ଏକ କୁମ୍ଭାରର କାହାଣୀ

       ରାଜାଙ୍କର ଏହି ପ୍ରଶ୍ନ ଦ୍ୱାରା କୁମ୍ଭାର ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା । ସେ ଭାବିଲା, ‘ରାଜା ମୋତେ କାହିଁକି ଏପରି ପ୍ରଶ୍ନ ପଚାରୁଛନ୍ତି? ଏହା ଭାବି ସେ ରାଜାଙ୍କୁ ଉତ୍ତର ଦେବାକୁ ଯାଇ କହିଲା, ‘ମହାରାଜ’! ପ୍ରକୃତରେ ମୁଁ ଜଣେ କୁମ୍ଭାର । ମୋର ନାମ ହେଉଛି ଯୁଧିଷ୍ଠିର । ସବୁ ସମୟରେ ମୁଁ ମଦ୍ୟପାନ କରୁଥାଏ । ଦିନେ ମଦ୍ୟପାନ କରି ମୁଁ ଗଢିଥିବା ହାଣ୍ଡି ଉପରେ ପଡିଯିବାରୁ ମୋର ମୁଣ୍ଡରେ ଏହି କ୍ଷତ ସୃଷ୍ଟି ହୋଇଛି । କୁମ୍ଭାରର କଥା ଶୁଣି ରାଜା ମନେ ମନେ ବହୁତ ରାଗିଗଲେ ଏବଂ ନିଜ ସୈନ୍ୟ, ସାମନ୍ତମାନଙ୍କୁ ଆଦେଶ ଦେଲେ କୁମ୍ଭାରକୁ ତୁରନ୍ତ ସେଠାରୁ ବାହାର କରିଦେବା ପାଇଁ । ସୈନ୍ୟ ମାନେ ଯେତେବେଳେ କୁମ୍ଭାର ନିକଟକୁ ଆସିଲେ, କୁମ୍ଭାରଟି କହିଲା, ‘ମହାରାଜ’! ମୋର ଭୁଲ୍ ହୋଇଯାଇଛି । ଆପଣ ଏପରି କରନ୍ତୁ ନାହିଁ । ମୁଁ ମଧ୍ୟ ଭଲ ଯୁଦ୍ଧ କରିପାରେ । ମୋତେ ଆପଣ ଥରେ ସୁଯୋଗ ଦିଅନ୍ତୁ । କୁମ୍ଭାରର କଥା ଶୁଣି ରାଜା କହିଲେ, ‘ହୋଇପାରେ, ତୁମେ ଯୁଦ୍ଧ କରିପାରୁଥାଅ । ମାତ୍ର ଏଠାରେ ତୁମର ଆବଶ୍ୟକତା ନାହିଁ । ତୁମେ ଏଠାରୁ ତୁରନ୍ତ ଚାଲିଯାଅ । ଯେପରି ସିଂହୀ ଶୃଗାଳକୁ କହିଲା, ‘ତୁମେ ଯେତେ ବଳବାନ୍, ସୁନ୍ଦର, ବୁଦ୍ଧିମାନ୍ ହୋଇଥିଲେ ମଧ୍ୟ ତୁମ ବଂଶରେ କେହି ହାତୀ ମାରିନାହାନ୍ତି ।

       ରାଜାଙ୍କ କଥା ଶୁଣି କୁମ୍ଭାର ପଚାରିଲା, ‘ମହାରାଜ’! ଆପଣ ମୋତେ ସମସ୍ତ କଥା ବର୍ଣ୍ଣନା କରି କୁହନ୍ତୁ ।

       କୁମ୍ଭାରର କଥା ଶୁଣି ରାଜା କାହାଣୀଟି କହିବାକୁ ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ