ଚଢେଇର ପର

କିନ୍ତୁ ସେହି ବଡ ଦୁଇଝିଅମାନେ ଯେତେବେଳେ ସାନଭଉଣୀଟିର ମାମୁଲି ପରଟିକୁ ଦେଖିଲେ, କେବଳ ହସି ହସି ଗଡିଗଲେ । ଭାବିଲେ, ସାନଭଉଣୀର ମୁଣ୍ଡ ବୋଧେ ଖରାପ୍ ହୋଇଗଲାଣି । ବାପା ମଧ୍ୟ ସେଇ ସାମାନ୍ୟ ପରଟାକୁ ଏତେ ଟଙ୍କା ଦେଇ ତାଙ୍କ ଗେହ୍ଲା ଝିଅ ପାଇଁ କାହିଁକି ଆଣୁଥିଲେ କେଜାଣି ।

ଏସବୁ ଦେଖି ସାନଭଉଣୀ କାହାକୁ କିଛି କହିଲା ନାହିଁ । ସେ ତାର ଶୋଇଲା ଘରେ ପହଁଚି ମାଟିତଳେ ସେହି ପରଟି ରଖିଦେଲା । ଠିକ୍ ରାତି ଅଧବେଳକୁ ତାର ଝରକା ବାଟଦେଇ ଗୋଟିଏ ଚଢେଇ ପଶିଆସିଲା ଏବଂ ସେ ଚଢେଇଟି ଘର ଭିତରେ ଗୋଟିଏ ସୁନ୍ଦର ରାଜକୁମାରରେ ପରିଣତ ହୋଇଗଲା । ରାଜକୁମାରକୁ ପାଖରେ ପାଇ ସାନଭଉଣୀଟି ଭାରି ଖୁସୀ ହୋଇଗଲା । ଦୁଇଜଣ ବସି କେତେ ହସଖୁସି ହେଲେ । ଠିକ୍ ରାତି ପାହିଲା ପରେ ସେ ରାଜକୁମାର ଜଣକ ପୁଣି ପକ୍ଷୀ ହୋଇ ସେଠାରୁ ଉଡି ଚାଲିଗଲା ।

ରାତିପାହି ସକାଳ ହେଲା । ସେ ଘରକୁ ବଡ ଦୁଇଭଉଣୀ ଯେତେବେଳେ ଯାଆନ୍ତି, ସେମାନେ ଦେଖିଲେ ସେ ଘରଟି ଖାଲି ବାସନାରେ ମହକି ଉଠୁଛି । ଏହାର କାରଣ କ’ଣ ହଠାତ୍ ସେମାନେ କିଛି ବୁଝି ପାରିଲେ ନାହିଁ । ଠିକ୍ ଏତିକିବେଳେ ଟେବୁଲ୍ ଉପରେ ସେ ବଡଦୁଇଭଉଣୀଙ୍କର ଆଖି ପଡିଗଲା । କାହିଁକିନା ସେହି ଟେବୁଲ୍ ଉପରେ ଗୋଟିଏ ପାଟ ପଗଡି ଥୁଆ ହୋଇଥିଲା । ସେ ରାଜକୁମାର ଗଲାବେଳେ ସେଇଟି ନେବାକୁ ସେ ଭୁଲି ଯାଇଥିଲା । ଦୁଇ ବଡ ଭଉଣୀ ଏ ପଗଡି କାହାର ବୋଲି ପଚାରିଲେ । କିନ୍ତୁ ଏ ସାନଭଉଣୀ କାହାକୁ କିଛି ନ କହି କେବଳ ମୁରୁକି ମୁରୁକି ହସିଲା । ତେଣୁ ସେ ବଡ ଦୁଇଭଉଣୀଙ୍କ ମନରେ ଟିକେ ସନ୍ଦେହ ହେଲା ।

ତା’ପରଦିନ ରାତିରେ ବଡ ଦୁଇଭଉଣୀ ଜଗି ରହିଲେ । ରାତି ଅଧରେ ସେହି ଚଢେଇଟି ଝରକା ଭିତରେ ପଶି ଆସିଲା । ତାପରେ ସେ ବଡ ଭଉଣୀ ଦୁହେଁ ଦେଖିଲେ ତାଙ୍କ ସାନଭଉଣୀ ଘରେ କେଡେ ସୁନ୍ଦର ରାଜକୁମାର । ତାର ବେଶ ପୋଷାକରେ ଯେମିତି ଆଖି ଝଲସି ଉଠୁଛି । ସକାଳ ହେଲାରୁ ସେ ରାଜକୁମାର ପୁଣି ପକ୍ଷୀ ହୋଇ ସେଠାରୁ ଉଡିଗଲା । ଏଥିରେ ସେ ଦୁଇ ବଡ ଭଉଣୀଙ୍କର ଭୟଙ୍କର ରାଗ ହେଲା । ତେଣୁ ସେମାନେ ତା’ ପରଦିନ ଚୁପ୍ଚାପ୍ ସାନଭଉଣୀର ଝରକାରେ କଂଟା ଛାଟି ଦେଲେ । ରାତିରେ ଯେତେବେଳେ ରାଜକୁମାର ଚଢେଇ ରୂପରେ ଆସେ କଂଟାରେ ତାର ପର ଲାଗି ଯାଇ ତାହା ଛିଣ୍ଡଗଲା । ତହୁଁ ସେ ଚଢେଇଟି ବଡ କିଲିବିଲି ହୋଇ ସାନଭଉଣୀକୁ କହିଗଲା, ଏତେ କଷ୍ଟ ଦେଲୁ । ମୋତେ ପାଇବାକୁ ହେଲେ ତୋତେ ଲୁହା ଜୋତା ସାରିବାକୁ ହିଁ ପଡିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ