ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶତ୍ରୁକୁ ସତ୍କାର

ରାତି ପାହି ସକାଳ ହେଲା, ରାଜା ଦିୱାନ୍କୁ ତୁରନ୍ତ ଆସିବାକୁ କହିଲେ । ସମ୍ବାଦ ପାଇ ଦିୱାନ୍ ସଙ୍ଗେ ସଙ୍ଗେ ଆସି ଛାମୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଗଲା । ଦିୱାନ୍ଙ୍କୁ ଦେଖି ରାଜା ତାଙ୍କୁ ଆଦେଶ ଦେଲେ – ଦେଖ ଆଜି ରାତ୍ରିର ଦ୍ୱିତୀୟ ଘଡି ପରେ ଏକ ସାପ ଆସି ମୋତେ ଦଂଶନ କରିବ । ସେଥି ଲାଗି ତୁମେ ମୁଁ ଯାହା କହୁଛି ପାଳନ କର ।

ଦିୱାନ୍ କହିଲା – ତାହା ହେଲେ ଆଦେଶ କରନ୍ତୁ ଛାମୁ । ଆଦେଶ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଯାହା କହିବେ ତାହା କରାଇ ଦେବି ।

ରାଜା କହିଲେ – ସାପର ଆସିବାର ସମୟ ଆଗରୁ ତା’ର ରହୁଥିବା କୋରଡ ଠାରୁ ମୋର ରାଜ ଉଆସ ଯାଏଁ ରାସ୍ତା କଡକୁ ପରିଷ୍କାର କରାଇ ଦେବ ।

ଛାମୁଙ୍କର ଆଜ୍ଞା ଶିରୋଧାର୍ଯ୍ୟ କହି ଦିୱାନ୍ ସେଠାରୁ ବିଦାୟ ନେଇ ଆସିଲା ।

ଏହା ପରେ ସାପର ବାହାରିବା ବେଳ ହେବାରୁ ସେ ବୃକ୍ଷର କୋରଡ ମଧ୍ୟରୁ ବାହାରୁ ବାହାରୁ ସାପ ଖାଲି ଫଁ ଫଁ ହେଉ ଥାଏ । ପୂର୍ବରୁ ତା’ର ରାଗ ଅଛି । ଆଜି ରାଜ ଉଆସରେ ପହଁଚିବା ମାତ୍ରକେ ରାଜାଙ୍କୁ ଦଂଶନ କରିବ । ରାଜାର ଆଉ ତ୍ରାହି ନାହିଁ ।

ସାପ ଖୁବ୍, ଶାସ୍ତି ପରାୟଣ ହୋଇ ବାହାରି ପଡିଲା ରାସ୍ତାକୁ । ରାସ୍ତାକୁ ବାହାରି ଆସିବା ମାତ୍ରେ ଫୁଲ ଓ ଅତରର ମହକ ପାଇ ସେ ଖୁବ୍ ଖୁସି ହୋଇ ଗଲା । ସେ ପୁଣି ଯୁଆଡେ ଚାହିଁଲା ସିଆଡେ ଖାଲି ଫୁଲ ଓ ଫୁଲର ପାଖୁଡା ବିଛା ଯାଇଛି । ସେ ଯେଉଁ ଦିଗକୁ ମୁଖ ବୁଲାଇ ଚାହିଁଲା ସେ ଦିଗରେ ଖାଲି ଦେଖିଲା ଦୁଗ୍ଧର ପଣା ।


ଗପ ସାରଣୀ

ତାଲିକାଭୁକ୍ତ ଗପ