ଏବେ ବୁଦ୍ଧିରାମ ଭାବିଲା ସତେତ । ରାଜା ଯଦି ଅସଲ କଥାଟି ଜାଣିଦେବେ ତେବେ ବଡ ଅସୁବିଧା ହେବ । ସୁତରାଂ ସେ ଏଥିରୁ ଖସିବା ପାଇଁ ଏକ ଅଭିନବ ଉପାୟ ଚିନ୍ତା କଲା । ଦିନେ କ୍ଷୀରକୁ ବହୁତ ଗରମ କରି ତା’ ବିରାଡିକୁ ପିଇବାକୁ ଦେଲା । ମାତ୍ର ଏହା ଅଧିକ ଗରମ ଥିବାରୁ ବିରାଡି ପିଇଲା ନାହିଁ । ସୁତରାଂ ବିରାଡିକୁ ଧରି ଜୋର ଜବରଦସ୍ତ ପିଆଇବାକୁ ଚେଷ୍ଟା କଲା ସେ । ବିରାଡିର ମୁହଁ ପୋଡିଯିବାରୁ ସେ ଡରରେ ଦୌଡି ପଳାଇଲା ସେଠାରୁ । ସେହିଦିନ ଠାରୁ ସେହି ବିରାଡି କ୍ଷୀରକୁ ଏତେ ଡରିଗଲା ଯେ, ଥଣ୍ଡାକ୍ଷୀର ବି ପିଇବାକୁ ଡରିଲା ।
ଠିକ୍ ତିନିମାସ ପରେ ରାଜା ପୋଷା ବିରାଡିମାନଙ୍କ ସମ୍ବନ୍ଧରେ ଜାଣିବାକୁ ଚାହିଁଲେ ଏବଂ ସେମାନେ ମୂଷା ମାରୁଛନ୍ତି କି ନାହିଁ ପରୀକ୍ଷା କରାଇଲେ । ସୁତରାଂ ପ୍ରଜାମାନେ ନିଜ ନିଜର ବିରାଡିମାନଙ୍କୁ ନେଇ ରାଜ ଦରବାରରେ ପହଂଚିଗଲେ । ରାଜା ଦେଖିଲେ ସମସ୍ତଙ୍କ ବିରାଡି ମୋଟା ସୋଟା ଦିଶୁଥିଲା ବେଳେ ବୁଦ୍ଧିରାମର ବିରାଡି ବହୁତ ଦୁର୍ବଳ ଦେଖାଯାଉଛି ।
ରାଜାଙ୍କର ସନ୍ଦେହ ହେବାରୁ ସେ ବୁଦ୍ଧିରାମକୁ ପଚାରିଲେ, “ତୁମର ବିରାଡିର ଅବସ୍ଥା ଏଭଳି କାହିଁକି?” ତାକୁ ବୋଧହୁଏ କ୍ଷୀର ପିଇବାକୁ ଦେଉନାହଁ । ସୁତରାଂ ତୁମକୁ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଦଣ୍ଡ ଦିଆଯିବ ।”
ଏହାଶୁଣି ବୁଦ୍ଧିରାମ କହିଲା, “ହଜୁର ! ମୁଁ ଅତି ଗରିବ ଲୋକ । ମୋ ଛୁଆମାନଙ୍କୁ କ୍ଷୀର ଟୋପାଏ ଦେବାକୁ ପାଖରେ ପଇସା ନଥିଲା । ମୋତେ ଭଗବାନଙ୍କ କୃପାରୁ ଆପଣଙ୍କଠାରୁ ସାହାଯ୍ୟ ମିଳିଗଲା । କାରଣ ମୋର ସୌଭାଗ୍ୟକୁ ଆପଣ ପୋଷିବା ପାଇଁ ମୋତେ ଦେଇଥିବା ବିରାଡିଟି କ୍ଷୀର ଛୁଏଁ ନାହିଁ । ସୁତରାଂ ବିରାଡିପାଇଁ କିଣାକ୍ଷୀର ମୋ ସାନପୁଅଟି ପିଇଦିଏ ।”
ବୁଦ୍ଧିରାମଠାରୁ ଏଭଳି କଥା ଶୁଣି ରାଜା ଭୀଷଣ ରାଗିଗଲେ ଏବଂ କହିଲେ, “ଅସମ୍ଭବ କଥା । ଏଭଳି କ୍ଷୀର ପିଉନଥିବା ବିରାଡି ତ ସୃଷ୍ଟିରେ ନଥିବ । ତୁମେ ଜଣେ ମିଛୁଆ ପ୍ରଜା, ଯଦି ମୋ ସମ୍ମୁଖରେ ଏହା ପ୍ରମାଣ ନକର ତେବେ ମୃତ୍ୟୁ ଭୋଗିବ । ଯଦି ପ୍ରମାଣ କରିଦିଅ ତେବେ ଶହେ ସୁନାମୋହର ପୁରସ୍କାର ସ୍ୱରୂପ ପାଇବ ।”
ସତକୁସତ ବିରାଡି ଆଗରେ କ୍ଷୀର ଗିନାଏ ରଖାଗଲା । ଏବେ ବିରାଡି ତାକୁ ପିଇବ କ’ଣ ଭୟରେ ଦୌଡିପଳାଇଲା ।ଯେତେ ଥର ଅଣାଗଲା ସେତେ ଥର ବିରାଡି ଦୌଡି ପଳାଉଥାଏ । କ୍ଷୀରକୁ ଆଦୌ ଛୁଇଁଲା ନାହିଁ ।
ଏବେ ବୁଦ୍ଧିରାମ ବୁଦ୍ଧିବଳରେ ଜୟଲାଭ କରି ଶହେ ସୁନା ମୋହର ପାଇଗଲା । ରାଜା ଏହାର କାରଣ ପଚାରିବାରୁ ସେ ଗୋଟି ଗୋଟି କରି ସବୁକଥା କହିଗଲା । ତାପରେ ବିରାଡି ପୋଷିବା ପାଇଁ ଅଯଥାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ରାଜା ବୁଝିଗଲେ । ଏଣିକି କ୍ଷୀର ପାଇଁ ଆଉ ଟଙ୍କା ଦେଲେ ନାହିଁ ।