ବିଚିତ୍ର ପୁଷ୍ପ

ରାଜା ବଡ ଚିନ୍ତାଗ୍ରସ୍ତ ହେଲେ କି ଏପରି ଏକ ଅଜବ ଓ ଆକସ୍ମିକ ବିପଦରୁ ରାଜ୍ୟକୁ କିପରି ରକ୍ଷା କରାଯିବ । ଜନ୍ତୁ ବିରାଟ, ହୁଏତ ସେ ରାଜଧାନୀ ଆଡକୁ ବି ଆସିପାରେ । ତେଣୁ କ’ଣ କରାଯିବ ଭାବି ରାଜା ଓ ସେନାପତି ବଡ ବ୍ୟସ୍ତ ହୋଇ ପଡିଲେ । ସେମାନଙ୍କୁ ଏପରି ଚିନ୍ତାଗ୍ରସ୍ତ ଦେଖି ରାଜଗୁରୁ କହିଲେ, “ମହାରାଜ, ଚନ୍ଦ୍ରକେତୁ କୂଳଶ୍ରେଷ୍ଠ ପୂଜାରୀ ଠାରୁ ଶାପଗ୍ରସ୍ତ ହୋଇଛି । ମୋର କାହିଁ ସନ୍ଦେହ ହେଉଛି ଯେ, କେବଳ ସେହିଁ ଏହି ରୂପରେ ପ୍ରକଟ ହୋଇଛି । ଅଳ୍ପ କିଛି ବିକଶିତ ଶତାଦ୍ଦିକା ଫୁଲ ଆମ ରାଜ୍ୟର ଉତ୍ତର ଦିଗରେ ଅଛି । ସେହି ଫୁଲ ପାଇଁହିଁ ରାକ୍ଷସ ରୂପରେ ଥିବା ଚନ୍ଦ୍ରକେତୁ ଏବେ ମଧ୍ୟ ଚେଷ୍ଟା କରୁଛି । ତେଣୁ ଏପରି ପରିସ୍ଥିତିରେ ସେହି, ଶତାଦ୍ଦିକା ପୁଷ୍ପହିଁ ଆମକୁ ରକ୍ଷା କରିବ ।” ରାଜା ପଚାରିଲେ “ଆଚ୍ଛା, ସେ ଫୁଲ ବା ଆମକୁ କିପରି ରକ୍ଷା କରିବ? ଆପଣତ ନିଜେ କହୁଥିଲେ ତାହା ଅମଙ୍ଗଳର ପ୍ରତୀକ ବୋଲି? ପୁଣି ଏହା କିପରି ବିପରୀତ କାମ କରିବ?”

ରାଜଗୁରୁ କହିଲେ “ତେବେ ଶୁଣନ୍ତୁ କୂଳଶ୍ରେଷ୍ଠ ପୂଜକ ଦ୍ୱାରା ଶାପଗ୍ରସ୍ତ ଚନ୍ଦ୍ରକେତୁ ଏବେ ରାକ୍ଷସ ହୋଇଯିବା ପରେ ଭୂମି ଉପରେ ରହି ପାରିବ ନାହିଁ । ସେହି ବିଚିତ୍ର ପୁଷ୍ପ ତାକୁ ମାଣିକୀପୁର ପ୍ରତି ଆକୃଷ୍ଟ କରୁଛି । ତେଣୁ ଆମେ ଯଦି ସେହି ବିଚିତ୍ର ପୁଷ୍ପକୁ ତା’ର ସମୁଦ୍ରର ବାସସ୍ଥଳ ନିକଟରେ ପହଁଚାଇ ଦେବା, ତେବେ ସେ ଆଉ ଏଠାକୁ କେବେବି ଖୋଜିବା ପାଇଁ ଆସିବ ନାହିଁ । ତେବେ ପ୍ରଶ୍ନ ହେଉଛି ଏ କାମ କରିବ କିଏ?”

ଗୁରୁଦେବଙ୍କ କଥା ଶୁଣି ରାଜାଙ୍କର ବସନ୍ତ ଉତ୍ସବ କଥା ମନେ ପଡିଲା । ପୁଣି ତାଙ୍କର ମନେ ପଡିଲା ଉତୁଙ୍ଗ ଓ ତାର ସହଚର ଯୁବକମାନଙ୍କ କଥା ଓ ସେହି ବିଚିତ୍ର ପୁଷ୍ପ କଥା । ରାଜା ଭାବିଲେ ଯେ ଏହି ସାହସିକ କାମ ଉତୁଙ୍ଗକୁ ସମର୍ପଣ କଲେ ଠିକ୍ ହେବ । ରାଜା ସେନାପତିଙ୍କୁ କହିଲେ “ମୋର ରାଜ୍ୟକୁ ରକ୍ଷାକରିବା ପାଇଁ ମୁଁ ନିଜେ ଶୃଙ୍ଗମାୟ ପର୍ବତକୁ ଯିବି ଓ ଉତୁଙ୍ଗ ସହିତ ଦେଖା କରିବି । ମାତ୍ର ମୋ ସହିତ ବୀରସିଂହ ଯିବେ ।” ତା’ପରେ ସେ ଗୁରୁଦେବଙ୍କୁ ପ୍ରଣାମ କରି କହିଲେ, “ଗୁରୁଦେବ, ଆପଣଙ୍କ ଆଶୀର୍ବାଦରୁ ଯେପରି କାମ ସଫଳ ହୁଏ ।”

“ଆପଣଙ୍କ କାର୍ଯ୍ୟ ଅତ୍ୟନ୍ତ ଉଚିତ୍ କାର୍ଯ୍ୟ । ମହାରାଜ, ରାଜ୍ୟ ରକ୍ଷା ପାଇଁ ଆପଣ ନିଜ ଜୀବନକୁ ତୁଚ୍ଛ କରି ଯେଉଁ କାମ କରୁଛନ୍ତି ତାହା ନିଶ୍ଚୟ ସଫଳ ହେବ ।” ରାଜଗୁରୁ ଏତିକି କହି ତାଙ୍କୁ ଆଶିର୍ବାଦ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ