Category - ଜୀବନୀ

ପିଲାଟିଦିନରୁ ବିପ୍ଳବୀ ନେତା

ଜର୍ମାନୀ ଦେଶରେ ଜଣେ ଜଣାଶୁଣା ଓକିଲ । ତାଙ୍କରି ଘରେ ୧୮୧୮ ମସିହାରେ ପୁଅଟିଏ ଜନ୍ମ ହେଲା । ତା’ର ପିଲାଦିନର ନାମଥିଲା “କାର୍ଲ ହେନରିକ୍ ମାର୍କ୍ସ” । ପିଲାଟିଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ସେ ହାଇସ୍କୁଲ ପାଠ ଶେଷ କଲାବେଳକୁ ପ୍ରାଚୀନ ଭାଷା, ସାହିତ୍ୟ, ଗଣିତ ଓ ଇତିହାସ ଆଦିରେ ତାଙ୍କର ବେଶ୍ ଦକ୍ଷତା ଆସିଯାଇଥିଲା । ଏହା ପରେ ସେ ବନ୍ ବିଶ୍ୱବିଦ୍ୟାଳୟରେ...

Read More

ଅସୀମ ସାହସ ଓ ତ୍ୟାଗର ଫଳ

ବିଶ୍ୱରେ ବିଭିନ୍ନ ସମୟରେ ଅନେକଥର ଯୁଦ୍ଧ ସଂଘଠିତ ହୋଇଥିବା କଥା ଇତିହାସ ପୃଷ୍ଠାରୁ ହିଁ ଜଣାପଡେ । ସେଥି ମଧ୍ୟରୁ ଟ୍ରଫଲ୍ଗାର୍ ନାମକ ଯୁଦ୍ଧ ବେଶ୍ ପ୍ରଖ୍ୟାତ ଥିଲା । ଏହି ଯୁଦ୍ଧ ହୋଇଥିଲା ୧୮୦୫ ମସିହା ଅକ୍ଟୋବର ୨୧ ତାରିଖରେ । ଏହି ଯୁଦ୍ଧରେ ନେପୋଲିୟନ୍ ବୋନାପାର୍ଟ ପରାସ୍ତ ହୋଇଯିବାରୁ ତାଙ୍କର ଇଂଲଣ୍ଡ ବିଜୟ କରିବାର ଲକ୍ଷ୍ୟ ଧୂଳିସାତ ହୋଇଗଲା । ଏହି ଯୁଦ୍ଧରେ...

Read More

ଅସଲ ନେତାଟି କିଏ

ଏକଦା ରୁଷ ଦେଶର ଜନନେତା ଲେନିନ୍ ଶତ୍ରୁପକ୍ଷର ଆକ୍ରମଣରେ ଆହତ ହୋଇ କ୍ଷତାକ୍ତ ହୋଇଥାନ୍ତି । ତେଣୁ ସେ ଡାକ୍ତରଖାନାରେ ଅନେକ ଦିନ ହେଲା ଚିକିତ୍ସିତ ହେଉଥାନ୍ତି । ତଥାପି ମଧ୍ୟ ଚାଲିବାକୁ ତାଙ୍କ ଦେହରେ ବଳ ମୋଟେ ନଥାଏ । ଦିନେ ହଠାତ୍ ସେହି ଡାକ୍ତରଖାନାରେ ଥାଇ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରେଳପଥ ଭାଙ୍ଗିଗଲା । ଏହି ଦୁଃସମ୍ବାଦ...

Read More

ରାଷ୍ଟ୍ରପତିଙ୍କ ମହାନତା

 “ଆମେରିକା ଦେଶ ରାଷ୍ଟ୍ରପତି ପଦେ ରହିଥାନ୍ତି ଆବ୍ରାହମ୍ ଲିଙ୍କନ୍ ସେବେଳର ଏକ ଘଟଣାରୁ ଜଣାପଡେ ସିଏ ଥିଲେ କେତେ ମହାନ୍? ଅସହାୟ ଜନେ ହେଉଥିଲେ ସାହା ବୋଲିଥିଲେ ଜନପ୍ରିୟ ସବୁରି ଆଜି ସେ ନାହାଁନ୍ତି ଆମ ପାଶେ ସିନା ଅଛନ୍ତି ସଭିଙ୍କ ହୃଦେ ଆମରି ।” ସେତେବେଳେ ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତି । ଏହା ସେହି ସମୟର ଘଟଣା । ବିଭିନ୍ନ ଦେଶର...

Read More

ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ

“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ । ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।” ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ...

Read More

ମାନବର ସହନଶୀଳତା ବଡ ଗୁଣ

ନବୀ ମହମ୍ମଦ ତ ପ୍ରତ୍ୟେକ ମଣିଷଙ୍କୁ ଭାରି ଭଲ ପାଉଥିଲେ । ପ୍ରତ୍ୟେକ ଜାତି ବା ଧର୍ମ ତାଙ୍କ ପାଖରେ ସମାନ ଥିଲା । ବିଶେଷତଃ ଅତିଥି ଚର୍ଚ୍ଚାରେ ବହୁତ ପୁଣ୍ୟ ମିଳେ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା ।                 ଥରେ କେତେଜଣ ବ୍ୟକ୍ତି ମହମ୍ମଦଙ୍କ ନିକଟରେ ଯାଇ ପହଁଚିଗଲେ । ସେତେବେଳକୁ ତ ସଂଧ୍ୟା ସମୟ । ତେଣୁ ରାତିଟା ସେମାନେ ମହମ୍ମଦଙ୍କ ଘରେ ଆଶ୍ରୟ...

Read More

କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ

ତୁଳସୀ ଦାସ (୧୪୯୭ / ୧୫୩୨ – ୧୬୨୩ ଖ୍ରୀଷ୍ଟାଦ୍ଧ) ସତେଯେପରି ଜନ୍ମରୁ ପ୍ରତିକୂଳ ପରିସ୍ଥିତିକୁ ଆପଣେଇ ନେଇଥିଲେ । ତେଣୁ ଖୁବ୍ କମ୍ ବୟସରୁ ତାଙ୍କୁ ଭିକ୍ଷାଟନ କରିବାକୁ ପଡିଥିଲା । ଏମିତି ସେ ଭିକ୍ଷାଟନରେ ବୁଲୁବୁଲୁ ଥରେ କାଶୀଧାମରେ ଯାଇ ପହଁଚିଗଲେ ।                 କିଏ ବା ଜାଣିଥିଲା ଭିକ୍ଷା ମାଗି ବୁଲୁଥିବା ଏଇ ଅନାଥ ବାଳକ ଜଣକ ଦିନେ କେବଳ ତାଙ୍କ...

Read More

ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ

ଜର୍ଜ ୱାଶିଂଟନ୍ ସେତେବେଳକୁ ଯୁବକ । ଥରେ ତାଙ୍କର ବାସଗୃହ ନିକଟରେ ହଠାତ୍ ପ୍ରବଳ ହଟ୍ଟଗୋଳ ଶୁଣାଗଲା । ତା’ପରେ ସେ ଘର ବାହାରକୁ ଯାଇ ଦେଖିଲେ ମଇଳା ବେଶପୋଷାକରେ ଥିବା ଜଣେ ବୃଦ୍ଧଙ୍କ ନିକଟରେ ଭିଡ ଜମିଛି । ସେ ବୃଦ୍ଧ ଜଣକ ହାତରେ ବନ୍ଧୁକଟିଏ ଧରିଛନ୍ତି । ସେ ଅଂଚଳର ସେ ଥିଲେ ଜଣେ ଜଣାଶୁଣା ସୈନିକ ।                 ସେ ବୃଦ୍ଧଙ୍କର ଚାକିରି ଜୀବନର ଏକ...

Read More

ଛୋଟ କାମ କରୁ କରୁ ବଡମଣିଷ ହେଲେ

ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି ।                 ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା...

Read More

ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ

ଜଣେ ଅନ୍ୟ ଜଣକୁ ସାହଯ୍ୟ କରିବା ହିଁ ନୈତିକ କର୍ତ୍ତବ୍ୟ ଓ ମାନବିକତା । ଏହି ସାହାଯ୍ୟ ମଧୁର କଥାବାର୍ତ୍ତା ଅଥବା ଉତ୍ତମ ଆଚରଣ ଦ୍ୱାରା ମଧ୍ୟ କରାଯାଇଥାଏ । ଏହାଦ୍ୱାରା ମଣିଷ ଭିତରେ, ଦେଶ ଦେଶ ଭିତରେ ସମ୍ପର୍କ ଯୋଡି ହୋଇ ଯାଇଥାଏ । ଏ ସମ୍ବନ୍ଧରେ ବିଖ୍ୟାତ ଔପନ୍ୟାସିକ ତଥା ଚିତ୍ରକର କେ.ଏ.ଆବ୍ବାସ୍ଙ୍କ ଜୀବନରୁ ଘଟଣାଟିଏ ।                 ଘଟଣାଟି ଘଟିଥିଲା...

Read More

ବାରୁଦର ଜନ୍ମ କଥା

ଏହି ଘଟଣାଟି ଅନେକ ବର୍ଷ ତଳର । ସମ୍ଭବତଃ ନବମ ଶତାଦ୍ଦୀର । ଚୀନଦେଶରେ ତାଙ୍ଗ୍ମାଙ୍ଗ୍ ପ୍ରଦେଶରେ ଦଳେ ସୈନିକ କ’ଣ ଗୋଟିଏ କାମରେ ଏଣେତେଣେ ବୁଲୁଥାନ୍ତି । ନିକଟରେ ପାହାଡଟିଏ । ସୈନିକମାନଙ୍କ ଭିତରୁ ଜଣେ ହାଲିଆ ହୋଇ ସେହି ପାହାଡତଳି ଗଛ ଛାଇରେ ବସିଗଲା । ସୈନିକଟି ଗଛଛାଇରେ ବସି ଏଣେତେଣେ ଚାହୁଁଚାହୁଁ କିଛି ଦୂରରେ ଦେଖିଲା ହଳଦିଆ ରଙ୍ଗର ମାଟି ଗଦା ହୋଇଛି । ସତେ...

Read More

ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ

ପ୍ରାଚୀନ ଅଲମ୍ପିକ୍ସର ଇତିହାସ ପୃଷ୍ଠା ଓଲଟାଇ ଦେଲେ ଗ୍ରୀକ୍ର ଜଣେ ସୁପ୍ରସିଦ୍ଧ ଖେଳାଳି ‘ମିଲୋ’ଙ୍କ କଥା ନଜରକୁ ଆସେ । ତାଙ୍କର କ୍ରୀଡା କୌଶଳ ଥିଲା ଅସାଧାରଣ ।                 ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀର କଥା । ଏହି ଶତାଦ୍ଦୀ ଶେଷହେଲା ବେଳକୁ ‘ମିଲୋ’ ଦକ୍ଷିଣ ଇଟାଲୀର କ୍ରୋଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଅଜେୟ ଶକ୍ତିର ଅଧିକାରୀ ।...

Read More

ଶତ୍ରୁକୁ ମିତ୍ର କରିବା ଉପାୟ

“ ରାଷ୍ଟ୍ରପତିଙ୍କର ବିଚିତ୍ର ନୀତିକୁ ଲୋକମାନେ ଦେଖି ହେଲେ ଚକିତ ଆବ୍ରାହମ୍ ଲିଙ୍କନ ସେ ରାଷ୍ଟ୍ରପତି ଶୁଣ ତାଙ୍କ ଜୀବନର ଚରିତ । ଶତ୍ରୁ ସୈନ୍ୟଙ୍କର ଛାଉଣୀରେ ପଶି ଜଣାଇଲେ ତାଙ୍କୁ ସହାନୁଭୂତି କହିଲେ ଶତ୍ରୁକୁ ମିତ୍ର କରିବାରେ ରହିଛି ଏଥିରେ ବିଚିତ୍ର ନୀତି ।” ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଶତ୍ରୁ ଅଥବା ମିତ୍ର ଥାଆନ୍ତି । ମାତ୍ର ପୃଥିବୀରେ ଏମିତି...

Read More

ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ

ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା ।                 ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ...

Read More

ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ

ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ