ଭୀତୁ

                ତା’ପରେ ପାର୍ବତୀ ଆମ୍ମାଙ୍କ ସ୍ୱାମୀ ଖାଇବାକୁ ଯାଇ ବହୁତ ପ୍ରକାର ଖାଦ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଆଜି ଏତେପ୍ରକାର ଖାଦ୍ୟ କାହିଁକି?” ପାର୍ବତୀ ଆମ୍ମା କହିଲେ, “ରାତ୍ରିରେ ସ୍ୱପ୍ନ ଦେଖିଥିଲି ଯେ ତୁମେ ଆଜି ଆସିବ ତେଣୁ ମୁଁ ନାନାପ୍ରକାରର ଖାଦ୍ୟ ବନାଇ ରଖିଛି ।” ସ୍ତ୍ରୀଙ୍କ କଥା ଶୁଣି ସେ ଅତି ଖୁସି ହୋଇଗଲେ । ସେ ମନେ ମନେ ତାଙ୍କ ସ୍ତ୍ରୀଙ୍କୁ ଭାରି ପ୍ରଶଂସା କଲେ । କେତେ ଭକ୍ତିମତୀ । ସେ ଚାହାଁନ୍ତି ଯେ ସ୍ତ୍ରୀ ଭକ୍ତିମତୀ ହେବା ଭଲ ଯେ ହେଲେ ସେ ଭଗବାନଙ୍କୁ ନୁହେଁ ସ୍ୱାମୀକୁ ଭକ୍ତି କରିବ । ସ୍ତ୍ରୀର ଏଭଳି ଆଦର ଯତ୍ନରେ ସେ ଗଦଗଦ ହୋଇ ଗଲେ । ଆରାମରେ ସବୁକିଛି ଖାଇଲେ । ମନ ଖୁସି । ଖାଇବା ପରେ ସେ ଯାଇ ଶୋଇଗଲେ ।

                ଠିକ୍ ଅଧରାତି ବେଳକୁ ଭିକ୍ଷୁକକୁ ଶୋଷ ହେବାରୁ ସେ “ପାଣି” “ପାଣି” ବୋଲି ଚିତ୍କାର କଲା । ସେଥିରେ ପାର୍ବତୀ ଆମ୍ମାଙ୍କ ସ୍ୱାମୀ ନିଦରୁ ଉଠିପଡି କହିଲେ, “ଏ ଶବ୍ଦ କେଉଁଠୁ ଆସୁଛି?”

                ପାର୍ବତୀ ଆମ୍ମା କହିଲେ “ଆମେ ପିତୃପୁରୁଷଙ୍କୁ ଭଲଭାବରେ ସନ୍ତୁଷ୍ଟ ନ କରିବାର ଏ ଫଳ” । ସ୍ତ୍ରୀଙ୍କ କଥାକୁ ସ୍ୱାମୀ ବିଶ୍ୱାସ କଲେ ଓ କହିଲେ, “ହେ ପୂଣ୍ୟାତ୍ମା ପିତୃ ପୁରୁଷ ଗଣ, ମୋତେ କ୍ଷମାକରନ୍ତୁ, ପରଥରକୁ ଭଲ ଭାବରେ ପୂଜା ଦେବି ।” କିନ୍ତୁ ଭିକ୍ଷୁକ ଚିତ୍କାର କରି କହିଲା, “ମୁଁ ଶୋଷରେ ମରିଗଲିରେ ମରିଗଲି ।”

                ପାର୍ବତୀ ଆମ୍ମା ଆଟୁ ଆଡକୁ ମୁହଁ କରି କହିଲେ, “ପ୍ରଭୂ, ପୂର୍ବପଟକୁ ନଡିଆଟିଏ ଅଛି ତାକୁ ଫୁଟାଇ ପିଇଦିଅନ୍ତୁ ।”

                ଭିକ୍ଷୁକ ପାର୍ବତୀ ଆମ୍ମାଙ୍କ କଥା ଅତି ସହଜରେ ବୁଝିଗଲେ । ପୂର୍ବପଟରୁ ନଡିଆଟି ସଂଗ୍ରହ କରି ଭିକ୍ଷୁକ ପୂଜାରୀର ନଣ୍ଡା ମୁଣ୍ଡରେ ନଡିଆଟି ପଥର ବୋଲି ଭାବି ପିଟିଛି; ନଡିଆ ତ ଭାଙ୍ଗିଲା, ହେଲେ ତା’ସହିତ ପୂଜାରୀଙ୍କ ନଣ୍ଡାମୁଣ୍ଡଟି ବି ଗଲା । “ମରିଗଲିରେ” ବୋଲି କହି ଅନ୍ଧାରରେ ସେ ଅଣ୍ଡାଳୁ ଅଣ୍ଡାଳୁ ଭିକ୍ଷୁକ ଉପରେ ତାଙ୍କ ହାତ ପଡିଲା । ଅନ୍ଧକାର ମଧ୍ୟରେ ଦୁହେଁ ଦୁହିଁଙ୍କୁ ଟାଙ୍କେ ଛାଚିଲେ ।

ଏ ଶବ୍ଦ ପାର୍ବତୀ ଆମ୍ମାଙ୍କ ସ୍ୱାମୀ ରାମକୁଟ୍ଟିଙ୍କ କାନରେ ପଡିଲା । ସେ ଡରିଗଲେ । ଭାବିଲେ ନିଶ୍ଚୟ ଆଟୁ ଉପରେ ପ୍ରେତାତ୍ମାମାନେ ରହିଛନ୍ତି ।

ପାର୍ବତୀ ଆମ୍ମା ଏଭଳି ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ କହିଲେ, “ଓଃ ମୁଁ ଏତେ ପିତୃ ପୁରୁଷଙ୍କୁ ପ୍ରାର୍ଥନା କଲି, ତୁମେ ଆସିବା ପର୍ଯ୍ୟନ୍ତ ଶାନ୍ତ ରହନ୍ତୁ, ସେମାନେ ବୋଧେ ଏବେ ଜାଣିପାରିଛନ୍ତି ଯେ ତମେ ଆସି ଯାଇଛ ।” ଇତିମଧ୍ୟରେ ସେମାନେ ଦୁହେଁ ମରାମରି ହୋଇ ଭୁସଭାସ୍ ତଳେ ପଡିଲେ । ସେ ଶବ୍ଦ ଶୁଣି ସେ ଆଡକୁ ନଚାହିଁ ରାମକୁଟ୍ଟି ପଡି ଉଠି ବାହାରକୁ ଦୌଡିଲେ ଓ ଘୋଡା ଚଢି ସେଠାରୁ ପଳାଇଲେ । କିନ୍ତୁ ଆଶ୍ଚର୍ଯ୍ୟକଥା ସେ ତାଙ୍କ ଘୋଡାକୁ ଯେତେ ଛାଟ ମାରୁଥା’ନ୍ତି ସେତେ ଛାଟ ତାଙ୍କ ପିଠିରେ ବାଜୁଥାଏ ।

ଫଳରେ ସେ ଆହୁରି ଡରିଗଲେ । ତାଙ୍କର ବିଶ୍ୱାସ ହେଲା ଯେ ତାଙ୍କ ପିତୃପୁରୁଷ ମାନେ ତାଙ୍କର ପିଛା କରୁଛନ୍ତି । ଘୋଡା ଦୌଡୁଥାଏ, ସେ ଘୋଡା ଉପରେ ବସି ଚିତ୍କାର କରି କହୁଥା’ନ୍ତି, “ମୋତେ ଏଥର ଛାଡି ଦିଅନ୍ତୁ । ଆଉ କେବେହେଲେ ମୋର କର୍ତ୍ତବ୍ୟ ପାଳନରେ ମୁଁ ହେଳା କରିବି ନାହିଁ । ମୁଁ ଆପଣମାନଙ୍କୁ କଥା ଦେଉଛି ।”

ଏହି ଅବସରରେ ପାର୍ବତୀ ଆମ୍ମା ବ୍ରାହ୍ମଣ ଓ ଭିକ୍ଷୁକ ଦୁହିଁଙ୍କୁ ତାଙ୍କଘରୁ ସେ ତଡି ଦେଲେ । ପାର୍ବତୀ ଆମ୍ମା ବୁଝିପାରିଲେ ନାହିଁ ଯେ କାହିଁକି ଭଗବାନ୍ ସୁବ୍ରହ୍ମଣ୍ୟମ୍ ଏତେଗୁଡିଏ ଘଟଣା ଘଟାଇଲେ ।” ତା’ପର ଘଟଣା କ’ଣ ହେବ ସେ ବସି ବସି କଳ୍ପନା କଲେ । ସ୍ୱାମୀ ଭାବିବେ କ’ଣ, ଆସିବେ କେବେ, ପୁଣି ତାଙ୍କ ଭିତରେ କିଛି ପ୍ରକୃତ ପରିବର୍ତ୍ତନ ହେଲା ନା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ