ବିଚିତ୍ର ଏ ଦୁନିଆ

ଅଫିସ୍ ବାରଣ୍ଡାରେ ଶଶୀକାନ୍ତ ନାୟକ ଅନେକ ସମୟ ଧରି ଅପେକ୍ଷା କରିଛି । ହଠାତ୍ ଅଫିସ୍ ଭିତରକୁ ପଶି ଆସିଲେ ଦେବକାନ୍ତ ପଟ୍ଟନାୟକ । ତାଙ୍କୁ ଦେଖି ହଠାତ୍ ଚମକି ପଡି ଶଶୀକାନ୍ତ କହିଲା, ଆଜ୍ଞା ନମସ୍କାର । ନମସ୍କାରର ପ୍ରତି ନମସ୍କାର ବି ଜଣାଇଲେ ଦେବକାନ୍ତ ପଟ୍ଟନାୟକ । ଶଶୀକାନ୍ତ ନାୟକ କୋଡିଏ ଏକୋଇଶି ବର୍ଷ ବୟସର ଶାନ୍ତ, ସରଳ ସୁନ୍ଦର ଯୁବକ । ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ ତ ଆଉ ଜାଣି ନାହାଁନ୍ତି । ଉଭୟଙ୍କ ପରିଚୟ ଉଭୟଙ୍କ ପାଖରେ । ଶଶୀକାନ୍ତ ନାୟକ ପଚାରିଲେ ସାର୍ ଆପଣ ଦେବକାନ୍ତ ପଟ୍ଟନାୟକ । ଉତ୍ତର ଆସିଲା, ‘ହଁ ’ । ମୁଁ ହିଁ ଦେବକାନ୍ତ ପଟ୍ଟନାୟକ ।

                ତାପରେ ସେ ଦେବକାନ୍ତ ପ୍ରଶ୍ନ କଲେ ତୁମ ନାମ? ତୁମ ପରିଚୟ ।

                ଶଶୀକାନ୍ତ କହିଲେ, ଆଜ୍ଞା, ମୋ ନାଆଁ ଶଶୀକାନ୍ତ ନାୟକ

                ପୁଣି ପ୍ରଶ୍ନ କଲେ ଦେବକାନ୍ତ କ’ଣ ଦରକାର?

                ଶଶୀକାନ୍ତ ଏହାର ଉତ୍ତରରେ କହିଲେ ଆଜ୍ଞା, ମୋ ମାଆ ଆପଣଙ୍କ ନିକଟକୁ ଚିଠିଟିଏ ଦେଇଛନ୍ତି । କେବଳ ସେ ଚିଠିଟି ଆପଣଙ୍କୁ ଦେବାକୁ ଆସିଛି । ନିଅନ୍ତୁ ଦେବକାନ୍ତ ପଟ୍ଟନାୟକ, ତାପରେ ଦେବକାନ୍ତ ଶଶୀକାନ୍ତଙ୍କ ହାତରୁ ଚିଠିଟି ନେଲେ । କାଳ ବିଳମ୍ବ ନକରି ଦେବକାନ୍ତ ସେ ଚିଠିକୁ ଏକ ଧ୍ୟାନରେ ପଢିଗଲେ । ଏଣେ ଶଶୀକାନ୍ତ ଅଫିସ୍ ଭିତରେ ବସିଲା । ଦେବକାନ୍ତ ସେ ଚିଠିକୁ  ପଢିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ