ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଛୋଟ କାମ କରୁ କରୁ ବଡମଣିଷ ହେଲେ

ଏବେ ସେ ନିଉଟନ୍ ଅତ୍ୟନ୍ତ କୌତୂହଳୀ ହୋଇ ପଚାରିବୁଝିଲେ ଯେ, ସେହି ବୃଦ୍ଧଜଣକ ସେହି ଗବେଷଣାଗାରରେ ଝାଡୁଦାର ରୂପେ କାର୍ଯ୍ୟ କରନ୍ତି । ମାତ୍ର ଯେତେବେଳେ ସେ ଜାଣିଲେ ଯେ, ସେହି ବୃଦ୍ଧଜଣକ ଥିଲେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ମାଇକେଲ୍ ଫାରାଡେ, ତାଙ୍କର ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ । ଅତି ସରଳ ନିରାଡମ୍ବର ବେଶପୋଷାକରେ ଅତି ନମ୍ର ସ୍ୱଭାବର ବ୍ୟକ୍ତିଜଣକ ଜଣେ ଝାଡୁଦାର ବୋଲି ପରିଚୟ ଦେବାକୁ ଆଦୌ କୁଣ୍ଠାବୋଧ କରୁନଥିବା କଥା ନିଉଟନ୍ଙ୍କୁ ଅତ୍ୟନ୍ତ ବିସ୍ମିତ କରିଦେଲା ।

ଏହି ବିଶ୍ୱବିଖ୍ୟାତ ବୈଜ୍ଞାନିକ ମାଇକେଲ୍ ଫାରାଡେଙ୍କ ବାଲ୍ୟଜୀବନ ଥିଲା ଅତ୍ୟନ୍ତ ଦୁଃଖଦାୟକ । ଗରିବ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପାଠପଢାରେ ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ ମୋଟେ ବାଧା ଦେଇପାରିନଥିଲା । ସେ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲେ ମଧ୍ୟ ତା’ର ଦୃଢ ମୁକାବିଲା କରିଥିଲେ । ସେଇଥିପାଇଁ ସେ ପିଲାଦିନେ ଖବରକାଗଜ ବୁଲିବୁଲି ବିକୁଥିଲେ । ତା’ପରେ ଟିକିଏ ବଡ ହେବାରୁ ଏକ ବହିବନ୍ଧେଇ ଦୋକାନରେ ବହିବନ୍ଧାଳି ଚାକିରିରେ ସେ ନିଯୁକ୍ତ ହେଲେ । ଯେଉଁ ପୁରୁଣା ପୁରୁଣା ବହି ସବୁ ବନ୍ଧେଇ ପାଇଁ ଆସୁଥିଲା ଫାରାଡେ ତାହାକୁ ଘରକୁ ନେଇ ରାତିରେ ପଢୁଥିଲେ ।

ଫାରାଡେ ତାଙ୍କ ଜୀବନରେ ଜଣେ ବଡ ବୈଜ୍ଞାନିକ ହେବେ ବୋଲି ସବୁବେଳେ ସ୍ୱପ୍ନ ଦେଖୁଥିଲେ । ମାତ୍ର ଏହା କିଭଳି ସମ୍ଭବ ହେବ? ମନେ ମନେ ଫାରାଡେ ଭାବିଲେ ଇଂଲଣ୍ଡର ସେଇ ବଡ ବିଜ୍ଞାନ ଗବେଷଣାଗାରରେ ଗବେଷଣା କରିବା ପାଇଁ ସୁଯୋଗ ପାଇଲେ ସିନା ବଡବୈଜ୍ଞାନିକ ସେ ହୋଇପାରିବେ? ସେଠାରେ ପହଁଚିବା ଲାଗି ଅନ୍ୟ କିଛି ଉପାୟ ତ ନଥିଲା । ଶେଷରେ ସେହି ଗବେଷଣାଗାରରେ ଝାଡୁଦାର ଚାକିରିରେ ନିଯୁକ୍ତି ପାଇ ସେଠାରେ ସେ ପହଁଚିଗଲେ ।

ଫାରାଡେ ସିନା ଗବେଷଣାଗାରରେ ଝାଡୁକରି ଘର ସଫା କରୁଥିଲେ, ମାତ୍ର ମନ ଥିଲା ତାଙ୍କର ବଡ ବୈଜ୍ଞାନିକ ହେବାରେ । ସୁତରାଂ ସେ ଝାଡୁଦାର କାମ କରିବା ସଙ୍ଗେ ସଙ୍ଗେ ଯେଉଁଠାରେ ଗବେଷଣା କାର୍ଯ୍ୟ ଚାଲୁଥିଲା ସେଠାରେ ତାହାକୁ ସେ ନିରୀକ୍ଷଣ କରୁଥିଲେ । ରାତିରେ ନାନା ପ୍ରକାର ବିଜ୍ଞାନପୁସ୍ତକ ପଢି ସେ ଜ୍ଞାନ ଆହରଣ କରୁଥିଲେ ।

ଶେଷରେ ମାଇକେଲ ଫାରାଡେଙ୍କର ସାଧନା ସଫଳ ହେଲା । ବିଦ୍ୟୁତ ଶକ୍ତି ଉଦ୍ଭାବନ କରି ସେ ସାରା ବିଶ୍ୱକୁ ଦିନେ ଚମକାଇ ଦେଲେ, ଯାହାଦ୍ୱାରା ବିଶ୍ୱର ରୂପ ସମ୍ପୂର୍ଣ୍ଣ ରୂପେ ବଦଳିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ