବାରେ କୌଣସି ଅସୁବିଧା ନାହିଁ ।

ଯାହା ହେଉ ମହାନୁଭବ ଯାହା କହିଲେ ତାହା ସତ୍ୟ । ସମସ୍ତଙ୍କ ଲାଗି ଏହି ଆଶ୍ରୟ ସ୍ଥଳ । ଝିଅଟା ତ ଏହି ଆଶ୍ରୟ ସ୍ଥଳରେ ରହି ପାରିବ ଏଥିରେ କୌଣସି ଅସୁବିଧା ନାହିଁତ ।

ସେଦିନ ଚତୁର ବ୍ୟଙ୍ଗକାର ନିଜ ହାତରେ ରୋଷେଇ ସାରିଲେ । ବୋଲକରାକୁ ଖାଇବାକୁ ଦେଇ ନିଜେ ମଧ୍ୟ ଖାଇଲେ । ଶୋଇବା ବେଳକୁ  ଚତୁର ବ୍ୟଙ୍ଗକାର ବାହାରେ ଶୋଇଲେ, ବୋଲକରା ଯାଇ ଘର ଭିତରେ ଶୋଇଲା ।

ଏହା ପରେ ରାତ୍ରିର ଅନ୍ଧାର ବଢି ଚାଲିଲା । ଚାରି ଆଡେ ନିଶବ୍ଦ ଲାଗିଗଲା । ଅର୍ଦ୍ଧ ରାତ୍ର ହୋଇ ଯିବା ପରେ ବୋଲକରାର ଶୋଇଥିବା ଘରେ ନୂପୁରର ରୁଣୁଝୁଣୁ ଶବ୍ଦ ଶୁଭିଲା । ବୋଲକରା ପାଇଁ ତ ଏହା ମଧ୍ୟ ଥିଲା ଏକ ନୂଆ ଜାଗା । ସବୁ ବେଳେ ତାକୁ ଛନ ଛନ ଲାଗେ । ତେଣୁ ବେଳେ ବେଳେ ଶୋଇବାରେ ତାର ବିଳମ୍ବ ହୁଏ । ସେଦିନ ରାତିରେ କିନ୍ତୁ ଛାଇ ନିଦ ଲାଗି ଯାଇ ଥିଲା ସେହି ବୋଲକରାକୁ । ତା’ କାନକୁ ଯେତେବେଳେ ଏପରି ନୂପୁରର ରୁଣୁଝୁଣୁ ଶବ୍ଦ ଶୁଭା ଗଲା ତାକୁ ଆଉ ନିଦ୍ରା ହେଲା ନାହିଁ । ସେ ଜାଣିଥିଲା ଯେ  ଚତୁର ବ୍ୟଙ୍ଗକାର ବାହାରେ ବାରଣ୍ଡାରେ ଶୋଇଛନ୍ତି । ତେଣୁ ସେ ଭାବିଲା ଏସବୁ ଯାହା ହେଉଛି ସେସବୁ ଏହି ଘର ଭିତରେ ହିଁ ହେଉଛି । ଏହା ପରେ ବୋଲକରା ଧୀରେ ଧୀରେ ଉଠି ସେହି କୋଠରୀକୁ ଯାଇ ଦେଖିଲା ଘରଟି ଉତ୍ତମ ଭାବରେ ସଜ୍ଜା ଯାଇ କେତେ ନୀଳ ନାଲି ହଳଦିଆ ପରି ନାନା ରଙ୍ଗର ଫୁଲରେ ପଲଙ୍କଟିଏ ସଜା ଯାଇଛି । ସେହି ପଲଙ୍କ ଉପରେ ବସିଛି ଏକ ସୁନ୍ଦରୀ ଝିଅ । ତା’ର ଚତୁଃପାଶ୍ୱର୍ରେ କେତେ ଜଣ ସୁନ୍ଦରୀ ଯୁବତୀ ସହଚରୀ ମାନେ ମଧ୍ୟ ବସି ନାନା ରଙ୍ଗର କଥା ହେଉ ଥାଆନ୍ତି । ତା’ ମଧ୍ୟରୁ ପଲଙ୍କ ଉପରେ ବସିଥିବା ତରୁଣୀ ଜଣକ ସମସ୍ତଙ୍କ ଠାରୁ ବେଶୀ ସୁନ୍ଦରୀ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ