ସ୍ତ୍ରୀ କାହାର

         ତା’ପରେ କୃଷକ ଶଗଡିଆକୁ ପଚରା ଯିବାରୁ ଶଗଡିଆ କହିଲା, ଛାମୁଙ୍କ ଆଗରେ ମୁଁ ହଲପ କରି କହୁଛି ଯେ ୟେ ମୋ ସ୍ତ୍ରୀ । ଅଯଥାରେ ଏ ଲୋକଟା ରାସ୍ତା ମଝିରେ ଝାମେଲା କରୁଛି । ଏ କି ଯୁଗ ହେଲା କେଜାଣି ହଜୁର୍ ।

         ତା’ପରେ ସେ ସ୍ତ୍ରୀଙ୍କୁ ସମ୍ରାଟ୍ ପଚାରିବାରୁ ସ୍ତ୍ରୀ ଜଣଙ୍କ ଲଜ୍ୟାରେ ମଥା ଅବନତ କରି ଠିଆ ହୋଇ ରହିଲେ । ସମ୍ରାଟଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ । ସମ୍ରାଟ୍ ଭାବିଲେ ୟେ ତ ବଡ ଅଜବ କଥା ହେଲା । ଏହାର ସମାଧାନ କିପରି କରାଯିବ? ନା ଏକଥାର ସମାଧାନ ସ୍ୱୟଂ ବିରବଲ ହିଁ କରନ୍ତୁ । ତାଙ୍କ ବିନା ଏକଥାର ସମାଧାନ ଅସମ୍ଭବ ।

         ତହୁଁ ବିରବଲଙ୍କୁ ଡକାଯାଇ ଏହାର ଉପଯୁକ୍ତ ସମାଧାନ କରିବାକୁ ଆଦେଶ ଦେବାରୁ ବିରବଲ ସେମାନଙ୍କୁ ପାଖକୁ ଡାକି ବସାଇ ପ୍ରଥମେ ସ୍ତ୍ରୀ ଲୋକ ଆଡୁ ପରୀକ୍ଷା ଆରମ୍ଭ କରିବାକୁ ଚାହିଁଲେ । କାରଣ ସ୍ତ୍ରୀ କହିପାରିବ ସେ କାହାର ସ୍ତ୍ରୀ । ଏହାପରେ ବିରବଲ ସେ ସ୍ତ୍ରୀକୁ ଡାକି ପାଖରେ ବସାଇ କହିଲେ, ଆଚ୍ଛା ମାଆ, ଦେଖିଲ ଏଇ ଗୋଟିକ କ’ଣ?

         ସ୍ତ୍ରୀ କହିଲା, ଏଇଟି ହେଉଛି କାଳି ବୋତଲ ।

         ବିରବଲ କହିଲେ, ମୁଁ ଏଥିରେ କାଳି ବଟିକାଟି ପକାଇଲି, ଏଥର ତୁମେ ଯାଅ ଏଥିରେ ଆବଶ୍ୟକ ମତେ ପାଣି ଭର୍ତି କରି ଆଣ ।

         ଏହାପରେ ସ୍ତ୍ରୀ ଲୋକ କାଳି ଦୁଆତଟିକୁ ଧରି ଚାଲିଗଲେ ଓ ସେଥିରେ ପାଣି ଭରି ଆଣି ବିରବଲଙ୍କ ନିକଟରେ ଥୋଇଦେଲେ ।

         ସ୍ତ୍ରୀ ଲୋକଟି ଦୁଆତରେ ପାଣି ଭରି ଥୋଇ ଦେବାରୁ ବିରବଲ ପାଖାରେ ଥିବା ପର କଲମରେ କାଗଜ ଉପରେ କେତେଗୋଟି ଅକ୍ଷର ଲେଖି ସାରି କହିଲେ – ୟେ ବ୍ୟବସାୟୀ ତୁମେ ମୋ ନିକଟକୁ ଆସ, ମୋ ପରୀକ୍ଷାରେ ଠିକ୍ ହେଲା ଯେ, ୟେ ସ୍ତ୍ରୀ ହେଉଛି ତୁମ୍ଭର । ତୁମେ ଏବେ ତୁମ ସ୍ତ୍ରୀକୁ ଏଠାରୁ ନେଇ ଯାଇପାର ।

         ତା’ପରେ ବ୍ୟବସାୟୀ ଜଣଙ୍କ ବିରବଲଙ୍କ ବିଚାରରେ ଖୁସି ହୋଇ ପ୍ରଣାମ କଲା ଏବଂ ନିଜର ସ୍ତ୍ରୀକୁ ଧରି ସେଠାରୁ ଚାଲିଗଲା ।

         ଏବେ ବିଚାର ଅପେକ୍ଷାରେ ଶଗଡିଆ ଥିଲା । ଶଗଡିଆକୁ ସମ୍ରାଟଙ୍କ ଆଗରେ ଠିଆ କରାଇ ବିରବଲ କହିଲେ ଜାହାଁପନା, ଏହି ଶଗଡିଆ ହେଉଛି ଅସଲ ବଦ୍ମାସ୍ । ସେ ପର ସ୍ତ୍ରୀକୁ ସାହାଯ୍ୟ କରିବାକୁ କହି ନିଜ ଶଗଡରେ ନେଇଥିଲା । ବ୍ୟବସାୟୀ ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଦେଖି ସେ ଏପରି ଲାଳାୟିତ ହୋଇ ପଡିଲା ଯେ ଶେଷରେ ସେ ତା’ର ଆଚାର ବିଚାର ଭୁଲିଯାଇ ବ୍ୟବସାୟୀର ସ୍ତ୍ରୀକୁ ସେ ନିଜର ବୋଲି ଜବରଦସ୍ତ କହିଛି । ବାସ୍ତବରେ ସେ ସ୍ତ୍ରୀ ଏହି ବ୍ୟବସାୟୀଙ୍କର ।

         ସମ୍ରାଟ୍ ଆକବର ସମସ୍ତ କଥା ଶୁଣି ସାରି ବିରବଲଙ୍କୁ ପଚାରିଲେ, ତୁମେ କେଉଁ ବିଚାରରେ ସିଦ୍ଧାନ୍ତ ନେଇପାରିଲ ଯେ ସେ ସ୍ତ୍ରୀ ଏହି କୃଷକର ନହୋଇ ସେହି ବ୍ୟବସାୟୀର ବୋଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ