ରାଜାଙ୍କ ଦରବାରରେ ବୋଧନ ରାୟଙ୍କର ଅନେକ ମିତ୍ର ଥିଲେ । ସେମାନଙ୍କ ପ୍ରଭାବରେ ସେ ଜୟପାଟଣା ତାଲୁକର ଶାସନକର୍ତ୍ତା ରୂପେ ଅଭିଷିକ୍ତ ହେଲେ । କିନ୍ତୁ ସେ ଜୟପାଟଣାରେ ଯାଇ ଶାସନଭାର ଗ୍ରହଣ କରିବାର କେଇମାସ ଭିତରେ ସମସ୍ତେ ବୁଝିଗଲେ ଭଦ୍ରଲୋକଙ୍କର ନା ଅଛି ଶାସନ ଦକ୍ଷତା, ନା ଅଛି ଆଇନ୍କାନୁନ୍ ସମ୍ପର୍କରେ କୌଣସି ଜ୍ଞାନ । ବିଶିଷ୍ଟ ଲୋକେ ରାଜାଙ୍କୁ ଗୋପନରେ ତାଙ୍କ ଅପାରଗତା ବିଷୟରେ ଜଣାଇ ଦେଲେ । ରାଜା...
ଦିନେ ମଣିଷ ଓ ସିଂହ ଭିତରେ ଝଗଡା ହେଲା, ତାଙ୍କ ଭିତରେ ବଡ କିଏ? ଯାଉ ଯାଉ ବାଟରେ ସେମାନେ ଗୋଟିଏ ବଡ ମୂର୍ତ୍ତି ଦେଖିଲେ । ସେଥିରେ ହର୍କୁ୍ୟଲେସ୍ ସିଂହକୁ ଖାଲି ହାତରେ ମାରୁ ଥିବାର ଦେଖାଯାଇଛି । ଏହାକୁ ଦେଖି ମଣିଷ କହିଲା – “ଦେଖ ସିଂହ, ଏ ମୂର୍ତ୍ତିରୁ ଜଣାପଡୁଛି ଯେ ମଣିଷ ସିଂହଠାରୁ ବି ବଡ ।” ମାତ୍ର ସିଂହ ଏହା ଦେଖି କହିଲା, “ଏ ମୂର୍ତ୍ତିଟା ତ ମଣିଷ କରିଛି, ତେଣୁ ସେ ଏହିପରି ତିଆରି କରିଛି । ଯଦି ସିଂହ ତାକୁ ତିଆରି...
ଦେଶର ନାମ ବୈଜୟନ୍ତୀ ନଗର, ସେହି ନଗରରେ ଉଦିତ ସେନ ନାମରେ ଜଣେ ଜମିଦାର ଥିଲେ, ସେ ଏତେ ଧନୀ ଯେ ଲୋକେ ତାଙ୍କୁ ସାହୁକାର ନାମରେ ପରିଚିତ କରାନ୍ତି । ସେ ଉଦିତ ସେନଙ୍କର ସୁନ୍ଦରୀ ସ୍ତ୍ରୀଟିଏ ଥିଲା । ସେ ସ୍ତ୍ରୀଙ୍କର ନାମ ରମ୍ଭା । ସ୍ୱର୍ଗର ରମ୍ଭା ମେନକାଙ୍କ ପରି ସାହୁକାରଙ୍କର ସ୍ତ୍ରୀ ରମ୍ଭା ଏତେ ସୁନ୍ଦରୀ ଥିଲା ଯେ ପଥ ଚଲା ଲୋକଙ୍କର ସେ ଆଖିରେ ପଡି ଗଲେ ସେ ଲୋକ ଘଂଟାଏ କାଳ ରମ୍ଭାଙ୍କୁ ଦେଖିବାକୁ ଇଚ୍ଛା କରି...
ଅନ୍ୟ ରାଜ୍ୟରୁ ହୋଲାପୁରୀ ରାଜ୍ୟକୁ ସୁନା ଆଣି ବିକ୍ରି କରିବା, ନିଷେଧ କରାଗଲା । ଯଦି କେହି ସେପରି କରେ ତ ତାକୁ ଦଣ୍ଡ ଦିଆଯିବ । କଳିଙ୍ଗ ରାଜ୍ୟର ଯୁବକଟିଏ ନଗର ଦ୍ୱାରରେ ପ୍ରବେଶ କରିବା ବେଳେ, ନଗର ରକ୍ଷକଙ୍କୁ ପଚାରିଲା, “ମହାଶୟ, ଆସନ୍ତାଥର ମୁଁ ଯେତେବେଳେ ଆସିବି, କିଛି ସୁନା ବିକ୍ରି କରିବାକୁ ନେଇ ଆସିବି କି?” ନଗର ରକ୍ଷକ କହିଲେ, “ଅସମ୍ଭବ, ଏହା ତ ଘୋର୍ ଅପରାଧ” ତା’ପରେ...
ଅନେକ, ଅନେକ ଦିନ ତଳେ ଜଣେ ରାଣୀ ଥିଲେ । ତାଙ୍କ ନାମ ମୀନାକ୍ଷି । ତାଙ୍କୁ ରାତିରେ ଆଦୌ ଭଲ ନିଦ ହେଉ ନଥିଲା । ସାରା ରାତି ସେ ଖାଲି ବିଛଣାରେ ଏକଡ ସେକଡ ହେଉଥିଲେ । ଫଳରେ ତାଙ୍କ ମିଜାଜ୍ ବଡ ଖିଟିମିଟିଆ ହୋଇ ଯାଇଥିଲା । ମୁହଁରେ ବିରକ୍ତି ଓ ଅସନ୍ତୋଷ ଭାବ ଫୁଟି ଉଠିଥିଲା । ସେ ସର୍ବଦା ଅଭିଯୋଗ କରୁଥିଲେ, ମୋ ଶେଯ ଯଥେଷ୍ଟ ନରମ ହେଉନାହିଁ । ମୁଁ କିମିତି ଶୋଇବି?” ରାଜା ଦେଶ ବିଦେଶକୁ କେତେ ଲୋକ ପଠେଇଲେ...
ମଂଜୁଷାପୁରମ୍ର ରାଜା ମହେନ୍ଦ୍ର ବର୍ମା ଭାରି କ୍ଷଣକୋପୀ ଥିଲେ । ଥରେ ସେ ଖାଦ୍ୟ ଖାଇଲା ବେଳେ ତାଙ୍କ ଖାଦ୍ୟରୁ ଛୋଟିଆ ପଥରଟିଏ ବାହାରିଲା । ଫଳରେ ସେ ଖାଦ୍ୟ ଚୋବାଇଲା ବେଳେ ତାହା ତାଙ୍କ ଦାନ୍ତରେ ଲାଗିଲା । ତେଣୁ ତାଙ୍କର ରାଗ ବଢିଗଲା । ତା’ପରେ ସେ ତାଙ୍କ ରୋଷେଇଆ ଗୋବିନ୍ଦକୁ ଡକାଇ ପଠାଇଲେ । ଗୋବିନ୍ଦ ଭୟରେ ଥରୁଥିଲା । ସେ କ୍ଷମା କରିଦେବାକୁ ଗୁହାରୀ କଲା । କିନ୍ତୁ ରାଜା କିଛି ବି ଶୁଣିଲେ ନାହିଁ । ସେ ଏପରି ଛୋଟିଆ...
ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ ପରିସ୍ଥିତି ଅଲଗା ହୋଇଗଲା । ସମୀରର ବୋଉ ଶ୍ରାଦ୍ଧର ପିଣ୍ଡ ପାଇଁ...
କୁବେରପୁରୀରେ ନାଗରାଜ ବୋଲି ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର ଅପର୍ଯ୍ୟାପ୍ତ ଧନ, କିନ୍ତୁ ସେ ସର୍ବଦା ଅସୁସ୍ଥ ଥା’ନ୍ତି । ଅନେକ ବୈଦ୍ୟ ଆସି ଅନେକ ଧନ ଖର୍ଚ୍ଚ ହେଲା । ତଥାପି ମଧ୍ୟ ସେ ସୁସ୍ଥ ହେଲେ ନାହିଁ । ବୈଦ୍ୟମାନେ କହିଲେ, “ଆମର ଔଷଧ ଶାସ୍ତ୍ରରେ ଯେତିକି ଜ୍ଞାନ ଥିଲା ସବୁକିଛି ଉପଯୋଗ କଲୁ । ରୋଗ କ’ଣ ଆମେ ସଠିକ୍ ନିର୍ଣ୍ଣୟ ନ କରିବାରୁ ଏଇ ଦଶା ।” ଠିକ୍ ସେହି ସମୟରେ ଯୋଗାନନ୍ଦ ନାମକ ଜଣେ ସାଧୁ...
କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ । ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ...
ଆକବରଙ୍କ ଦରବାରରେ ଯେତେଜଣ ମନ୍ତ୍ରୀ ଥିଲେ, ସେମାନେ ମହାରାଜଙ୍କର ବିରବଲଙ୍କ ପ୍ରତି ଏକତରଫା ଆଦର ଦେଖି ବେଳେବେଳେ ଈର୍ଷା କରୁଥିଲେ । କେମିତି ସୁବିଧା ସୁଯୋଗ ଦେଖି ବିରବଲଙ୍କର କାର୍ଯ୍ୟରେ ତ୍ରୁଟି ବାହାର କରି ମହାରାଜଙ୍କୁ ଜଣାଇବା ପାଇଁ ସେମାନେ ଇଚ୍ଛା କରୁଥାଆନ୍ତି । ଆକବରଙ୍କ ଦରବାରରେ ‘ଅବ୍ଦୁଲ୍ କରିମ୍’ ନାମକ ଜଣେ ମନ୍ତ୍ରୀ ଥିଲେ । ତାଙ୍କର ଗୋଟେ ଆଖିକୁ ଦେଖାଯାଉନଥାଏ । ସେ ମନେ ମନେ ବିରବଲଙ୍କ ଉପରେ ଖୁବ୍...
ସୁନା ସଂପର୍କରେ ଅନେକ କୌତୂହଳପୂର୍ଣ୍ଣ ଘଟଣାର ଉଲ୍ଲେଖ ରହିଛି । ଉଲ୍ଲେଖ ଅଛି ଯେ ୧୪୯୨ରୁ ୧୬୦୦ ମସିହା ଭିତରେ ସ୍ପେନ୍ର ସୈନ୍ୟବାହିନୀ ପେରୁର ଇନ୍କା ସାମ୍ରାଜ୍ୟରୁ ଲୁଟି ନେଇଥିଲେ ୨ ଲକ୍ଷ ୨୫ ହଜାର କିଲୋଗ୍ରାମ ପରିମାଣର ସୁନା । ସୋଭିଏଟ୍ ରୁଷର ଅର୍ଥତତ୍ତ୍ୱବିତ୍ମାନଙ୍କ କହିବା ଅନୁସାରେ ପ୍ରାଚୀନ ବ୍ୟାକଟ୍ରିଆର ଡକାୟତଦଳ ସିଲ୍ମରୁଟ୍ଦେଇ ଯାତାୟାତ କରୁଥିବା ବ୍ୟବସାୟୀମାନଙ୍କଠାରୁ ୨୦,୦୦୦ କିଲୋଗ୍ରାମ୍ରୁ...
ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏତେବଡ ଗାଁଟାରେ କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ! ଗାଁମୁଣ୍ଡ ଦି’ମାଣ ଜମି ଛାଡି ପଦା ଢିଅରେ ଗୋଟିଏ ପଲାଘର । ଜାତିରେ ତ’ ସେ କଣ୍ଡରା- ଚୌକିଆ ବାପୁଡା ବୋଲି ପୁଞ୍ଜି ନୁହେଁ । ହେଲେ, ସେ ଗାଁ ଲୋକେ ତାକୁ ଭାରି ମାନନ୍ତି । ସେ ଆଉ ଗାଁ ଚଉକିଆ ପରି ନୁହେଁ । ଚିତାଏ ଉଂଚା ମୂଳିବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ, “ଏ ରାମ...
ସୂର୍ଯ୍ୟୋଦୟ ପରେ ପରେ ବାନର ସେନା ଓ ରାକ୍ଷସସେନାଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ଖୁବ୍ ମରାମରି ପିଟାପିଟି ହୋଇ ରକ୍ତନଦୀ ବହିଲା । ରାକ୍ଷସଙ୍କର ନିଷ୍ଠୁର ଓ ଭୟଙ୍କର ଆକ୍ରମଣରେ ବାନରସେନା ଛିନ୍ଛତ୍ର ହୋଇଗଲେ । ବାନରମାନେ ସିନା ବୀରତ୍ୱ ସହକାରେ ଯୁଦ୍ଧ କରୁଥିଲେ, କିନ୍ତୁ ସେମାନଙ୍କ ପ୍ରକୃତି ତ ସରଳ । ସେମାନଙ୍କୁ କୂଟକପଟ ଜଣା ନଥିଲା । ଶ୍ରୀରାମଙ୍କ ପ୍ରତି ଭକ୍ତି ଭାବହିଁଥିଲା ସେମାନଙ୍କ ପ୍ରେରଣା । ସେହି ପ୍ରେରଣା ଦ୍ୱାରା...
କାଶମ ଅଲ୍ଲୀ ମୁସଲମାନ୍ ହେଲେ ହେଁ ଗୋପାଳ ଭାଣ୍ଡ ସଙ୍ଗେ ତାର ବେଶ୍ ବନ୍ଧୁତା ଥିଲା । ଏକ ସଙ୍ଗରେ ବସି କଥା ବାର୍ତ୍ତା ହେଉ ଥିଲେ । ଦିନେ ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟ ବଶତଃ ଗୋପାଳ ଭାଣ୍ଡ ଅଲ୍ଲୀ ଘରକୁ ଗଲା । ସେତେ ବେଳକୁ ଅଲ୍ଲୀ ମୁଣ୍ଡା ମାଛ ନେଇ ଭାତ ଖାଉ ଥାଏ । ଗୋପାଳ ତାକୁ ଦେଖି ହସି ହସି କହିଲା – କ’ଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ? ଭାତ ଗୁଣ୍ଡାଟା ଗର୍ଭସାତ କରି ଅଲ୍ଲୀମିଆଁ ଉତ୍ତର ଦେଲା –...
ଅର୍ଗୋସର ରାଜା ପ୍ରୋଇଟସ୍ଙ୍କ ସହିତ ବେଲ୍ଲୋରୋଫନ୍ ନାମକ ଏକ ରାଜକୁମାର ସାକ୍ଷାତ୍ କରିବାକୁ ଆସି ତାଙ୍କ ପ୍ରାସାଦରେ ଅତିଥି ହୋଇ ରହିଥା’ନ୍ତି । ବେଲ୍ଲୋରୋଫନ୍ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତଥା ବୁଦ୍ଧିମାନ୍ ଥିଲେ । ସେଥିପାଇଁ ରାଜା ପ୍ରୋଇଟସ୍ ତାଙ୍କୁ ଇର୍ଷ୍ୟା କରି ମାରିଦେବାକୁ ଚାହିଁଲେ । ସମ୍ମୁଖ ଯୁଦ୍ଧରେ ତ ସେ ତାଙ୍କର ଶତ୍ରୁଙ୍କୁ କେବେ ମଧ୍ୟ ମାରିପାରିବେ ନାହିଁ, ତେଣୁ ସେଥିପାଇଁ ସେ ଅନ୍ୟ ଏକ ପନ୍ଥା ଖୋଜିଲେ ।...
ଶ୍ରୀରାମ ଯେତେବେଳେ ସୁଗ୍ରୀବଙ୍କୁ ରାବଣ ବିଷୟରେ ପଚାରିଲେ, ସେତେବେଳେ ସୁଗ୍ରୀବ ଦୁଃଖପୂର୍ଣ୍ଣ ସ୍ୱରରେ କହିଲେ, “ହେ ରାମ, ରାବଣର ରାଜ୍ୟ ଘର ଇତ୍ୟାଦି ବିଷୟରେ ମୁଁ କିଛି ବି ଆଦୌ ଜାଣେନାହିଁ । ତଥାପି ବି ଏତିକି ମୁଁ କହିପାରେ ଯେ ରାବଣ ଯେଉଁଠି ଥିଲେ ମଧ୍ୟ ମୁଁ ତା’ବିଷୟରେ ଖବର ସଂଗ୍ରହ କରି ସୀତା ଦେବୀଙ୍କୁ ଫେରାଇ ଆଣିବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି । ଏ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ମଧ୍ୟ ମୋର...
ପୁରୀଧାମରେ ସେତେବେଳେ ବିଶ୍ୱପତି ନାମକ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ତାଙ୍କର ଆୟୁବିଜ୍ଞାନ ଶାସ୍ତ୍ରରେ ଯେପରି ବ୍ୟୁତ୍ପତି ଥିଲା, ପ୍ରତ୍ୟକ୍ଷ୍ୟ ଚିକିତ୍ସାରେ ବି ଠିକ୍ ସେହିପରି ଯଥେଷ୍ଟ ସୁନାମ ଥିଲା । ଅନେକ ଶିକ୍ଷାର୍ଥୀ ତାଙ୍କ ପାଖରେ ରହି ଆୟୁବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୈଦ୍ୟରାଜ ବିଶ୍ୱପତି ଏକାବେଳେ ବେଶି ଶିକ୍ଷାର୍ଥୀଙ୍କୁ ନିଜ ପାଖରେ ରଖୁ ନଥିଲେ । ଜଣେ ଦୁଇଜଣ କରି ରହିଲେ...
ଏକଦା ରୁଷ ଦେଶର ଜନନେତା ଲେନିନ୍ ଶତ୍ରୁପକ୍ଷର ଆକ୍ରମଣରେ ଆହତ ହୋଇ କ୍ଷତାକ୍ତ ହୋଇଥାନ୍ତି । ତେଣୁ ସେ ଡାକ୍ତରଖାନାରେ ଅନେକ ଦିନ ହେଲା ଚିକିତ୍ସିତ ହେଉଥାନ୍ତି । ତଥାପି ମଧ୍ୟ ଚାଲିବାକୁ ତାଙ୍କ ଦେହରେ ବଳ ମୋଟେ ନଥାଏ । ଦିନେ ହଠାତ୍ ସେହି ଡାକ୍ତରଖାନାରେ ଥାଇ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରେଳପଥ ଭାଙ୍ଗିଗଲା । ଏହି ଦୁଃସମ୍ବାଦ ପାଇ ସେ ଅତ୍ୟନ୍ତ ବ୍ୟଥିତ ହୋଇପଡିଲେ । ତା’ପରେ ଘଟଣାସ୍ଥଳକୁ...
ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା ସିଂହ ରୋଗରୁ ମୁକ୍ତ ହେଲା ନା ସିଂହକୁ ଆରାମ୍ ମିଳିଲା ।...
ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ । ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ...
ସଜଳପୁର ଗାଁରେ ସମସ୍ତେ କହୁଥାନ୍ତି, “ନାରାୟଣ ଯେତିକି ସତ୍, ସେତିକି ସେ ସାହସୀ ମଧ୍ୟ । ସେ କେବେବି କାହାକୁ ଖୋସାମଦ କରେ ନାହିଁ । କାହାରି ପାଖକୁ ସେ କେବେବି ସାହାଯ୍ୟ ପାଇଁ ଯାଏ ନାହିଁ, କିନ୍ତୁ ସର୍ବଦା ଅନ୍ୟକୁ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଥାଏ ।” ଏଭଳି ମନ୍ତବ୍ୟ ଶୁଣିଲେ ଖାଲି ଜଣେ ଲୋକର ଗାତ୍ର ଦାହ ହେଉଥାଏ । ସେ ହେଲେ ଗାଁର ସବୁଠାରୁ ଧନବାନ ବ୍ୟକ୍ତି ମହେନ୍ଦ୍ରବାବୁ । ସେ କହୁଥାନ୍ତି...
ଅତି ପୁରା କାଳର କଥା । ଗୋଟିଏ ନଗରୀରେ ଶୁଦ୍ଧପଟ ନାମକ ଏକ ଧୋବା ବସ ବାସ କରୁଥିଲା । ଧୋବାଟି ଘରେ ଗୋଟିଏ ଗଧ ପାଳିଥାଏ । କିନ୍ତୁ ଗଧଟିକୁ ତା’ର ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଯୋଗାଇ ପାରୁ ନଥାଏ । ଯାହାଫଳରେ ଗଧଟି ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । ଦିନେ ଶୁଦ୍ଧପଟ ଜଙ୍ଗଲ ମଧ୍ୟଦେଇ ଯିବା ସମୟରେ ଗୋଟିଏ ମଲା ବାଘ ଦେଖିଲା । ମନେମନେ ଏକ ଉପାୟ ଚିନ୍ତା କଲା । ସେ ଭାବିଲା ବର୍ତ୍ତମାନ ମୁଁ ଯଦି ଏହି ବାଘର ଦେହରୁ...
ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି କହେ ତେବେ ଯାଇ ତୁ ମେଧାବୀ ହେବୁ ।” ...
ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ ଜିନିଷ କିଣି ଆଣିଲେ । ସେ ଆକିମ୍ ପାଇଁ ଗୋଟିଏ ଚାକରାଣୀ ବି...
(ଉତୁଙ୍ଗ ‘ଶତାଦ୍ଦିକା’ ପୁଷ୍ପ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ନାଗପୁର ଦେଶରେ ପହଁଚିଲେ । ପାହାଡୀ ପ୍ରଦେଶର ମୁଖ୍ୟ କାବୁଇ ତାଙ୍କୁ ବହୁତ ଆଦର କଲେ ଓ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ । ରାଜା ତାଙ୍କ ସାହସର ପ୍ରଶଂସା କରି କହିଲେ ତାଙ୍କର ସହାୟତା ସକାଶେ କେତେକ ସୈନ୍ୟ ସେ ଦେବେ । ରାଜକୁମାରୀଙ୍କ ଆଦେଶରେ ଜଣେ ଦେହରକ୍ଷୀ ଉତୁଙ୍ଗକୁ ରାଜକୁମାରୀଙ୍କ ପାଖକୁ ଡାକି ନେଲେ । ଏଣିକି ଆଗକୁ ପଢନ୍ତୁ ) ...
ଶରଭ ନାମକ ଜଣେ ପୁରୋହିତ ଅମେତି ନାମକ ଏକ ଗ୍ରାମରେ ରହୁଥିଲେ । ତାଙ୍କର ଜଣେ ଝିଅ ଥିଲା । ତାଙ୍କର ଭଣଜାଟିଏ ଅନାଥ ହୋଇଯିବାରୁ ତାକୁ ମଧ୍ୟ ଆଣି ସେ ତାଙ୍କ ଘରେ ରଖିଲେ, ପୁରୋହିତ କାମ ଶିଖାଇ ଦେବାକୁ ଯୁଆଡେ ଯା’ନ୍ତି ତାକୁ ସେ ନିଜ ସଙ୍ଗରେ ନିଅନ୍ତି । ଦିନେ ସେ ଶରଭଙ୍କର ପଂଚାଙ୍ଗ ଦରକାର ପଡିଲା । ସେ ତ କାହିଁ କେଉଁକାଳରୁ ପୋଥି ବାନ୍ଧି ରଖିଥିଲେ, ତାକୁ ଏବେ ସେ ବାହାର କଲେ । ଧୂଳି ଝଡା ଝଡି କରି ତାକୁ...
ଜଗତ ଦାସ ଜଣେ ସାଧାରଣ ଗୃହସ୍ଥ । ତେବେ ତା’ର ଯେତିକି ଜମି ଆବଶ୍ୟକ, ତାହାଠୁ କିଛି ଅଧିକ ଥିଲା । ନିଜର ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଧୁମ ଧାମ ରେ କରିବାକୁ ମନସ୍ଥ କରି ସେ ଦୁଇ ଏକର ଜମି ଜମିଦାରଙ୍କୁ ବିକିଦେଲା । ଦୁଇ ହଜାର ଟଙ୍କା ପାଇଲା । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପଚାଶଟି ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଦୁଇ ହଜାର ଟଙ୍କା ଥିଲା । ଜଗତ ଦାସ ସ୍ୱର୍ଣ୍ଣମୁଦ୍ରା ଥଳିଟି ନେଇ ଆସି ନିଜ ଭିତର ଘର ସିନ୍ଧୁକ...
କୌମୁଦୀ ରାଜ୍ୟର ପରିସର ଭିତରେ ବ୍ୟାପକ ଅଂଚଳ ବ୍ୟାପୀ ଗୋଟିଏ ବଣ ଥିଲା । ତାହାର ନାମ ଶାନ୍ତିବନ । ସେ ବଣର ଗୋଟିଏ ପ୍ରାନ୍ତରେ ଜୀବାନନ୍ଦ ନାମକ ଜଣେ ଋଷି ରହୁଥିଲେ । ତାଙ୍କର ଜଣେ ଶିଷ୍ୟ ଥିଲେ । ତା’ର ନାମ ପ୍ରବୋଧ । ପ୍ରବୋଧ ବେଦ ବେଦାନ୍ତ ଅଧ୍ୟୟନରେ ଖୁବ୍ ପରାକାଷ୍ଠା ଦେଖାଇଲେ । ଥରେ ଗୁରୁ ଜୀବାନନ୍ଦ କହିଲେ, “ବାପା ପ୍ରବୋଧ, ଶାସ୍ତ୍ର ଜ୍ଞାନ ସାଙ୍ଗକୁ ଭିତରେ ଭକ୍ତିଭାବ ଉଦ୍ରେକ ହେବା ଆବଶ୍ୟକ । ଦିଅଁ...
କହି ରଖେ, ପ୍ରତ୍ୟେକ ମଣିଷ ଭିତରେ ଥିବା “ମଣିଷ ପଣିଆ” ହିଁ ମଣିଷକୁ ଚିର ସ୍ମରଣୀୟ କରିଥାଏ । ଏହି ପରିପ୍ରେକ୍ଷୀରେ ଏକ ସତ୍ୟ ଘଟଣା କିପରି ଜଣେ ରାଜପୁତ ବୀରଙ୍କୁ ଚିର ସ୍ମରଣୀୟ କରି ଦେଇଛି ତାହା ହିଁ ଜାଣିବାର କଥା । ନିଜର ସତ୍ୟ ରକ୍ଷା ଓ ପ୍ରତିଶୃତିକୁ ପାଳନ କରି ବୀର ଜଣକ ମୋଗଲ ସମ୍ରାଟ ଆକବରଙ୍କ ଭିତରେ ଥିବା ମଣିଷପଣିଆଟିକକୁ ଉଜ୍ଜୀବିତ କରି ପାରିଥିଲେ । ସେତେବେଳେ ତ ମୋଗଲ୍ ଶାସନ ଚାଲିଥାଏ । ଦିଲ୍ଲୀର ବାଦ୍ଶାହା...
ଜଙ୍ଗଲରେ ରାଜା ସିଂହ ଥରେ ଗଛମୂଳେ ଶୋଇଥିଲା । ଏହି ସମୟରେ ହଠାତ୍ ସେ ଗଛ ଉପରୁ ଗୋଟିଏ ମୂଷା ସିଂହ ଉପରେ ପଡିଗଲା । ତାପରେ ସେ ମୂଷାକୁ ଧରି ସିଂହ ଖାଇ ଦେବାକୁ ବାହାରିଲା । ମୂଷା ଡରିଯାଇ ସିଂହକୁ କହିଲା, “ରାଜା! ମୋତେ ଆପଣ ଏଥରକ ଛାଡି ଦିଅନ୍ତୁ, ମୁଁ କେବେ ନା କେବେ ତମ କାମରେ ନିଶ୍ଚୟ ଆସିବି, ଏକଥା ଶୁଣି ସେ ସିଂହ କହିଲା “ତୁ ତ ଦୁର୍ବଳ ଆଉ ଏଡେଟିକେ ଜୀବ ମୋ କାମରେ କ’ଣ ଆସିବୁ? ତଥାପି ବି ମୁଁ ତୋତେ ଛାଡି ଦେଉଛି...
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ ଘଟଣା କାହିଁକି ତାଙ୍କର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା...
ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ କରି ରହି ଛନ୍ତି । ଏ କଥା ରାଜ କୁମାରଙ୍କର ବିଶ୍ୱାସ ହେଉ...
ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର ଦେଖିବାକୁ ଆସିଲେ । ବଡପୁଅ ରାମରାଜ ସାନ ସୋମରାଜକୁ କହିଲା...