ଭାରତ ବର୍ଷର ମୋଗଲମାନଙ୍କ ମଧ୍ୟରେ କେବଳ ଯଶସ୍ୱୀ ସମ୍ରାଟ୍ ଭାବରେ ଆକବରଙ୍କ ଖ୍ୟାତି ଥିଲା । ସମ୍ରାଟ୍ ଆକବରଙ୍କର ପ୍ରକୃତ ନାମ ଥିଲା ଜଲ୍ଲାଲୁଦ୍ଦିନ୍ ମହମ୍ମଦ୍ ଆକବର ।
ସମଗ୍ର ଭାରତ ବର୍ଷ ମଧ୍ୟରେ ଆକବର ଥିଲେ ଜଣେ ସର୍ବସହିଷ୍ଣୁ ତଥା ଧାର୍ମିକ ସମ୍ରାଟ୍ । ସେ ହିନ୍ଦୁ ଓ ମୁସଲମାନଙ୍କ ଶାସକ ଥିଲେ । ତାଙ୍କର ଶାସନ ମଧ୍ୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସମାନ ଥିଲା । ଯାହା ଆକବରଙ୍କ ପୂର୍ବରୁ ଓ ଆକବରଙ୍କ ପରେ ଏପରି ଜଣେ ଶୁଦ୍ଧ ଚିତ୍ତର ଶାସକ ଥିଲେ । ଆକବର ଏପରି ଜଣେ ସମ୍ରାଟ୍ ଥିଲେ ଯେ ଭାରତ ବର୍ଷ ମଧ୍ୟରେ ଥିବା ସମସ୍ତ ଧର୍ମକୁ ସମାନ ଭାବରେ ଦେଖିବା ସହିତ ଖୁବ୍ ସମ୍ମାନ ଦେଉଥିଲେ ।
ଭାରତ ବର୍ଷରେ ଏପରି ସମ୍ରାଟ୍ ନଥିଲେ ଯାହାଙ୍କ ରାଜ ସଭାରେ ନ’ଜଣ ପଣ୍ଡିତ ଥିଲେ । କିନ୍ତୁ ସମ୍ରାଟ୍ ଆକବରଙ୍କ ରାଜସଭାରେ ଯେଉଁ ବଛା ବଛା ପଣ୍ଡିତମାନେ ଥିଲେ ସେମାନଙ୍କୁ ନବରତ୍ନ ଭାବରେ ଗଣନା କରାଯାଉଥିଲା ।
ରାଜସଭାରେ ଯେକୌଣସି ବିଚାର ବିମର୍ଷ ବେଳେ ଆକବର ସେହି ନ’ଜଣ ପଣ୍ଡିତମାନଙ୍କ ସାହାଯ୍ୟ ନେଉଥିଲେ ଏବଂ ସେହି ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ସମ୍ରାଟ୍ କେବଳ ବିରବଲଙ୍କୁ ସର୍ବଶ୍ରେଷ୍ଠ ପଣ୍ଡିତ ଭାବରେ ଗଣନା କରୁଥିବା ବେଳେ ତାଙ୍କୁ ଶ୍ରେଷ୍ଠ ପଣ୍ଡିତ ଭାବରେ ଆସନ ପ୍ରଦାନ କରୁଥିଲେ ।
ରାଜସଭାରେ ଯେତେବେଳେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଥିଲା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ପଣ୍ଡିତ ଭାବରେ ବିରବଲଙ୍କ ବିଚାର ଥିଲା, ସ୍ୱତନ୍ତ୍ର । ବିରବଲଙ୍କ କୌତୁକପୂର୍ଣ୍ଣ ବାକ୍ୟ ଏବଂ ବିରବଲଙ୍କର କୌତୁକପୂର୍ଣ୍ଣ ପ୍ରଶ୍ନ ରାଜସଭାରେ ଶ୍ରେଷ୍ଠତ୍ୱ ଗ୍ରହଣ କରୁଥିଲା ।
ସମସ୍ତ ଆଲୋଚନା କାଳରେ ଯେଉଁ ବିଚାର ବିରବଲ ଦେଉଥାଆନ୍ତି ତାହା ସମସ୍ତଙ୍କ ନିକଟରେ ଅକାଟ୍ୟ ହୋଇ ରହୁଥିଲା । ଯାହାକୁ କି ସ୍ୱୟଂ ସମ୍ରାଟ୍ ଆକବର ସମ୍ମାନର ସହିତ ଗ୍ରହଣ କରି ନେଉଥିଲେ ।