ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୋଟିଏ ହାତରେ ତାଳି ବାଜେନା

   ଗାଁ ସେଶ ମୁଣ୍ଡରେ ଗୋଟିଏ ବୃଦ୍ଧା ରହୁଥାଏ। ତା’ର ଆଗକୁ କି ପଛକୁ କେହି ନଥାନ୍ତି । ଏକା ଏକା କୁଡିଆ ଘରଟିରେ ବୁଢୀ କ’ଣ ଖାଏ, କିପରି ରହେ କେହି ଜାଣନ୍ତି ନାହିଁ । କାରଣ ବୁଢୀଟି ଅତ୍ୟନ୍ତ କଳିହୁଡି । ସେ ଶେଯରୁ ଉଠିଲାଠୁ ଶୋଇବା ଯାଏଁ କାହା ସାଥୀରେ ନା କାହା ସାଥୀରେ କଳି କରିବ ହିଁ କରିବ । କଂଟାବାଡକୁ ଲୁଗାଛାଟି କଳିକଲା ଭଳି ତା’ର କାମ । ଦିନେ କଳି ନ କଲେ ସତେଯେମିତି ତା’ର ଭାତ ହଜମ ହୁଏନି । ଗୋଟିଏ ଭଲ କଥାକୁ ଖରାପ ଅର୍ଥରେ ନେଇ ବି ସେ କଳି କରିପାରେ ।

       ବୁଢୀର ଏଭଳି ଖରାପ ଆଚରଣରେ ଗାଁ ଲୋକେ ଅତିଷ୍ଠ ହୋଇ ପଡିଲେ । ସେମାନେ ବୁଢୀ ଆଗକୁ ଯିବାକୁ ତ ଡରୁଥିଲେ, ଆଉ ଟିକିଏ ଶାନ୍ତିରେ ବି ରହିପାରୁ ନଥିଲେ । ସୁତରାଂ ବୁଢୀକୁ ଏଥିରୁ ନିବୃତ କରାଇବା ପାଇଁ ଗାଁ ଲୋକେ କଥାବାର୍ତା ହେଲେ ସିନା ବିରାଡି ବେକରେ ଘଂଟି ବାନ୍ଧିବ କିଏ?

       ଏ ନେଇ ଗାଁ ସଭା ବସିଲା । ସଭାରେ କିଏ କେତେ କଥା କହିଲେ । କାହା କଥା ମନକୁ ଆସିଲା ନାହିଁ । ଶେଷରେ କଥା ହେଲା ଯିଏ ବୁଢୀର ଏଭଳି ଆଚରଣକୁ ବଦଳାଇ ପାରିବ ତାକୁ ପୁରସ୍କାର ଦିଆଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ