ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶଶ ଜାତକ

       ସକାଳ ହେଲା । ଓଧ ସକାଳୁ ଉଠି ନିଜର ଖାଦ୍ୟ ଖୋଜିବା ପାଇଁ ଗଙ୍ଗାନଦୀ କୂଳକୁ ଗଲା । ସେତେବେଳେ ଜଣେ କେଉଟ ନଈରୁ ସାତୋଟି ବଡ ମାଛ ଧରିଥିଲା । ସେ ମାଛଗୁଡିକୁ ଗୋଟିଏ ଦଉଡିରେ ଗୁନ୍ଥି ତାହାକୁ ନଈକୂଳର ବାଲିରେ ପୋତିଦେଇଥିଲା । ଆଉ ମାଛ ଧରିବ ବୋଲି ନଈ ଭିତରେ ଦୂରକୁ ଚାଲିଯାଇଥିଲା । କେଉଟ ଚାଲିଯିବାପରେ ଓଧ ସେଠାରେ ପହଁଚିଲା । ମାଛର ଗନ୍ଧ ତା’ର ନାକରେ ବାଜିଲା । ସେ ଶୁଘିଂ ଶୁଘିଂ ଯାଇ ମାଛ ପୋତାହୋଇଥିବା ଜାଗାରେ ପହଁଚିଲା । ବାଲି ଖୋଳି ମାଛ ବାହାରକଲା । ତା ପରେ ସେ ବଡପାଟିରେ ପଚାରିଲା – “ଏ ମାଛ କାହାର?”

       ସେଠାରେ ଆଉ କେହି ନଥିଲେ । କେଉଟ ତ ଦୂରରେ ଥିଲା । ସେ ଓଧର ଡାକ ଶୁଣିପାରିଲା ନାହିଁ । ଓଧ ତିନିଥର ଡାକଦେଲା – କିନ୍ତୁ କେଉଁଆଡୁ କିଛି ଉତ୍ତର ମିଳିଲା ନାହିଁ । ଓଧ ତା ପରେ ମାଛଗଡିକ ଗୁନ୍ଥାହୋଇଥିବା ଦଉଡିଟିକୁ ଦାନ୍ତରେ ଧରିଲା । ତାକୁ ଟାଣିଟାଣି ନିଜ ବସାକୁ ନେଇଗଲା । ବସାରେ ମାଛଗୁଡିକୁ ରଖିଦେଲା । ସେ ମନେ ମନେ ଭାବିଲା, “ଭୋକହେଲେ ଠିକ୍ ବେଳରେ ମାଛ ଖାଇବି – ଏବେ ଖାଇବିନି ।” ଓଧ ଭାବୁଥିଲା ଯେ ସେ ଧର୍ମର ନିୟମ ମାନି ଚଳୁଚି । ସେ ଖୁସି ମନରେ ଶୋଇପଡିଲା ।

       ସେଇପରି ବିଲୁଆ ବି ସକାଳୁ ଉଠି ନିଜର ଖାଦ୍ୟ ଖୋଜିବା ପାଇଁ ବଣରେ ବୁଲୁଥିଲା । ବିଲୁଆ ବୁଲି ବୁଲି ଗୋଟିଏ ଫସଲ କିଆରିରେ ପହଁଚିଲା । ସେଠାରେ ସେ ଛୋଟ ପିଲାଟିଏ ଦେଖିଲା । ଆଉ କେହି ସେଠାରେ ନଥିଲେ । ବିଲୁଆ ଦେଖିଲା ହୁଡାରେ ଦୁଇ ଟୁକୁରା ମାଂସ ଥୁଆହେଇଚି ଓ ଗୋଟିଏ ମଲା ଗୋଧି ପଡିଛି । ଗୋଟିଏ ଘଡିରେ କିଛି ଦହି ବି ରହିଥିଲା । ବିଲୁଆ ସେସବୁ ଦେଖିଲା । ସେ ତିନିଥର ଡାକ ଦେଇ କହିଲା – “ଏ ଜିନିଷଗୁଡାକ କାହାର?” ବିଲର ଜଗୁଆଳୀ ତ ପାଖରେ ନଥିଲା, ସେ ବିଲୁଆର ଡାକ ଶୁଣିପାରିଲା ନି । କେଉଁଠୁ କିଛି ଉତ୍ତର ଆସିଲାନାହିଁ ।

       ଦହିଘଡିରେ ବନ୍ଧାଥିବା ଦଉଡିଟିକୁ ବିଲୁଆ ବେକରେ ଗଳାଇଦେଲା । ମାଂସ ଓ ମଲା ଗୋଧିକୁ ମୁହଁରେ ଧରିଲା । ତା’ପରେ ବସା ଆଡକୁ ମୁହାଁଇଲା । ବସାରେ ସବୁ ଜିନିଷ ରଖିଲା । ଭାବିଲା – “ଏଇଲେ ଖାଇବିନି, ଠିକ୍ ବେଳରେ ଖାଇବି ।” ବିଲୁଆ ବି ଭାବୁଥିଲା ଯେ ସେ ଧର୍ମର ନିୟମ ମାନି କାମ କରିଚି । ତା ପରେ ସେ ଶୋଇପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ