ଧମ୍ମଦ୍ଧଜ ଜାତକ

         ରାଜା ଏ କଥାରେ ବିଶ୍ୱାସ କରୁନଥିବାର ଜାଣି କାଳକ କହିଲେ, “ଆପଣ ସ୍ୱୟଂ ମୋ କଥାର ସତ୍ୟତା ପରୀକ୍ଷା କରିପାରନ୍ତି । ଧର୍ମଧ୍ୱଜ ବିଚାରାଳୟକୁ ଆସିଲାବେଳେ ଆପଣ ଟିକିଏ ଲକ୍ଷ୍ୟ କଲେ ତାଙ୍କର ସମର୍ଥକମାନଙ୍କୁ ଦେଖିପାରିବେ ।”

         ରାଜା ଗୋପନରେ ରହି ଧର୍ମଧ୍ୱଜଙ୍କର ବିଚାରାଳୟ ଉପରେ ଦୃଷ୍ଟିପାତ କଲେ । ଶତ ଶତ ପ୍ରଜା ନିଜ ନିଜର ଅଭିଯୋଗ ଜଣାଇବାପାଇଁ ବିଚାରାଳୟରେ ରୁଣ୍ଡ ହୋଇଥିଲେ । ସେମାନଙ୍କୁ ଦେଖି ରାଜା ମନେକଲେ ଯେ ଧର୍ମଧ୍ୱଜ ପ୍ରକୃତରେ ଅନେକ ଅନୁଚରଙ୍କଦ୍ୱାରା ପରିବେଷ୍ଟିତ ଓ ସେ ତାଙ୍କୁ ସିଂହାସନଚ୍ୟୁତ କରିପାରନ୍ତି ।

         ଧର୍ମଧ୍ୱଜଙ୍କ ପ୍ରତି ସନ୍ଦେହ ପୋଷଣ କରି ରାଜା କାଳକଙ୍କୁ କହିଲେ, “ତୁମର କଥା ଯଥାର୍ଥ । ଏହାର କି ପ୍ରତିକାର କରାଯାଇପାରେ?”

         କାଳକ ନିଜର ଅଭିଳାଷ ଚରିତାର୍ଥ ହେବାକୁ ଯାଉଥିବାର ଦେଖି ଆନନ୍ଦରେ କହିଲେ, “ମହାରାଜ! ଶୀଘ୍ର ଶତ୍ରୁକୁ ବିନାଶ କରି ରାଜ୍ୟକୁ ନିଷ୍କଂଟକ କରିବା ଉଚିତ୍ ।”

         ରାଜା କହିଲେ, “ଲୋକେ ଧର୍ମଧ୍ୱଜ ପ୍ରତି ଅନୁରକ୍ତ । କୌଣସି କାରଣ ନଥାଇ ତାଙ୍କୁ ବଧ କରାଇଲେ ପ୍ରଜାମାନେ ବିଦ୍ରୋହୀ ହୋଇ ଉଠିବେ । ଏ ବିପଦଠାରୁ ସେ ବିପଦ ବଳିପଡିବ ।”

         କାଳକ ପରାମର୍ଶ ଦେଇ କହିଲେ, “ଆପଣଙ୍କର ସନ୍ଦେହ ଯଥାର୍ଥ । ତାଙ୍କୁ କୌଣସି ଗୋଟିଏ ଅସାଧ୍ୟ କାର୍ଯ୍ୟ ସାଧନ କରିବାକୁ ଆଦେଶ ଦିଅନ୍ତୁ । ସେ ତାହା କରିପାରିବେ ନାହିଁ । ଆଦେଶ ପାଳନ କରିନଥିବାରୁ ଆପଣ ତାଙ୍କୁ ପ୍ରାଣଦଣ୍ଡ ଦେବେ । ଏଥିରେ କେହି କିଛି କହିବାକୁ ନଥିବ ।”

         ରାଜା ଅନେକ ଚିନ୍ତାକରି କହିଲେ, “ଧର୍ମଧ୍ୱଜ ଖୁବ୍ ଚତୁର । ମୁଁ ଯେଉଁ କାର୍ଯ୍ୟ କରିବାକୁ କହିବି, ସେ କରିଦେଇ ପାରିବ । ତେଣୁ ଗୋଟିଏ ଅସମ୍ଭବ କାର୍ଯ୍ୟ କୁହ; ଯାହା କି ସେ କରିପାରିବନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ