ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାହାସିକ କାର୍ଯ୍ୟ

ତାଙ୍କ କଥା ଶୁଣି ବୀରସେନ କହିଲା “ମହାଶୟ, ଡାକୁମାନଙ୍କ ସହିତ ଯୁଦ୍ଧ କରିବାକୁ ସମସ୍ତେ ତ ପ୍ରସ୍ତୁତ । କିନ୍ତୁ କି ଭାବରେ କରାହେବ ଓ କିଏ ନେତୃତ୍ୱ ନେଇ ସେ କାର୍ଯ୍ୟ କରିବେ ତାହାହିଁ ପ୍ରଶ୍ନ ।”

ତା’ପରେ ସେ ମୁଖିଆ କିଛି ସମୟ ପର୍ଯ୍ୟନ୍ତ ଚିନ୍ତା କରି କହିଲେ, “ଆମ ଗ୍ରାମରେ ପ୍ରବୋଧାନନ୍ଦ ନାମକ ଜଣେ ସାଧୁ ଅଛନ୍ତି । ପ୍ରତ୍ୟେକ କଥାରେ ଭଲମନ୍ଦ ବିଷୟ ସେ ହିଁ ଆମକୁ କୁହନ୍ତି । ତାଙ୍କରି  ନିର୍ଦ୍ଧେଶରେ ଆମେ ଚଳୁଛୁ । ତମେ ତାଙ୍କ ପାଖକୁ ଯାଅ, ସେ ତୁମକୁ ଏ ବିଷୟରେ ନିଶ୍ଚୟ ସାହାଯ୍ୟ କରିବେ ।”

ବୀରସେନ ସାଧୁଙ୍କ ପାଖକୁ ଯାଇ ତାଙ୍କ ଗ୍ରାମର ସମସ୍ୟା ବିଷୟ କହିଲା । ସାଧୁ କହିଲେ, “ମୁଁ ତୁମ ସହିତ ତୁମ ଗ୍ରାମକୁ ଯାଇ ଲୋକମାନଙ୍କୁ ବୁଝାଇ ଦେବି କିପରି ଡାକୁମାନଙ୍କର ମୁକାବିଲା କରିବାକୁ ହେବ ।”

ପରଦିନ ସାଧୁଙ୍କୁ ଧରି ବୀରସେନ ନିଜ ଗ୍ରାମରେ ଯାଇ ପହଁଚିଲା । ଏସବୁ ଦେଖି ଗ୍ରାମବାସୀମାନେ କୁହାକୁହି ହେଲେ କି ଜଣେ ଶକ୍ତିମାନ୍ ସାଧୁ ଆସିଛନ୍ତି ଯିଏ ତାଙ୍କୁ ଡାକୁମାନଙ୍କ ଅତ୍ୟାଚାରରୁ ରକ୍ଷା କରିବେ । ଗ୍ରାମବାସୀମାନେ ଏକତ୍ର ହୋଇ ସାଧୁଙ୍କୁ ସ୍ୱାଗତ କଲେ । ଗ୍ରାମ ମୁଖିଆ ସାଧୁଙ୍କୁ କହିଲା, “ମହାଶୟ, ଆମେ ଡାକୁମାନଙ୍କ ଦ୍ୱାରା ଅତ୍ୟାଚାରିତ । ସେଥିରୁ ଉଦ୍ଧାର ପାଇବାକୁ ହେଲେ ଆପଣ ଯାହା କିଛି ବି କହିବେ ଆମେ ତାହା କରିବୁ । କିନ୍ତୁ ଅସ୍ତ୍ରଶସ୍ତ୍ର ତ ଆମ ପାଖରେ ନାହିଁ ।”

ସାଧୁ କହିଲେ “ଏଥିଲାଗି ଅସ୍ତ୍ରଶସ୍ତ୍ରର କୌଣସି ଆବଶ୍ୟକତା ନାହିଁ । କେବଳ ସାହସହିଁ ଯଥେଷ୍ଟ । ସାହସ ଥିଲେ ଆଉ ତମେ ସବୁ ଏକାଠି ହୋଇ ଲଢିଲେ ସେମାନେ ଆଉ କେବେ ମଧ୍ୟ ଏଠାକୁ ଆସିବାକୁ ସାହସ କରିବେ ନାହିଁ ।”

ସାଧୁଙ୍କ କଥା ଶୁଣି ମୁଖିଆ କହିଲା ଆମକୁ ତାହାହେଲେ କୌଣସି ଅଦ୍ଭୁତ ଶକ୍ତି ଦିଅନ୍ତୁ ବା ଅସ୍ତ୍ରଶସ୍ତ୍ର ଚାଳନା ଶିଖାଇ ଦିଅନ୍ତୁ । ଆମେ ଡାକୁଙ୍କ ସହ ଯୁଦ୍ଧ କରିବୁ ।”

ସାଧୁ କହିଲେ “ଦେଖ, ମୋ ପାଖରେ କୌଣସି ଜାଦୁବିଦ୍ୟା ବା ଅଲୌକିକ ଶକ୍ତି ନାହିଁ । କେବଳ ମୋ ପାଖକୁ ଆସି ମୋ କଥା ଶୁଣ । ଦେଖିବ କ୍ରମେ ତମେ ନିଜେ ନିଜେହିଁ ସାହସ ପାଇବ । ପରୀକ୍ଷା ସ୍ୱରୂପ ଜଣେ ଦୂର୍ବଳ ଲୋକକୁ ମୋ ପାଖକୁ ପଠାଅ । ତାକୁ ମୁଁ ସାହସୀ କରିଦେବି ।”

ଏହା ଶୁଣି ଗ୍ରାମବାସୀମାନେ ନିଜ ନିଜ ଭିତରେ କଥାବାର୍ତ୍ତା କରି ‘ଦୂର୍ବଳ’ ନାମକ ଲୋକକୁ ସାଧୁଙ୍କ ପାଖକୁ ପଠାଇଲେ । ପ୍ରକୃତରେ ସେହି ଲୋକଟିର ପ୍ରକୃତ ନାମ କେହି ମଧ୍ୟ ଜାଣନ୍ତି ନାହିଁ । ସେ ନିଜେ ଦେଖିବାକୁ ତ ପତଳା, ରୋଗା, ତା’ଛଡା ମୂଷାଟିଏ ବା ବିଲେଇଟିଏ ଦେଖିଲେ ଭୟରେ ହଠାତ୍ ସେ ଛାନିଆ ହୋଇଯାଏ । ତା’ ପାଇଁ ତା’ ସ୍ତ୍ରୀ ହେଉଛି ପ୍ରଭୁ । ତା’ ସ୍ତ୍ରୀର ସେ ସେବକ ହୋଇଥାଏ । ସ୍ତ୍ରୀର ବାକ୍ୟ ତା’ ପାଇଁ ବେଦବାକ୍ୟ ସମାନ । ସ୍ତ୍ରୀର  ନିର୍ଦ୍ଧେଶ ବିନା ସେ ପାଣି ଟିକିଏ ବି ପିଇବ ନାହିଁ । ତେଣୁ ତାକୁ ସମସ୍ତେ ଦୂର୍ବଳ ବୋଲି ଡାକୁଥିଲେ ।

ସାଧୁ ତାକୁ ପାଖକୁ ଡାକି କହିଲେ, “ଶୁଣ ଦୂର୍ବଳ, ମୁଁ ଦିନକ ମଧ୍ୟରେ ତମକୁ ସବଳ ବନାଇ ଦେବି । ଆସ ମୋ ପାଖକୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ