ଗୋପୀର ସହର ଯାତ୍ରା

ପଣ୍ଡିତମହାଶୟ ଜଳପାନ କରିବା ଅବସରରେ ଲୋକଟି ପଣ୍ଡିତଙ୍କ ନିକଟକୁ ଆସି ତାଙ୍କୁ ପ୍ରଣାମ କରି କହିଲା, “କ୍ଷମା କରିବେ ଆଜ୍ଞା” ଏତିକି କହି ସେ ତା’ ପାଟିରୁ ବିଡିଟାକୁ କାଢି ଫିଙ୍ଗି ଦେଲା ।

“ଆରେ ତୁମେ ଏ କଣ କଲ? ଏଇ ବିଡିଟି ପାଇଁ ତ ଆମେ ଏଠି ଅପେକ୍ଷା କରିଛୁ ।” ଏପରି କହି ପଣ୍ଡିତ ମହାଶୟ ବିଡିଟିର ଆବଶ୍ୟକତା ଜଣାଇଲେ ।

ଲୋକଟି ବ୍ୟସ୍ତତା ପ୍ରକାଶ କରି କହିଲା “ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ଏଇଟି ଖୁବ୍ ଭଲ ବିଡି, ଏତେଶୀଘ୍ର ଏହା ଲିଭିଯିବନି । ଲାଗୁଛି ଏଇ ବୁଦାମୂଳେ ପଡିଛି । ତାହା ମୁଁ ଆଣିଦେବିକି?”

ପଣ୍ଡିତମହାଶୟ ତାଙ୍କୁ କହିଲେ “ଏକ ରେ ତ ମାଟିରେ ପଡିଛି, ପୁଣି ଏତେ ଅପରିଷ୍କାର ସ୍ଥାନ, ଥାଉ ତାକୁ ଆଉ ଛୁଅଁନା । ନା, ନା, ମୋଟେ ନୁହେଁ, କଣ ତୁମର ବୁଦ୍ଧି ଭ୍ରଷ୍ଟ ହେଲାଣି?”

ପଣ୍ଡିତମହାଶୟ ଏପରି କହି ତାକୁ ବାରଣ କଲେ ।

ବିଡି ଖାଉଥିବା ଲୋକଟି କହିଲା “ପୁରୋହିତ ମହାଶୟ, ବିଡି ଅଭ୍ୟାସଟି ସେମିତି, ଟିକେ ନ ପିଇଲେ କଣ ମୁଣ୍ଡ କାମ କରିବ? ଆପଣ ତାର ଭଲ ମନ୍ଦ ଜାଣି ପାରିବେ ନାହିଁ । ଅସନା ହେଉକି ସଫା, ନିଆଁ ତ ନିଆଁ” ।

“ଏବେ ଟିକେ ଚୁପ୍ କର ଭଲା, ଗୋପୀ ସେପରି ଲୋକ ନୁହଁନ୍ତି । ପବିତ୍ରତା ତାଙ୍କର ପ୍ରାଣଠାରୁ ବଳି । ଏଥର ତୁମେ ଯାଇପାର ।” ଏହା କହି ପଣ୍ଡିତମହାଶୟ ତାକୁ ବିଦାକରି ଦେଲେ ଓ ତୁରନ୍ତ ଗାଡିରେ ବସି ପଡିଲେ ।

କିଛି ସମୟ ପରେ ପଣ୍ଡିତମହାଶୟ ଗୋପୀ ଉଦ୍ଧେଶ୍ୟରେ କହିଲେ, “ଆପଣଙ୍କର ବିଡି ସେବନ ସିନା ହୋଇ ପାରିଲା ନାହିଁ, ମାତ୍ର ତା ବାହାନାରେ ମୋର ତୃଷ୍ଣା କିନ୍ତୁ ମେଂଟିଲା ।”

ବିଡିସେବନ ଆଶାଟି ପୂରଣ ନ ହେବାରୁ ଗୋପୀ ମନରେ କ୍ରୋଧ ଆସୁଥିଲେ ହେଁ ଚୁପ୍ ହୋଇ ବସି ରହିବା ଛଡା ସେ ବା ଆଉ କଣ କରି ପାରନ୍ତା?

କିନ୍ତୁ ପଣ୍ଡିତମହାଶୟ ଚୁପ୍ ହୋଇ ରହିପାରିଲେନି । ରାସ୍ତାରେ ସେ ଦିଆସିଲି ସନ୍ଧାନରେ ଲାଗିଥାନ୍ତି । ଦେଖିଲେ, ଜଣେ ବ୍ୟକ୍ତି ଗୋଟିଏ ଥାଳିରେ ଜଳନ୍ତା ଅଙ୍ଗାର ନେଇ ଆସୁଛି । ବୁଝି ଜାଣିଲେ, ତାହା ହୋମାଗ୍ନି, ସେଥିରେ ବିଡି ଲଗାଇବା ତ ମହାପାପ ।

ଅନ୍ୟ ଏକ ସ୍ଥାନରେ ସେ ଦେଖିଲେ, ଜଣେ ଲୋକ ଗୋଟିଏ ଭଙ୍ଗା ମାଠିଆରେ ନିଆଁ ଧରି ଯାଉଛି । କିନ୍ତୁ, ଏଥିରେ ବି ବିଡି ଜଳାଇ ହେବନି, କାରଣ ସେଥିରେ ପୂର୍ବରୁ ମାଂସ ପୋଡା ଯାଇଛି । ରାସ୍ତା କଡରେ କିଛି ପଥର ଦେଖି ସେ ଭାବିଲେ ଏହା ଚକ୍ମକି ପଥର ହୋଇପାରେ, ଏଣୁ ଗାଡି ଅଟକିଲା । ବହୁତ ଘସିବା ପରେ ମଧ୍ୟ ସେ ପଥରରୁ ଅଗ୍ନି କଣାଟିଏ ବି ବାହାରିଲା ନାହିଁ । ପଣ୍ଡିତମହାଶୟ ସାମାନ୍ୟ ଜଳପାନ କଲେ ଓ କହିଲେ, “ଶୋଷମେଂଟାଇବାର ଭାଗ୍ୟ ମୋର ଅଛି, ହେଲେ ଟିକିଏ ନିଆଁ ପାଇବାର ଭାଗ୍ୟରୁ ଆପଣ ବଂଚିତ ହେଲେ ସିନା ।”

ଯାତ୍ରା କାଳରେ ପଣ୍ଡିତମହାଶୟ ନିଆଁ ସନ୍ଧାନର ଉତ୍ସୁକତାରେ ଥାଆନ୍ତି, କିନ୍ତୁ ତାଙ୍କୁ କୌଣସି ସୁଯୋଗ ମିଳୁ ନଥାଏ । ଅନ୍ୟ ଯାତ୍ରୀ ଓ ଗାଡିବାଲା ମଧ୍ୟ ଏସବୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଯାଉଥାନ୍ତି । ଗୋପୀର ର୍ଦୁବ୍ୟବହାର ସତ୍ତ୍ୱେ ପଣ୍ଡିତଙ୍କର ଏପରି ଆଚରଣ ସଭିଏଙ୍କୁ ବଡ ବିଚିତ୍ର ଲାଗୁଥାଏ । କିନ୍ତୁ ଗୋପୀ ତା’ ମନେ ମନେ ଭାବୁଥାଏ, ଏସବୁ ପାଣି ପିଇବାର ଗୋଟିଏ ଗୋଟିଏ ବାହାନା ।

ପରିଶେଷରେ ଜଣେ ପଥିକଙ୍କ ଠାରୁ ପଣ୍ଡିତମହାଶୟ ଦିଆସିଲି ପାଇବାରେ ସଫଳ ହେଲେ । ସେହି ପଥିକ ଜଣକ କହିଲେ, “ମୋ ପାଖରେ ଆଉ ଏକ ଦିଆସିଲି ଅଛି, ଏହା ଆପଣଙ୍କ ପାଖରେ ଥାଉ କିଛି କାର୍ଯ୍ୟରେ ଲାଗିପରେ ।”

ପଣ୍ଡିତ ମହାଶୟ ଗୋପୀକୁ ଦିଆସିଲି ବଢାଇ ଦେଲେ । ସେତେବେଳେ ଗୋପୀର ଆନନ୍ଦ ଥିଲା ବର୍ଣ୍ଣନାତୀତ । ବଡ ଖୁସିରେ ସେ ତା’ ବିଡିରେ ନିଆଁ ଲଗାଇବାକୁ ଯାଏତ ପଣ୍ଡିତ ମହାଶୟ କହିଲେ, ‘ଆପଣ ସିନା ତମାଖୁ ପ୍ରିୟ ହେଲେ ତା’ର ଗନ୍ଧ ମୁଁ ଆଦୌ ସହ୍ୟ କରି ପାରିବି ନାହିଁ ।’

ଗୋପୀ କହିଲା “ତେବେ ଗାଡି କିଛି ସମୟ ରହିଯାଉ, ବିଡି ଖଣ୍ଡେ ଟାଣିଲେ ଯାଇ ମୋ ପିଣ୍ଡରେ ପ୍ରାଣ ପଶିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ