ଗୁରୁଦକ୍ଷିଣା

                ଏ ବିଷୟ ଶୁଣି ସାରିବା ପରେ କୃଷ୍ଣ ବଳରାମ ସେଠାରୁ ବିଦାୟ ନେଇ ଯାଇ ସେହି ଶଙ୍ଖ ଭିତରେ ଥିବା ଦୈତ୍ୟ ପାଖରେ ପହଁଚିଲେ । ସେମାନେ ସେଠାରେ ଯାଇ ଜାଣିପାରିଲେ କି ସେହି ଶଙ୍ଖ ଭିତରେ ପଂଚଜନ ନାମକ ଏକ ଦୈତ୍ୟ ଅତି ଆରାମରେ ରହିଅଛି । ତା’ପରେ ଶ୍ରୀକୃଷ୍ଣ ସେହି ପଂଚଜନ ଦୈତ୍ୟକୁ ସେଠାରେ ଆହ୍ୱାନ କଲେ । କିନ୍ତୁ; ତା’ର କୌଣସି ପ୍ରତ୍ୟୁତର ନ ଥିଲା । ତେଣୁ ସେ ଶଙ୍ଖଟିକୁ ଧରି ଜୋର୍ରେ ଶ୍ରୀକୃଷ୍ଣ ହଲାଇ ଦେଲେ । ଶଙ୍ଖଟି ଦୋହଲିବାରୁ ତା ଭିତରେ ଥିବା ଦୈତ୍ୟ ନିଶ୍ଚିତ ହୋଇଗଲା ଯେ, ତା’ ଉପରକୁ କିଛି ବିପଦ ମାଡି ଆସୁଛି । ତେଣୁ ସେ ଆଉ ଦଣ୍ଡେ ମଧ୍ୟ ସ୍ଥିର ହୋଇ ରହି ନପାରି ବାହାରକୁ ବାହାରି ଆସିଲା । ତା’ପରେ କୃଷ୍ଣ ବଳରାମଙ୍କୁ ଦେଖି ସେ ଦୈତ୍ୟ ଭୟଙ୍କର ଗର୍ଜନ କରି ଆକ୍ରମଣ କଲା । ଫଳରେ ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା । ଶେଷରେ ପଂଚଜନ ଶ୍ରୀକୃଷ୍ଣଙ୍କ ଦ୍ୱାରା ନିହତ ହେଲା । ମାତ୍ର ସେମାନେ ସେଠାରେ ପୁନର୍ଦତଙ୍କୁ କୌଣସି ପ୍ରକାରେ ନ ପାଇ ନିରାଶ ହୋଇ ଫେରିବାରୁ ବଳରାମ କହିଲେ, ‘କାହ୍ନା ! ଆମେ ଜଣେ ନିରପରାଧ ଦୈତ୍ୟକୁ ହତ୍ୟା କଲେ ସତ, ହେଲେ ଆମେ ତ ଗୁରୁପୁତ୍ରଙ୍କୁ ଏଥିରୁ ପାଇ ପାରିଲୁ ନାହିଁ । ଏଥିରେ ଶ୍ରୀକୃଷ୍ଣ ଟିକିଏ ହସି ଦେଇ କହିଲେ, ଭାଇ ! ସେ ଦୈତ୍ୟର ଅନ୍ତିମ ସମୟ ଆସି ଯାଇଥିବାରୁ ମୋ ହାତରେ ସେ ମୃତ୍ୟୁବରଣ କଲା । ତେଣୁ ସେଥିରେ ଆମର ଚିନ୍ତା କରିବାର କିଛି ବି କାରଣ ନାହିଁ । ଏହାପରେ ସେ ଶ୍ରୀକୃଷ୍ଣ ସେହି ଶଙ୍ଖଟିକୁ ଅତ୍ୟନ୍ତ ଆଗ୍ରହର ସହିତ ଉଠାଇ ନେଇ କହିଲେ, ଏ ଶଙ୍ଖଟି ମୋର ଅତି ପ୍ରିୟ ହୋଇଥିବାରୁ ଏହାକୁ ମୁଁ ମୋ ପାଖରେ ଆଜି ଠାରୁ ନେଇ ରଖିବି । ଆଉ ଏହା ଭିତରେ ପଂଚଜନ ରହୁଥିବା ହେତୁ ଏହି ଶଙ୍ଖର ନାମ ଆଜି ଠାରୁ ‘ପାଂଚଜନ୍ୟ’ ରହିବ ।

                ଏହାପରେ ସେମାନେ ଦୁଇଭାଇ ସେଠାରୁ ଯମରାଜଙ୍କ ପାଖକୁ ଯାତ୍ରା କଲେ । ଯମରାଜ ଏ ଦୁଇଭାଇଙ୍କୁ ଦେଖି ଅତି ଯତ୍ନର ସହିତ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ତାଙ୍କ ପାଖକୁ ଆସିବାର କାରଣ ପଚାରିବାରୁ ସେମାନେ ଯମରାଜଙ୍କୁ ସମସ୍ତ ବିଷୟ ଜଣାଇଲେ । ଏହାପରେ ସେମାନଙ୍କ ଗୁରୁପୁତ୍ରଙ୍କୁ ଫେରି ପାଇବାକୁ ଚାହିଁବାରୁ ଯମରାଜ ଟିକିଏ ଚିନ୍ତିତ ହୋଇ କହିଲେ, ‘ପ୍ରଭୁ ! ଆପଣ ତ ସମସ୍ତ ସୃଷ୍ଟିର ନିୟାମକ ତଥା ଭାଗ୍ୟବିଧାତା । ମୁଁ ବା ଆପଣଙ୍କୁ କଅଣ କହିପାରିବି? ଆପଣ ଯେତେବେଳେ ଚାହୁଁଛନ୍ତି, ତେବେ ଏହି ମୁହୂର୍ତ୍ତରେ ମୁଁ ଆପଣଙ୍କ ସହିତ ପୁନର୍ଦତକୁ ପଠାଇ ଦେଉଛି ।’ ଏହାପରେ କୃଷ୍ଣ ବଳରାମଙ୍କ ସହିତ ଯମପୁରୀରୁ ପୁନର୍ଦତ ନୂଆ ଜୀବନ ନେଇ ଗୁରୁ ଆଶ୍ରମକୁ ଫେରି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ