ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଦୁପଦେଶ

କାନ୍ୟକୁବ୍ଜ ରାଜ୍ୟରେ ପୁଷ୍ପମିତ୍ର ନାମରେ ଜଣେ ମହାନ୍ କବି ରହୁଥିଲେ, ଥରେ ପଣ୍ଡିତ ଶ୍ରୀଧର ପୁଷ୍ପମିତ୍ରଙ୍କର କିଛି କବିତା ପଢିଲେ । ସେ ତଦ୍ୱାରା ଖୁବ୍ ପ୍ରଭାବିତ ହୋଇ କହିଲେ, “ବନ୍ଧୁ, ତୁମର କବିତା ଅଦ୍ୱିତୀୟ, ଯଦି ରାଜା ଏହାକୁ ଶୁଣିବେ ନା ସେ ବହୁତ ଆନନ୍ଦ ହେବେ । ତାଛଡା ତୁମର ଦାରିଦ୍ର୍ୟ ମଧ୍ୟ ଦୂର ହେବ । ତେଣୁ ତୁମେ ଯଥାଶିଘ୍ର ଯାଇ ରାଜାଙ୍କୁ ଦେଖାକର । ସାହିତ୍ୟ ଜଗତର ଏପରି ରତ୍ନ ଗୁଡିକ କାହିଁକି ଅବହେଳିତ ହୋଇ ରହିବ? ଆମ ରାଜା ତ ବଡ ସାହିତ୍ୟପ୍ରିୟ ତେଣୁ କେବଳ ସେ ହିଁ ଏହାର ପ୍ରକୃତ ମୂଲ୍ୟ ଦେବେ ।”

ପୁଷ୍ପମିତ୍ର ଯାଇ ରାଜାଙ୍କୁ ଦେଖାକଲେ ଓ ସେ ତାଙ୍କ କବିତା ଶୁଣାଇଲେ ରାଜା ଖୁବ୍ ଖୁସି ହେଲେ; ସେ ତାଙ୍କୁ ପୁରସ୍କାର ଦେଲେ ଓ ଦରବାରରେ ମଧ୍ୟ ରଖାଇଲେ ।

କିଛିଦିନ ପରେ ଦିନେ ପୁଷ୍ପମିତ୍ର ଶ୍ରୀଧରଙ୍କ ଘରକୁ ଯାଇ ତାଙ୍କୁ କହିଲେ, “ମହାଶୟ, ଏବେ ମୁଁ ଉପଲବ୍ଧି କରୁଛି ଯେ ମୋ କବିତା ଗୁଡିକ ଆଗପରି ଆଉ ସୁନ୍ଦର ହେଉନାହିଁ । ଆପଣ କହିପାରିବେ କି ଏପରି କାହିଁକି ହେଲା?”

ପୁଷ୍ପମିତ୍ରଙ୍କ କଥା ଶୁଣି ପଣ୍ଡିତ ଅଳ୍ପ ହସି କହିଲେ, “ସେତେବେଳେ ତୁମ କବିତା ସୁନ୍ଦର ଥିଲା ବୋଲି ପୁରସ୍କାର ପାଇଲ । ମାତ୍ର ଏବେ ତ ପୁରସ୍କାର ଆପେ ଆପେ ଆସୁଛି ତେଣୁ କବିତା ସୁନ୍ଦର ହେଉନାହିଁ ।” ପଣ୍ଡିତଙ୍କ କଥାର ଅର୍ଥ ପୁଷ୍ପମିତ୍ର ଉପଲବ୍ଧି କଲେ ଓ ସେହି ଦିନଠାରୁ ପୁରସ୍କାର କଥା ନ ଭାବି ସେ କେବଳ କବିତା ରଚନା ଦିଗରେ ହିଁ ଅଧିକ ମନ ଦେଲେ । ଏଣିକି ତାଙ୍କ କବିତା ଗୁଡିକ ସୁନ୍ଦର ହୋଇ ଲେଖା ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ