ଗର୍ବ ଚୁନା ହେଲା

         ଖୁଦାଙ୍କ କଥା ଅନୁସାରେ ଫକୀର ଅସ୍ତ ବୃକ୍ଷ ନିକଟରେ ପହଁଚିଲେ । ସତକୁ ସତ ସେହି ବୃକ୍ଷ କୋରଡରେ ଥିବା ପକ୍ଷୀଟିକୁ ଦେଖି କହିଲେ – “ହେ ପକ୍ଷୀ ! ତୁମେ ଖୁଦାଙ୍କ ବାଣୀ ଶୁଣିଛ କି?”

         ଏହା ଶୁଣି ପକ୍ଷୀଟି କହିଲା – “ମୋର ବର୍ତ୍ତମାନ ସମୟ ନାହିଁ । ମୁଁ କେବଳ ତୁମ ପ୍ରଶ୍ନର ଉତ୍ତର ଦେଲି ଏଇଥି ପାଇଁଯେ, ତୁମେ କଷ୍ଟକରି ଚାଲି ଚାଲି ମୋ ନିକଟକୁ ଆସିଛ ବୋଲି ।”

         ଫକୀର ଟିକିଏ ଚିନ୍ତାରେ ପଡି ପୁଣି ପଚାରିଲେ – “ହେ ପକ୍ଷୀ ! ତୁମର ଏଭଳି କି କାମ ଅଛି ଯେ, ତୁମର ସମୟ ନାହିଁ?”

         ଫକୀରଙ୍କ ଏଭଳି ପ୍ରଶ୍ନରେ ପକ୍ଷୀଟି କହିଲା – “ହେ ଫକୀର ! ମୁଁ ଦିନ ରାତି ଈଶ୍ୱରଙ୍କ ନାମ ଜପ କରୁଛି । କେବଳ ଗୋଟିଏ ମାତ୍ର ସମସ୍ୟା ଅଛି । ଏଠାରୁ କିଛି ଦୂରରେ ଗୋଟିଏ ପୁଷ୍କରିଣୀ ଅଛି । ସେଠାକୁ ଯାଇ ମୋତେ ପାଣି ପିଇବାକୁ ପଡୁଛି ।

         ଫକୀର କୌତୁହଳୀ ହୋଇ ପଚାରିଲା – “ସେହି ପୁଷ୍କରିଣୀଟି ଏଠାରୁ କେତେଦୂର?” ପକ୍ଷୀଟି ଉତ୍ତର ଦେଲା – “ସାମନାରେ ଏଇ ଯେଉଁ ଗହମ କ୍ଷେତ ଦେଖାଯାଉଛି ଠିକ୍ ତା’ରି ଆଗରେ ।”

         ଫକୀର କହିଲେ – “ଏହାତ ବେଶିଦୂର ନୁହେଁ ।” ପକ୍ଷୀଟି କହିଲା – “ମୁଁ ତୁମକୁ କ’ଣ ବା କହିବି? ଏହା ତ ମୋ ପାଇଁ ଅତି ଜଟିଳ ସମସ୍ୟା ହୋଇଛି । କାରଣ ମୋତେ ଈଶ୍ୱରଙ୍କ ନାମ ସ୍ମରଣ ବନ୍ଦ କରି ସେଠାକୁ ଯିବାକୁ ପଡୁଛି ।”

         ଫକୀର କହିଲେ – “ମୁଁ ଏ ଦିଗରେ ତୁମକୁ କିଛି ସାହାଯ୍ୟ କରିପାରିବି କି? ଯଦି ମୋ ଦ୍ୱାରା କିଛି ହୋଇ ପାରିବ ତେବେ କୁହ ମୁଁ ତୁମକୁ ମୋର ସାଧ୍ୟ ମତେ ସାହାଯ୍ୟ କରିବି         ।”

         ଫକୀରଙ୍କ ପ୍ରଶ୍ନରେ ପକ୍ଷୀଟି ଏକ ବିଚିତ୍ର ଉତ୍ତର ଦେଇ କହିଲା – “ହେ ଫକୀର ! ତୁମେ ପୁଷ୍କରିଣୀଟିକୁ ଏଇ ଅସ୍ତ ବୃକ୍ଷ ନିକଟକୁ ଆଣି ପାରିବ କି?”

         ଫକୀର ଜଣକ ବିରକ୍ତ ହୋଇ କହିଲେ – “ଏକଥା କ’ଣ ସମ୍ଭବ?”

         ପକ୍ଷୀଟି ଶାନ୍ତ ସ୍ୱରରେ ଓ ନମ୍ରଭାବରେ କହିଲା – “ହେ ଫକୀର ! ତୁମେ ଖୁଦାଙ୍କର ଜଣେ ସାଧାରଣ ଭକ୍ତ ହୋଇ ମଧ୍ୟ ନିଜକୁ ଅସାଧାରଣ ମନେ କରୁଛ? ତେଣୁ ତୁମେ ମୋତେ ଏତିକି ସାହାଯ୍ୟ କରି ପୋଖରୀଟିକୁ ଏଇ ଗଛ ପାଖକୁ ନେଇଆସ । ଏହା ବ୍ୟତୀତ ମୁଁ ଆପଣଙ୍କ ଠାରୁ ଅନ୍ୟ କିଛି ସାହାଯ୍ୟ ଚାହୁଁ ନାହିଁ ।” ଏହା କହି ସାରି ପକ୍ଷୀଟି ପୁଣି ଈଶ୍ୱରଙ୍କ ଧ୍ୟାନରେ ନିବିଷ୍ଟ ରହିଲା ।

         ଫକୀରର ଗର୍ବ ଚୁନା ହେଲା । ସେ ନିଜକୁ ଖୁଦାଙ୍କର ଯେଉଁ ଶ୍ରେଷ୍ଠ ଭକ୍ତ ବୋଲି ମନେ କରୁଥିଲା, ତାହା ଅଚିରେ ମିଳେଇ ଗଲା । ଫକୀର ସେ ଅସ୍ତ ବୃକ୍ଷ ପାଖରୁ ନୀରବରେ ଫେରି ବୁଝିଗଲେଯେ ପକ୍ଷୀଟିର ଭକ୍ତି ମୋଠାରୁ ଅଧିକ । ସେ ପକ୍ଷୀଟି ଖୁଦାଙ୍କର ଅଧିକ ପ୍ରିୟ ।

         ପକ୍ଷୀଟିର ଏକନିଷ୍ଠ ଈଶ୍ୱର ଭକ୍ତିଦେଖି ଫକୀରର ଗର୍ବ ଚୁନା ହେଲା । ସେ ନିଜକୁ ପକ୍ଷୀଠାରୁ ନ୍ୟୁନ ମନେକରୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ