ରୋଗ ଠାରୁ ଔଷଧ ଦୁଃଖ ଦାୟକ

ବର୍ଷା ଋତୁ ହୋଇ ଥିବାରୁ ନଈରେ ବନ୍ୟା ଆସି ଥିଲା । ନଈରେ ଭରପୂର ପାଣି ଥିବା ସତ୍ୱେ ଗୋଟିଏ ଗଧିଆ ସାହସ କରି ପାଣି ଭିତରକୁ ଡିଆଁ ମାରିଲା ନଈର ସେପଟକୁ ଯିବ ବୋଲି । ଯେତେ ବେଳେ ଗଧିଆ ପହଁରି ପହଁରି ମଝି ନଈରେ ଆସି ପହଁଚିଲା ସେତେ ବେଳେ ପାଣିର ପ୍ରବଳ ଭଉଁରୀରେ ତାକୁ ତଳ ଆଡକୁ ଭିଡିଲା । କିନ୍ତୁ ସେ ହିମ୍ମତ୍ ହାରିଲା ନାହିଁ ସେ ଲଗାତାର ତା’ର ଗୋଡ ହଲେଇ ହଲେଇ ପହଁରିବାକୁ ଲାଗିଲା । ବହୁତ ପ୍ରତିକୁଳ ସତ୍ୱେ ସେ ଆର ପାରିରେ...

Read More

ବନ୍ଧୁମିଳନ

ଶ୍ରୀପୁର ଗ୍ରାମରେ ନାରାୟଣ ନାମକ ଜଣେ ଧନୀ ଥିଲେ । ଶ୍ରୀଧର ଥିଲେ ତାଙ୍କର ପିଲାବେଳର ସାଙ୍ଗ, ସେ ବାଜପୁର ନାମକ ପାଖ ଗ୍ରାମରେ ରହୁଥିଲେ ।                 ଦିନେ ଶ୍ରୀଧର, ନାରାୟଣଙ୍କୁ ଦେଖା କରିବାକୁ ଶ୍ରୀପୁର ଗଲେ । ବହୁତ ଦିନ ପରେ ଶ୍ରୀପୁର ଆସିଥାଆନ୍ତି, ତାଙ୍କର କିଛି କାମ ମଧ୍ୟ ଥାଏ, ପୁଣି ଏତେଦିନ ପରେ ବନ୍ଧୁ ସହିତ ଦେଖା ।                 ଶ୍ରୀଧର ସେଠାରେ ପହଁଚିବାରୁ ନାରାୟଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।...

Read More

ତିନି ତାନ୍ତ୍ରିକ

ପିଙ୍ଗଳ ଅବନ୍ତୀ ନଗରୀକୁ ଲେଉଟି ଆସି ନିଜ ମା’ର ଦୟନୀୟ ଅବସ୍ଥା ଦେଖିଲା । କାଳବିଳମ୍ବ ନକରି ସେ ଭଲ୍ଲୁକକେତୁ ସାହାଯ୍ୟରେ ରାଜକୋଷରେ ଥିବା ନିଜର ଧନରତ୍ନ ତଥା ରାଜପ୍ରାସାଦରୁ ତା’ର ଅପହୃତ ଯାଦୁଥଳି ଉଦ୍ଧାର କରି ଆଣିଲା । ଭଲ୍ଲୁକକେତୁକୁ ପଠାଇ ଦୁଇ ବନ୍ଦୀ ଭାଇଙ୍କୁ ମଧ୍ୟ କାରାଗାରରୁ ସେ ନେଇ ଆସିଲା । ଭଲ୍ଲୁକକେତୁର ପ୍ରେତ ବାହିନୀକୁ ଲଗାଇ ସେ ନଦୀ କୂଳରେ ନିଜ ପାଇଁ ଗୋଟିଏ ବିରାଟ ମହଲ ନିର୍ମାଣ କାମ ଆରମ୍ଭ କଲା ।...

Read More

ରାଷ୍ଟ୍ରପତିଙ୍କ ମହାନତା

 “ଆମେରିକା ଦେଶ ରାଷ୍ଟ୍ରପତି ପଦେ ରହିଥାନ୍ତି ଆବ୍ରାହମ୍ ଲିଙ୍କନ୍ ସେବେଳର ଏକ ଘଟଣାରୁ ଜଣାପଡେ ସିଏ ଥିଲେ କେତେ ମହାନ୍? ଅସହାୟ ଜନେ ହେଉଥିଲେ ସାହା ବୋଲିଥିଲେ ଜନପ୍ରିୟ ସବୁରି ଆଜି ସେ ନାହାଁନ୍ତି ଆମ ପାଶେ ସିନା ଅଛନ୍ତି ସଭିଙ୍କ ହୃଦେ ଆମରି ।” ସେତେବେଳେ ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତି । ଏହା ସେହି ସମୟର ଘଟଣା । ବିଭିନ୍ନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭଳି ଆମେରିକାରେ ମଧ୍ୟ ବିଚାର କରି...

Read More

କୁଶଳଙ୍କ କୌଶଳ

ଚନ୍ଦନପୁର ଗ୍ରାମରେ କୁଶଳ ନାମରେ ଜଣେ ପଣ୍ଡିତ ଥିଲେ । ସେହି ଗ୍ରାମରେ ଅନେକ ଶ୍ରମିକ ଓ ବ୍ୟବସାୟୀ ମଧ୍ୟ ଥିଲେ । ତେଣୁ କୁଶଳଙ୍କର ପାଣ୍ଡିତ୍ୟକୁ ଚିହ୍ନିବା ଭଳି ଲୋକ କେହି ନ ଥିଲେ । ତେଣୁ ସେ ବାଧ୍ୟ ହୋଇ ରାଜାଙ୍କୁ ଦେଖା କରିବା ପାଇଁ ରାଜଧାନୀ ଗଲେ ।                 ବହୁତ ଚେଷ୍ଟା କରି ମଧ୍ୟ ରାଜାଙ୍କ ସହିତ ଦେଖା ମିଳିଲା ନାହିଁ । ସେତିକିବେଳେ ଚତୁରଙ୍କ ସହିତ ତାଙ୍କର ଦେଖା ହେଲା; ସେ ତାଙ୍କର ପିଲାଦିନର ସାଥୀ ଥିଲେ...

Read More

କଚ୍ଛପର ଖୋଳ

ଚୀନ୍ର ଏକ ନଗରୀରେ ବେନ୍ ସି ନାମକ ବ୍ୟକ୍ତିଟିଏ ବାସ କରୁଥାଏ । ସେ ଖୁବ୍ ବୁଦ୍ଧିମାନ ଥିଲା ଓ ନାନା କଳା ବିଦ୍ୟାରେ ପାରଙ୍ଗମ ବି ଥିଲା । ସେ ସତରଞ୍ଜ ଖେଳ, ତନ୍ତୁବାଦ୍ୟ, ଚିତ୍ରକଳା, ନୃତ୍ୟ, ସଙ୍ଗୀତ ପ୍ରଭୃତି ବିଦ୍ୟା ଶିଖିଥାଏ । ତା’ର ଜାତକ ଦେଖି ଜଣେ ଜ୍ୟୋତିଷ ଭବିଷ୍ୟତବାଣୀ କରିଥାନ୍ତି ଯେ ଦିନେ ସେ ଅତି ବଡ ଧନୀଲୋକ ହେବ । ତେଣୁ ବେନ୍ ସି ତା’ର ପୈତୃକ ସମ୍ପତ୍ତି ମଉଜ୍ ମଜଲିସ୍ରେ ଉଡାଉଥାଏ । ବସି ଖାଇଲେ ନଇବାଲି ସରେ ।...

Read More

କୃଷ୍ଣାବତାର

ଶ୍ରୀକୃଷ୍ଣ ଦୂରରୁ ଥାଇ ବାଣାସୁରର ନଗରୀକୁ ଅବଲୋକନ କରିବାକୁ ଲାଗିଲେ । ଠିକ୍ ସେତିକିବେଳେ ନାରଦ ଆସି ସେଠାରେ ପହଁଚିଲେ ଓ କହିଲେ, “ପ୍ରଭୁ, ଆପଣ ଏକଥା ଲକ୍ଷ୍ୟ କରିଛନ୍ତି କି ପାର୍ବତୀଙ୍କ ସହିତ ସ୍ୱୟଂ ପରମେଶ୍ୱର ମଧ୍ୟ ଏହି ନଗରୀକୁ ରକ୍ଷା କରୁଛନ୍ତି? ତେଣୁ ଆପଣଙ୍କ କାର୍ଯ୍ୟ ସଫଳ ହେବାକୁ ବହୁତ କଷ୍ଟ ହେବ । ସ୍ୱୟଂ ଶିବଙ୍କ ସହ ଯୁଦ୍ଧ କରିବା ତ କିଛି ସହଜ କଥା ନୁହେଁ । ଏବେଠାରୁ ଭାବି ରଖନ୍ତୁ ଶିବ ଯେତେବେଳେ ବିରୋଧ...

Read More

ଜମିଦାର ରାଜା

ଜଣେ ଜମିଦାର ଥିଲେ । ଦୀର୍ଘପ୍ରସ୍ଥ ଚଉଦକୋଶ ତାଙ୍କର ଜମିଦାରୀ । ତାଙ୍କ ଜମିଦାରୀରେ କେତେ ଜମିଜମା, ଜଙ୍ଗଲ, ନଈ, ନାଳ, କୂଅ, ପୋଖରୀ ଓ ବାମ୍ଫୀ । ତେଣୁ ପ୍ରଜାମାନେ ଅତି ଆଦରରେ ସେ ଜମିଦାରକୁ ‘ରାଜା’ ବୋଲି ଡାକନ୍ତି । ରାଜା ଥିଲେ ବଡ ଦୟାଳୁ ଓ ଉପକାରୀ । କାହାରି ଦୁଃଖ ସେ ଆଦୌ ସହିପାରନ୍ତି ନାହିଁ । ସେ ଥିଲେ ପ୍ରଜାମାନଙ୍କର ବାପା’ ମା’ । ପ୍ରଜାମାନଙ୍କ ପାଇଁ ସେ ରାଜମହଲରେ ଫାଟକ ସବୁବେଳେ ଖୋଲା ଥାଏ । ଅସମୟରେ ମଧ୍ୟ...

Read More

ରାଜା ହାତୀ ନେଲେ, କଖାରୁ ଦେଲେ

ଗୋଟିଏ ଗାଁରେ ରହୁଥିଲେ ଏକ ଚାଷୀ ପରିବାର । ସେମାନେ ଦୁଇଭାଇ । ତାଙ୍କ ମଧ୍ୟରୁ ଜଣକ ନାମ ଗୋପବନ୍ଧୁ, ଆର ଜଣକ ନାମ ଦୀନବନ୍ଧୁ । ଦୁଇଜଣଯାକ ଭିନ୍ନେ ହୋଇ ରହିଥା’ନ୍ତି । ଗୋପବନ୍ଧୁ ବଡ ମାତ୍ର ଦୀନବନ୍ଧୁ ସାନ । ଚାଷ କରି ପରିବାର ପୋଷଣ କରନ୍ତି ସେମାନେ । ବଡଭାଇ ଜଣକ ଭଲ ଚାଷୀ ବୋଲି ଗାଁ ଲୋକେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସାନ ଭାଇ ଦୀନବନ୍ଧୁ କିନ୍ତୁ ବଡଭାଇଙ୍କୁ ଅତ୍ୟନ୍ତ ଈର୍ଷା କରନ୍ତି ଏପରିକି ସେ ତାଙ୍କର ସୁନାମକୁ ଆଦୌ...

Read More

ମହାପୁରୁଷଙ୍କ ଜୀବନରୁ ପ୍ରେରଣା

ମହାପୁରୁଷମାନଙ୍କ ଜୀବନର ଗୋଟିଏ ଗୋଟିଏ ଘଟଣା ବେଳେବେଳେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ସେମିତି ସନ୍ଥ ତୁଳସୀ ଦାସଙ୍କ ଜୀବନୀ ତୁଳସୀ ଦାସ କାଶୀ କ୍ଷେତ୍ରରେ ରହୁଥିବା ସମୟରେ ଦିନେ ଏକ ବିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ ସେ ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ଅସ୍ତ ବୃକ୍ଷମୂଳରେ ଢାଳି ଦେଉଥିଲେ । ସେହି ଅସ୍ତ ବୃକ୍ଷର ନିମ୍ନଭାଗରେ ଏକ ପ୍ରେତ ବାସ କରୁଥିଲା । ସେହି ଜଳ ପାନ...

Read More

ବାବୁ କହିଥିଲେ

କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି” … ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ ଭାରି ଭଲ ପାଆନ୍ତି । ତା ପାଟି ଶୁଣିଲେ ପିଲାମାନେ ଗ୍ଲାସ...

Read More

ଛଦ୍ମକୁ ସାବଧାନ

ସଙ୍ଗମ ରାଜପ୍ରାସାଦଠାରୁ ବହୁତ ଦୂରରେ ଗୋଟିଏ ଘଞ୍ଚ ଅରଣ୍ୟ ଥିଲା । ସେହି ଅରଣ୍ୟରେ ବହୁ ସଂଖ୍ୟକ ବ୍ୟାଘ୍ର, ହସ୍ତୀ, ସିଂହ, ବାର୍ହା, ମୃଗ, ଶୃଗାଳ ଆଦି ବହୁତ ହିଂସ୍ରଜୀବ ବାସ କରୁଥାଆନ୍ତି । ହଠାତ୍ ସେହି ଅରଣ୍ୟରେ ପଶୁମାନଙ୍କର ଖାଇବା ଲାଗି ଖାଦ୍ୟ ସଙ୍କଟ ଦେଖାଦେଲା । ପଶୁପକ୍ଷୀମାନେ ସେହି ଅରଣ୍ୟରେ ବାସ କରୁଥିଲେ ମଧ୍ୟ ପ୍ରତିଦିନ ସକାଳ ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ପଳାଇ ଯାଆନ୍ତି ଓ ସନ୍ଧ୍ୟାହେଲେ ଖାଇ ପିଇ ସେହି...

Read More

ରାଣୀଙ୍କର ଯାତ୍ରା ଦେଖା

ଗୋପାଳଙ୍କର ରୋଜଗାର କମ୍ ନଥିଲା କିନ୍ତୁ କେବେବି ତାଙ୍କୁ ଅଂଟେ ନାହିଁ । ଖର୍ଚ୍ଚି ହାତ ଯେଉଁ ଦିନ ଯାହା ରୋଜଗାର କଲେ ସେହି ଦିନ ତାହା ଶେଷ । ବାସି ରହି ବନି କି କୁକୁର ଖାଇ ବନି ।  ଦିନେ ସକାଳୁ ଗୋପାଳ ଶେଯ ଛାଡି ମୁହଁ ଧୋଇ ନାହାଁନ୍ତି, ଘରଣୀ କହି ପକାଇଲେ, ଆଜିତ ଘରେ ଚାଉଳ ନାହିଁ କି ପଇସା ନାହିଁ । ଖାଇବା କ’ଣ ଚଳିବା କେମିତି?  ସ୍ତ୍ରୀଙ୍କ କଥା ଶୁଣି ଗୋପାଳ ଟିକିଏ ବିରକ୍ତ ହୋଇ ପଚାରିଲେ – କାଲି ପରା ରାଜା ଘରୁ ଶହେ...

Read More

ଫୁଲ ଝଡିପଡେ କାହିଁକି?

ବନବାସ କାଳରେ ଥରେ ରାମ ତାଙ୍କ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଏକ ସୁନ୍ଦର ଫୁଲ ବଗିଚାରେ ଯାଇ ପହଁଚିଲେ । ଫୁଲଗୁଡିକର ସୌନ୍ଦର୍ଯ୍ୟରେ ସୀତା ଏପରି ମୋହିତା ହୋଇ ପଡିଲେ ଯେ, ସେ ସେତକ ଫୁଲସବୁ ତୋଳିବାରେ ଲାଗିପଡିଲେ । ଏହାଦେଖି ସେ ବଗିଚାର ମାଳି ଆସି ସୀତାଙ୍କୁ ଫୁଲ ତୋଳିବାକୁ ବାରଣ କଲା । ସାମାନ୍ୟ ଜଣେ ମାଳିର ଏପରି ଆସ୍ପର୍ଦ୍ଧା ଦେଖି ସୀତା ଆଗ ହଠାତ୍ ରାଗିଗଲେ ଏବଂ ଅଭିଶାପ ଦେଇ କହିଲେ – “ଫୁଲ ବଗିଚା ପାଇଁ ତୋ...

Read More

ଶେଷ ମୁହୂର୍ତ୍ତର ସାଥି

ଅନେକ ଦିନ ତଳର କଥା । ଚୀନ୍ର ଗୋଟିଏ ଗାଁରେ ପାବମ୍ ନାମକ ଜଣେ ଗରୀବ ଯୁବକ ଥାଏ । ସେ ତା’ ନିଜ ଚେଷ୍ଟାରେ ଅନେକ ପାଠ ପଢିଥାଏ, କିନ୍ତୁ ଜଣେ ଗରୀବ ଗାଉଁଲି ଯେତେ ପାଠ ପଢିଲେ ବା ତାକୁ କିଏ ଆଦର କରିବ? ତା’ କଥା କିଏ ବା କିପରି ଜାଣିବ?                 ଦିନେ ସେ ଶୁଣିଲା କି ରାଜଧାନୀରେ ରାଜସରକାରରେ ଗୋଟିଏ ବଡ ପଦ ଖାଲି ପଡିଛି । ଯିଏ ଗୋଟିଏ ପରୀକ୍ଷାରେ ଉତୀର୍ଣ୍ଣ ହେବ, ସିଏ ସେହି ପଦଟି ପାଇବ ।                 ପାବମ୍...

Read More

ପୋଡା ମୁହଁରେ ସବୁ ଭଲ

ଦିନେ ମହାରାଜା କୃଷ୍ଣ ଚନ୍ଦ୍ର, ଗୋପାଳ ନିକଟରେ ଥିବା ସମୟରେ ଭୋଜନ କରୁ ଥିଲେ । ମହାରାଜା ପଚାରିଲେ –
‘ଗୋପାଳ ଆଗେ କ’ଣ ଖାଇବାକୁ ଭଲ ହୁଏ କୁହତ ।’ ତତ୍କ୍ଷଣାତ୍ ଗୋପାଳ କହିଲେ –
ମହାରାଜା ଆଗେ ପୋଡା ଖାଅ ।
ଆପଣଙ୍କର ସେହି ପୋଡା ମୁହଁରେ ଯାହା ଖାଇବେ ତାହା ଭଲ ଲାଗିବ ।
ମହାରାଜା ମନେ ମନେ ଲଜ୍ଜିତ ହେଲେ ।

Read More

ସୋମ ଶର୍ମାଙ୍କ କାହାଣୀ

ଗୋଟିଏ ଗ୍ରାମରେ ‘ସ୍ୱଭାବ କୃପଣ’ ନାମକ ଏକ ବ୍ରାହ୍ମଣ ବାସ କରୁଥାଏ । ସେ ପ୍ରତିଦିନ ଭିକ୍ଷା କରି ଜୀବିକା ନିର୍ବାହ କରେ । ଯେଉଁଦିନ ଭିକ୍ଷାରେ ସେ ଛତୁଆ ପାଏ ସେହି ଛତୁଆରୁ ଅଳ୍ପ କିଛି ଖାଇବା ପରେ ଯାହା ବଳେ ତାକୁ ଏକ ପାତ୍ରରେ ପୂରାଇ ଘୋଡାଇ ଶିକାରେ ଟଙ୍ଗାଇ ଦିଏ । ଶୋଇବା ସମୟରେ ସେହି ଛତୁଆକୁ ଚାହିଁ ନାନାଦି କଥା ଚିନ୍ତା କରେ । ଏହିପରି କିଛିଦିନ ଛତୁଆ ରଖିବା ପରେ ଛତୁଆ ପାତ୍ରଟି ପୂର୍ଣ୍ଣ ହୋଇଗଲା । ସେଦିନ ବ୍ରାହ୍ମଣ...

Read More

ସ୍ନେହ କରୁଣାର ପ୍ରଭାବ

       ଗୋଟିଏ ସହରରେ ଜଣେ ଅପରାଧୀ ରହୁଥିଲା । ସେ ଖୁବ୍ ଚତୁର ଓ କ୍ରୂର ଥିଲା । ଫଳରେ ତାକୁ ଧରିବା ସମ୍ଭବପର ନଥିଲା ।        ସେହି ଅପରାଧୀର ଏକ ଭଲଗୁଣ ଥିଲା – ସେ ଯାହା କରିବ ବୋଲି ଚାହୁଁଥିଲା, ଶେଷ ନ ହେଲା ଯାଏଁ ଛାଡୁ ନଥିଲା । ସୁତରାଂ ତା’ର ଏଭଳି ପ୍ରକୃତି ଜାଣି କେତେକ ଲୋକ ତାକୁ ହାତେଇ ନିଜ ନିଜର ପ୍ରତିଶୋଧାତ୍ମକ କାର୍ଯ୍ୟରେ ଲଗେଇ ଦେଉଥିଲେ ।        ସହରବାହାରେ ରହୁଥିଲେ ଜଣେ ସାଧୁବାବା । ସେ ଥିଲେ...

Read More

ଉଦାସୀନରାଜପୁତ୍ର

ସେତେବେଳେ କାଶୀ ନଗରୀରେ ରାଜା ବ୍ରହ୍ମଦତ ରାଜୁତି କରୁଥିଲେ । ତାଙ୍କ ପାଟରାଣୀ ମଦ୍ରଦେଶର ରାଜକନ୍ୟା ଚନ୍ଦ୍ରାଦେବୀ ଥିଲେ ।                 ରାଜା ସୁଚାରୁ ରୂପେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ ଓ ନିଜେ ନିଜ କର୍ତ୍ତବ୍ୟ ପରାୟଣତା ଯୋଗୁଁ ବେଶ୍ ଖୁସିଥିଲେ । ପ୍ରଜାମାନେ ବି ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ । କିନ୍ତୁ କ୍ରମେ ତାଙ୍କୁ ଗୋଟିଏ ଚିନ୍ତା ଘାରିଲା । ତାଙ୍କର ପିଲାପିଲି ଆଦୌ ହେଲେ ନାହିଁ । ଦିନେ ସେ ରାଜ୍ୟର...

Read More

ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି

ଦିନେ ଜଣେ ଭଦ୍ରଲୋକ ଗୁରୁ ୟୁ.ଜି.କୃଷ୍ଣମୂର୍ତ୍ତିଙ୍କ ନିକଟରେ ପହଁଚି କହିଲେ, “ମହାଶୟ! ମୋର ଏକମାତ୍ର ଝିଅଟି ହେଉଛି ଭିନ୍ନକ୍ଷମ । ତା’ର ଦୁଇଟି ଯାକ ଗୋଡ ପୁରାପୁରି ଅଚଳ । ସେଥିଲାଗି ସେ ଏକ ତିନିଚକିଆ ହ୍ୱିଲ୍ ଚେୟାରରେ ବସି ଚଲାବୁଲା କରେ । ମାତ୍ର ସେ ବଡ ସାହସୀ । ହେଲେ ତା’ର ଏକ ସମସ୍ୟା ରହିଛି । ସେ ଭିନ୍ନକ୍ଷମ ହୋଇଥିବାରୁ ଅନ୍ୟ ଲୋକମାନେ ତା’ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସେ ସାହାଯ୍ୟ ଗ୍ରହଣ...

Read More

ଭାଗ୍ୟକୁ ବିଶ୍ୱାସ

                ଭାଗ୍ୟପୁରୀ ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ସୋମିଳକ ନାମରେ ଜଣେ ତନ୍ତ୍ରୀ ବାସ କରୁଥିଲେ । ବିଚରା ଖୁବ୍ ଦରିଦ୍ର ଥିଲା । ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ସେ ଲୁଗା ବୁଣେ । ଏଥିରୁ ଯାହା ପାରିଶ୍ରମିକ ପାଏ ସେହିଥିରେ ହିଁ ସୁଖ ଦୁଃଖରେ ପରିବାର ପ୍ରତିପୋଷଣ କରେ । କିନ୍ତୁ ସେ ଯେତିକି ପରିଶ୍ରମ କରେ ସେତିକି ପରିଶ୍ରମେରେ ତାର ସାଙ୍ଗମାନେ ଅଧିକ ପରିମାଣରେ ରୋଜଗାର କରିବା ଦେଖି ଦିନେ ତା’...

Read More

କୃଷ୍ଣାବତାର

ଯମୁନା ତଟରେ ଗୋପପୁର ନାମରେ ଗ୍ରାମଟିଏ ଥିଲା, ଏହା ପ୍ରାକୃତିକ ସମ୍ପଦରେ ସମୃଦ୍ଧିଶାଳୀ ଥିଲା । ଗୋପପୁରର ଅଧିକାଂଶ ବାସିନ୍ଦା ଗୋପାଳ ଥିଲେ । ଗୋପାଳନ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା । ନନ୍ଦ ସେମାନଙ୍କର ରାଜା ଥିଲେ । ରୋହିଣୀ ଓ ଯଶୋଦାଙ୍କ କୋଳରେ ରାମ ଓ କୃଷ୍ଣ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲେ । କୃଷ୍ଣଙ୍କର ବୟସ ମାତ୍ର କେତେ ଦିନ । ମାସଟିଏ ବି ହୋଇ ନାହିଁ । କିନ୍ତୁ ତାଙ୍କର ଦିବ୍ୟ ସୌନ୍ଦର୍ଯ୍ୟରେ...

Read More

ରାଜାଙ୍କ ନ୍ୟାୟ ବିଚାର

ଜଣେ ପ୍ରଜା ବସିଳ ରାଜା ଶାସନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ବେଳେବେଳେ ଦରବାରୀ କାର୍ଯ୍ୟରେ କ୍ଳାନ୍ତ ଅନୁଭବ କଲେ ରାଜା ପ୍ରମୋଦ ଉଦ୍ୟାନକୁ ଯାଇ ପଶା ଖେଳିଥାନ୍ତି ।        ଦିନକର କଥା । ରାଜାଙ୍କର ପ୍ରମୋଦ ଉଦ୍ୟାନର ଆମ୍ବବଗିଚା ଭିତରେ ପଶାଖେଳ ଚାଲିଥାଏ । ହଠାତ୍ କେଉଁଆଡୁ ଢେଲାଟିଏ ଆସି ରାଜାଙ୍କ ମୁଣ୍ଡରେ ବାଜିଲା । ଅବଶ୍ୟ ମୁଣ୍ଡରେ ମୁକୁଟ ଥିବାରୁ ରାଜାଙ୍କର ବିଶେଷ କ୍ଷତି ହେଲାନି; ମାତ୍ର ମୁଣ୍ଡଟି ତକ୍ଷଣାତ୍...

Read More

ଦାସିଆ ବାଉରୀ

ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର ଚଳିଯାଏ । ବାଲ୍ୟକାଳରୁ ସେ ଦାସିଆ ବାଉରୀ ପ୍ରଭୁ...

Read More

ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ

ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ ମୋଟେ ଅନାଇ ପାରିଲେ ନାହିଁ । କେତେ ଅନୁନୟ ବିନୟ ହୋଇ ସେ ରାଣୀ...

Read More

ବିଚାର କରି କାମ କଲେ ତାହା ହିତକର ହୁଏ

ସକାଳ ହେବା ସଂଗେ ସଂଗେ ଛେଳି ଘାସ ଚରିବାକୁ ଜଙ୍ଗଲକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଗଲା । ଯିବା ସମୟରେ ସେ ନିଜ ଛୁଆଙ୍କୁ କହିଲା – ଛୁଆ ମାନେ କବାଟ କିଳି କରି ଦିଅ । ଯେମିତି କେହି କବାଟ ଖୋଲି କରି ବାହାରକୁ ନ ଆସେ । ଯଦି କବାଟ ପାଖରେ କେହି ଆସି ତୁମକୁ ଡାକେ ଏବଂ କହେ ଗଧିଆଙ୍କ ବଂଶ ନାଶ ହେଉ, ତେବେ ତୁମେ ଯାଇ ତା’ ସହିତ ମିଳା ମିଶା କରିବ ଏବଂ ତାକୁ ତୁମର ବନ୍ଧୁ ବୋଲି ଭାବିବ । ଯଦି କେହି ଏହି କଥା ନ କହେ ତେବେ ତାକୁ...

Read More

ରହେ ତା’ ଆଦର ଯଶ

କୃଷ୍ଣ ପ୍ରସାଦ ଗାଁରେ ନରିଆ ବୋଲି ଚାଷୀଟିଏ ଥାଏ । ନିଇତି ଦୁଃଖ କରି ସେ ତା ପେଟ ପୋଷେ । ଛଣ ଛାଉଣୀ ଘର ହିଁ ତା’ର ସ୍ୱର୍ଗ, ଟହୁ ବାସନର ପଖାଳ ତା’ ପାଇଁ ଅମୃତ ସମାନ । କର୍ମ ହିଁ ତାର ଆନନ୍ଦ । ହେଲେ ଏ ସବୁ ସୁଖ ଭିତରେ ବି ଥାଏ ତାର ଗୋଟିଏ ଦୁଃଖ । ଘରେ ଅଳି କରିବାକୁ ତାର ତ ପିଲାଟିଏ ବି ନାଇଁ । ସବୁ ସୁଖ ଭିତରେ ଏଇ ବକଟେ ଦୁଃଖ ତାକୁ ଯେମିତି ପାହାଡ ପରି ଲାଗେ । ଅଥଚ ନରିଆ ସେଇ ଦୁଃଖକୁ ମନେ ମନେ ଉପଶମ କରି ପକାଏ ।...

Read More

ମଧୁର ଅନୁଭୁତି

ମହୀଧର ଚକ୍ଷୁହୀନ ଅଟନ୍ତି । ତାଙ୍କ ପତ୍ନୀଙ୍କର ମୃତ୍ୟୁପରେ ତାଙ୍କର ଦେଖାଶୁଣା ଦାୟିତ୍ୱ ପୁତ୍ରମାନେ ବହନ କରୁଥାନ୍ତି । ଥରେ ତାଙ୍କର ଘରକୁ ଜଣେ ପ୍ରସିଦ୍ଧ ଚିତ୍ରକର ଆସିଲେ । ସେ ଏକ ସୁନ୍ଦରୀ ରମଣୀର ଚିତ୍ର ଅଙ୍କନ କରିବାକୁ ଚାହୁଁଥିଲେ । କିନ୍ତୁ ମହୀଧରଙ୍କ ତିନିଜଣ ଯାକ ବୋହୂ ସୌନ୍ଦର୍ଯ୍ୟରେ ଏକକୁ ଆରେକବଳି ଥିଲେ । ତେଣୁ ସେ ଚିତ୍ରକର ଦ୍ୱନ୍ଦ୍ୱରେ ପଡିଗଲେ । ଏବେ ସେ କାହାର ଚିତ୍ର ଅଙ୍କନ କରିବେ । ସନ୍ଦେହର ସମାଧାନ...

Read More

“ଅତିଥି”

ପ୍ରାୟ ହଜାରେ ବର୍ଷ ତଳର କଥା । ଚୀନର ଏକ ଛୋଟ ରାଜ୍ୟର ରାଜଧାନୀରେ ଗୋଟାଏ ଚୋର ଭାରି ଉପଦ୍ରବ କରୁଥାଏ । ସେ ଚୋର ଏଡେ କୌଶଳୀ ଯେ ତାକୁ କେହି ଧରି ପାରିବା ତ ଦୂରର କଥା, କେହି କେବେ ବି ଦେଖିପାରୁ ନଥାନ୍ତି ।                 ସେ ସହରର ଥିଲାବାଲା ଲୋକେ ଯାଇ ବାରମ୍ବାର ସେ ରାଜ୍ୟର ରାଜାଙ୍କ ପାଖରେ ଆପତ୍ତି ଅଭିଯୋଗ କଲେ । ସେ ଚୋରର ବିଶେଷତ୍ୱ ହେଲା, ସିଏ ଯେଉଁ ଘରୁ ଚୋରି କରେ, ସେ ଘର କାନ୍ଥରେ “ଅତିଥି” ବୋଲି ଲେଖିଦେଇ...

Read More

ଏହାପରେ କ’ଣ ହେଲା?

 ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ...

Read More

ଟଙ୍କା ଥଳି

ଜଗତ ଦାସ ଜଣେ ସାଧାରଣ ଗୃହସ୍ଥ । ତେବେ ତା’ର ଯେତିକି ଜମି ଆବଶ୍ୟକ, ତାହାଠୁ କିଛି ଅଧିକ ଥିଲା । ନିଜର ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଧୁମ ଧାମ ରେ କରିବାକୁ ମନସ୍ଥ କରି ସେ ଦୁଇ ଏକର ଜମି ଜମିଦାରଙ୍କୁ ବିକିଦେଲା । ଦୁଇ ହଜାର ଟଙ୍କା ପାଇଲା । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପଚାଶଟି ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଦୁଇ ହଜାର ଟଙ୍କା ଥିଲା । ଜଗତ ଦାସ ସ୍ୱର୍ଣ୍ଣମୁଦ୍ରା ଥଳିଟି ନେଇ ଆସି ନିଜ ଭିତର ଘର ସିନ୍ଧୁକ...

Read More

ଲୋଭି ବିଲୁଆ

ଗୋଟିଏ ଗାଁରେ ଦୁଇଟି ବଡ ଷଣ୍ଢ ଥିଲେ । ଦିନେ ସେମାନଙ୍କ ଭିତରେ ବହୁତ ଲଢେଇ ହେଲା । ଆଉ ସେହି ଲଢେଇରେ ସେ ଦୁହିଁଙ୍କ ମୁଣ୍ଡ ଫାଟି ରକ୍ତ ବି ବୋହିଲା । ସେତେବେଳେ ଗୋଟିଏ ବିଲୁଆ ତ ଏସବୁ ଦେଖୁଥାଏ, ରକ୍ତ ଥପ୍ ଥପ୍ ହୋଇ ମାଟିରେ ପଡିବାର ଦେଖି ସେ ବିଲୁଆ ଆଉ ତା’ ଲୋଭ ସମ୍ଭାଳି ପାରିଲା ନାହିଁ । ତେଣୁ ସେ ଦୁଇ ଷଣ୍ଢଙ୍କ ମଝିରେ ପଶି ରକ୍ତ ଚାଟିବା ଆରମ୍ଭ କଲା । ଏପରିକି ସେ ଭୁଲିଗଲା ଯେ ଷଣ୍ଢମାନେ ଲଢୁଛନ୍ତି । ଲଢିଲା ବେଳେ...

Read More

କାଳିକାପ୍ରସାଦ ଗୋରାପ

ବାବୁ ଶିବପ୍ରସାଦ ଚୌଧୁରୀଏ କହିଲେ, “ଆଜି ଦିନ ଦୁଇପ୍ରହର ବେଳେ ସଭା ବସିବା କଥା, କାଲି ଓପରଓଳିଠୁଁ ମହାଜନମାନଙ୍କୁ ଜଣାଇ ଦିଆଯାଇଛି- ଦେଖନ୍ତୁ, ଉଛୁଣିକା ଚଉଦଘଡି ବେଳ ଟଳିବାକୁ ବସିଲାଣି । ସମସ୍ତଙ୍କର ଦେଖାସାକ୍ଷାତ୍ ନାହିଁ, ଭାରି ଦରକାରୀ କାମରେ ଏପରି ମଠ କଲେ କି ଚଳେ?”                 ବାବୁ ଜଗବନ୍ଧୁ ମଲ୍ଲେ କହିଲେ, “ହେଉ, ହେଉ, ଆହେ ମାଗୁଣି ମହାନ୍ତିଏ ଲେଖିପକାନ୍ତୁ ତ! କିଏ କିଏ ବାବୁ ଆସିଲେ, ଖଣ୍ଡେ କାଗଜରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ