ଦସ୍ୟୁରାଜକୁମାର

ଥଜୟନଗରର ସାମନ୍ତ ରଜା ଶଙ୍କର ବର୍ମା କନକଦୁର୍ଗାଙ୍କ ସୁବର୍ଣ୍ଣ ବିଗ୍ରହ ହସ୍ତାନ୍ତର କରିବାକୁ ରାଜି ନହେବାରୁ ବୀରସିଂହର ସେନାପତି ଜବର୍ସେନ୍ ତାକୁ ଯୋର୍ କରି ନେଇଗଲା । ନୌକାରେ ପ୍ରତିମାକୁଧରି ବସିଥାନ୍ତି କେତେଜଣ ସୈନିକ । ଦୁଇ କୂଳରେ ସୈନ୍ୟମାନେ ଯାଉଥାନ୍ତି । ହଠାତ୍ ଗୋଟିଏ ବରଗଛରୁ ଦଉଡି ଯୋଗେ ଝୁଲି ଆସି କେହି ଜଣେ ଦୁଃସାହସିକ ରୀତିରେ ପ୍ରତିମାଟି ଟେକିନେଇ ଅନ୍ୟକୂଳରେ ପହଁଚି ଘୋଡା ଯୋଗେ ଚମ୍ପଟ ଦେଲା ।             ତା’ପରେ…

ଯେତେବେଳେ ଜବର୍ସେନ୍ ବୁଝିଲା ଯେ ଏଡେ ଦର୍ପରେ ସେ ଯେଉଁ ସୁବର୍ଣ୍ଣ ପ୍ରତିମା ନେଇ ଅଗ୍ରସର ହେଉଥିଲା, ଯାହାକୁ ପାଇଲେ ବୀରସିଂହ ବେଜାୟ ଖୁସି ହୋଇଯିବ ବୋଲି ସେ ସ୍ୱପ୍ନ ଦେଖୁଥିଲା, ସେ ପ୍ରତିମା ଆଉ ନାହିଁ, ସେତେବେଳେ ତାକୁ ଚାରିଦିଗ ଅନ୍ଧକାର ଦିଶିଲା । କ’ଣ କହି ସେ ବୀରସିଂହକୁ ବୁଝାଇବ ଯେ ବାସ୍ତବିକ ତା’ ତରଫରୁ ସତର୍କତା ଅବଲମ୍ବନରେ କୌଣସି ତ୍ରୁଟି ହୋଇନାହିଁ? ପ୍ରଥମେ ଯାଇ ସେ ମୁହଁ କିପରି ଦେଖାଇବ, ପ୍ରତିମା ଅଧା ବାଟରେ ହରଣଚାଳ ହୋଇଯିବାର ସମ୍ବାଦ ଦେବ ବା କିପରି? ଏକଥା ଠିକ୍ ଯେ ବୀରସିଂହ ହୁଏତ ତାକୁ ଜୀବନରେ ମାରିଦେବା ଭଳି ସାହସ କରିବ ନାହିଁ । କାରଣ ସୈନ୍ୟବାହିନୀ ଉପରେ ଜବରସେନ୍ର ପ୍ରତିପତି ବହୁତ ବୋଲି ବୀରସିଂହ ଜାଣେ । ତା’ଛଡା ବୀରସିଂହ ଆଗରେ ଏଭଳି କୌଣସି ଯୋଗ୍ୟ ଲୋକ ନାହିଁ, ଯିଏ କି ସେନାପତି ପଦରେ ବସି ପାରିବ । କିନ୍ତୁ ନିଜେ ସେନାପତି ଥାଉଁ ଥାଉଁ ସୈନ୍ୟମାନଙ୍କ ହାତରୁ ସମ୍ପଦ ଲୁଟି ହୋଇଯିବା କ’ଣ କମ୍ ବିସ୍ମୟକର ଓ ଦୁଃଖଦାୟକ କଥା?


ଗପ ସାରଣୀ

ତାଲିକାଭୁକ୍ତ ଗପ