ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅରିଷ୍ଟନେମି

ପୁରା କାଳରେ ଜଣେ ରାଜା ଥରେ ଶୀକାର କରିବା ନିମନ୍ତେ ବଣ ଭିତରକୁ ଯାଇଥାନ୍ତି । ଅନେକ ସମୟ ପର୍ଯ୍ୟନ୍ତ କିଛି ଶୀକାର ନପାଇ ସେ ହତାଶ ହୋଇ ପଡିବା ବେଳକୁ ଦୂରରେ ଗୋଟିଏ ହରିଣ ଚାଲିଯାଉଥିବାର ସେ ଦେଖିଲେ । ରାଜା ତା’ ଆଡକୁ ତୀର ମାରିଲେ ।

                କିନ୍ତୁ ହଠାତ୍ ସେ ଶୁଣିଲେ ମନୁଷ୍ୟ କଣ୍ଠର ଆର୍ତ୍ତନାଦ । ସୁତରାଂ ସେ ଦୌଡିଯାଇ ଦେଖିଲେ, ସେଟା ହରିଣ ନୁହେଁ, ବରଂ ହରିଣ ଛାଲ ଯୋଡି ହୋଇଥିବା ଜଣେ ତରୁଣ ମରି ପଡିଛି ।

ଏଥିରେ ସେ ରାଜା ଭୀଷଣ ଦୁଃଖିତ ହେଲେ । ପ୍ରଥମେ ସେ ଭାବିଲେ ତାକୁ ସେମିତି ଛାଡି ସେଠାରୁ ସେ ଅନ୍ୟତ୍ର କୁଆଡେ ପଳାଇବେ । କିନ୍ତୁ ତାହା ଅନ୍ୟାୟ ହେବ ଜାଣି ସେଠାରେ କେଉଁଠି ସେ ତରୁଣର ବାପା ମା’ ଥିବେ ଭାବି ସେମାନଙ୍କୁ ରାଜା ଖୋଜିବାକୁ ବାହାରିଲେ । ଗୋଟିଏ କୁଡିଆ ଭିତରୁ ଜଣେ ଋଷି ବାହାରି ଆସୁଥିଲେ । ରାଜା ତାଙ୍କୁ ପଚାରିଲେ “ମୁନିବର! ମୃଗଚର୍ମ ଧାରଣ କରିଥିବା ଜଣେ ତରୁଣକୁ ଆପଣ ଜାଣନ୍ତି କି?”

“ହଁ । ସେ ତ ମୋ ପୁଅ । କିଛି ପଦାର୍ଥ ସଂଗ୍ରହ ପାଇଁ ସେ ଯାଇଛି ।” ମୁନି ଏତିକି କହିସାରିବା ବେଳକୁ ତାଙ୍କ ପୁଅ ଆସି ସେଠାରେ ପହଁଚିଗଲା । ରାଜା ତାକୁ ଦେଖି ଅବାକ୍ ହୋଇଗଲେ । ତା’ପରେ ସିଏ କହିଲେ “ଇଏ କ’ଣ? ମୁଁ ତ ବର୍ତ୍ତମାନ ଏହାଙ୍କୁ ମୃତ ଅବସ୍ଥାରେ ଦେଖି ଆସିଲି ।”

ମୁନି ସଂକ୍ଷେପରେ ବୁଝାଇ କହିଲେ “ରାଜା! ଆମ ଜୀବନ ତ କେବଳ ଭଗବାନଙ୍କୁ ଉତ୍ସର୍ଗୀକୃତ । ତାଙ୍କ ଇଚ୍ଛାରେ ହିଁ ଆମର ମୃତ୍ୟୁ ହୋଇପାରେ ।”

ଏହାପରେ ସେ ରାଜା ମୁନିଙ୍କୁ ପ୍ରଣାମ କରି ତାଙ୍କଠୁଁ ବିଦାୟ ନେଲେ । ଏହି ମୁନିଙ୍କ ନାମ ଅରିଷ୍ଟନେମି ।


ଗପ ସାରଣୀ

ତାଲିକାଭୁକ୍ତ ଗପ