ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାହାଡ ଚଢା

       ଠିକ୍ ଏତିକିବେଳେ ତାଙ୍କ ପଛରୁ ଜଣେ କିଏ ଅଚିହ୍ନା ବ୍ୟକ୍ତି ତାଙ୍କ କାନ୍ଧରେ ହାତ ରଖିଲେ । ଯୁବକ ପଛକୁ ବୁଲିପଡି ଦେଖନ୍ତିତ ଗେରୁଆ ବସ୍ତ୍ର ପିନ୍ଧି ଜଣେ ସନ୍ନ୍ୟାସୀ ତାଙ୍କ ଆଡକୁ ଚାହିଁ ହସୁଛନ୍ତି । ସେ ଥିଲେ ସେହି ହିମାଳୟରେ ବାସ କରୁଥିବା ଜଣେ ସାଧୁ ।

       ଏବେ ସାଧୁଜଣକ ଯୁବକକୁ କହିଲେ, “ତୁମ ମନରେ ଦୁଃଖ କାହିଁକି? ତୁମେ ଏମିତି ନିରାଶ ଜଣାପଡୁଛ ଯେ” ?

       ତହୁଁ ଯୁବକ ନିଜର ମନକଥା କହିବସିଲେ ।

       ଏହା ଶୁଣି ସନ୍ନ୍ୟାସୀ ହସି ହସି କହିଲେ, “ଓଃ, ଏଇକଥା? ମୋତେ ଲାଗୁଛି ତୁମେ ନିଶ୍ଚୟ ହିମାଳୟ ଚଢିପାରିବ? ତେବେ ମୋର ଗୋଟିଏ କଥା ତୁମକୁ ମନେ ରଖିବାକୁ ହେବ । ତାହା ହେଲା, ଗୋଟିଏ ପାଦପରେ ତୁମର ଆଉ ଗୋଟିଏ ପାଦ ଆଗକୁ ବଢାଇବ । ଆଉ ପାହାଡ ଚଢିଲାବେଳେ ପାହାଡର ଉଚ୍ଚତା କି ପାହାଡର ତୀଖକଥା ସମ୍ପୂର୍ଣ୍ଣ ଭୁଲି ଯିବାକୁ ହେବ । କେବଳ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ଗୋଟିଏ ପାଦ ପରେ ଥାଉ ଗୋଟିଏ ପାଦ ପକାଇବ ।”

       ଯୁବକ ଜଣକ ସାଧୁଙ୍କ କଥାକୁ ଗଣ୍ଠିଧନ କଲାଭଳି ମନେ ରଖିଲା । ତା’ପର ଦିନଠୁ ସେହି କଥା ପାଳନ କରି ପାହାଡ ଚଢିବାକୁ ଲାଗିଲା । ଯେତେ ଯାହା ବାଧାବିଘ୍ନ ଆସିଲେ ବି ପାହାଡ ଚଢାମନ୍ତ୍ରକୁ ମନେ ପକାଇ ପାଦ ପରେ ପାଦ ପକାଇ ଯୁବକ ଆଗକୁ ମାଡି ଚାଲିଲା । ଶେଷରେ ଯୁବକ ଜଣକ ପାହାଡର ଅଗ୍ରଭାଗରେ ପହଂଚିଗଲା । ଏମିତି ଦିନେ ସେହି ଯୁବକ ଜଣକ ମଧ୍ୟ ହିମାଳୟ ଅଗ୍ରଭାଗରେ ପହଂଚି ପାରିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ