ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ

ଯୁବକଙ୍କ ଡାକ ଶୁଣି ଘର ଭିତରୁ ବିନୋବା କହିଲେ, “ମୁଁ ବର୍ତ୍ତମାନ ବାହାରକୁ ଯାଇପାରିବି ନାହିଁ ।”

ଏବେ ସେ ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ବିନୋବା କହିଲେ, “ଏଇ ଦେଖୁନ, ଏଇ ଖମ୍ବଟି ମୋତେ ପରା ଜାବୁଡି ଧରିଛି । ଏଣୁ ମୁଁ ଏଠାରୁ ଯିବି କିପରି?”

ଏଭଳି ଆଶ୍ଚର୍ଯ୍ୟଜନକ କଥା ଶୁଣି ଯୁବକ ଜଣକ ଘରଭିତରକୁ ଅନାଇ ଦେଖିଲେ, ବିନୋବା ନିଜେ ଗୋଟିଏ ଖମ୍ବକୁ ଜାବୁଡି ଧରିଛନ୍ତି, ହେଲେ କହୁଛନ୍ତି ଓଲଟା କଥା ।

ଏହା ଦେଖି ଯୁବକ କହିଲା, “ଆପଣ ତ ନିଜେ ଖମ୍ବଟିକୁ ଧରିଛନ୍ତି । ଯେତେବେଳେ ଖମ୍ବଟିକୁ ଛାଡିଦେବେ ସେତେବେଳେ ଆପଣ ତା’ଠାରୁ ଅଲଗା ହୋଇଯିବେ ଏବଂ ମୋ’ ପାଖକୁ ଅନାୟାସରେ ଆସିପାରିବେ ।”

ଯୁବକଙ୍କ କଥା ଶୁଣି ବିନୋବା କହିଲେ, “ଠିକ୍ ଏହି କଥା ତ ମୁଁ ତୁମକୁ ବୁଝାଇବାକୁ ଚାହୁଁଥିଲି, ଯାହା ତୁମେ ଆଗରୁ ବୁଝିସାରିଲଣି । ସୁତରାଂ ତୁମର ମଦ୍ୟପାନର ଅଭ୍ୟାସ ତ୍ୟାଗ କରିବାରେ ଅସୁବିଧା ଆଉ କେଉଁଠି ରହିଲା? ତୁମେ ଏହାକୁ ଛାଡୁ ନାହଁ ବୋଲି ଛାଡିପାରୁନ । ଯେତେବେଳେ ଚାହିଁବ ଛାଡିପାରିବ, ଯେପରି ମୁଁ ଖମ୍ବଟିକୁ ଛାଡିଦେଇପାରିବି ।”

ପୁନଶ୍ଚ ବିନୋବା ଯୁବକଙ୍କ ଉଦ୍ଧେଶ୍ୟରେ କହିଲେ, “ଏଇଟା କିଛି ବଡ କଥା ନୁହେଁ । ଯେତେବେଳେ ତୁମେ ମଦ୍ୟପାନ କରିବା ଛାଡିଦେବ, ସେତେବେଳେ ମଦ ବି ତୁମକୁ ଛାଡିଦେବ ।”

ସତକୁ ସତ ସେହିଦିନଠାରୁ ସେ ଯୁବକ ଜଣକ ମଦ ଆଉ କଦାପି ଛୁଇଁଲେ ନାହିଁ । ବାସ୍ତବରେ ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପ ବଳରେ ହିଁ ଖରାପ ଅଭ୍ୟାସକୁ ତ୍ୟାଗ କରାଯାଇପାରେ ।

ସୁତରାଂ କୁହାଯାଇଛି –

“କଥାରେ କଥାରେ ସାଧୁସନ୍ଥମାନେ ହିତ ଉପଦେଶ ଦେଇ

ମଣିଷ ଖରାପ ଅଭ୍ୟାସଗୁଡିକୁ ଦିଅନ୍ତି ହେଳେ ଛଡାଇ ।

ଜୀବନେ ଉନ୍ନତି କରିବାକୁ ହେଲେ ନିଜେ ହୁଅ ସାବଧାନ

କୁ ପ୍ରବୃତ୍ତି କିଛି ପୂରାଅନା ମନେ – ଏ ସାଧୁସନ୍ଥ ବଚନ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ