ହେ ତପସ୍ୱୀ ଆମ୍ଭେମାନେ ତୁମ କଥାରେ ଏକମତ ହେଲୁ ମୃଗ ଦିଅ । ରାଜପୁତ୍ରମାନଙ୍କ କଥା ଶୁଣି ତପସ୍ୱୀ, କହିଲେ କଥାରେ କହିଲେ ହେବ ନାହିଁ । ତୁମ୍ଭ ଅଙ୍ଗରେ ମୁଁ ଗୋଟିଏ ଚିହ୍ନ ଦେବି । ତୁମ୍ଭେମାନେ ଦେଖ ମୋର ଲୁହା ଚିମୁଟା ତତାଇ ମୁଁ ତୁମ୍ଭ ଅଙ୍ଗରେ ଚିହ୍ନ ଦେବି । ସେ ଚିହ୍ନ ତୁମ୍ଭ ଶରୀରରେ ଥିବା ପର୍ଯ୍ୟନ୍ତ ଭୂତ ପ୍ରେତ ଭୟରୁ ତୁମ୍ଭେମାନେ ଉଦ୍ଧାର ପାଇବ । ରାଜପୁତ୍ରମାନେ ବିଚାର କଲେ ପିଚାରେ ବସ୍ତ୍ର ରହିବ । ତପସ୍ୱୀ ଦାଗ ନେଲେ କିଏ ବା ଦେଖିବ । ସମସ୍ତ ପୁତ୍ରମାନେ ବସ୍ତ୍ର ଖୋଲି ପିଚା ଦେଖାଇଲେ । କପଟି ତପସ୍ୱୀ ଚିମୁଟା ତତାଇ ଦାଗଦେଲେ । ତପସ୍ୱୀ ସେମାନଙ୍କୁ ମୃଗ ଗୋଟିଏ ଦେଲେ । ମୃଗଟିକୁ ଧରି ଗୃହକୁ ପ୍ରତ୍ୟାବର୍ତନ କଲେ । ନିମନ୍ତ୍ରଣ ପାଇଥିବା ରାଜାମାନେ ଗୃହରେ ମିଳିଲେ । ବିକ୍ରମାଦିତ୍ୟ ମଧ୍ୟ ମାୟା ତପସ୍ୱୀ ବେଶ ତେଜ୍ୟାକରି ରାଜାବେଶ ପରିଧାନ କରିବା ସହିତ ଶିବିକାରେ ବସାଇ ରାଣୀଙ୍କୁ ଧରି ଦାସଦାସୀମାନଙ୍କ ସଙ୍ଗରେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଲେ । ସେ ରାଜ୍ୟର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ ଏଇତ ଆମ୍ଭର ରାଜଜେମା । ମନୋରମାଙ୍କର ପିତା ମାତା କନ୍ୟାକୁ ଦେଖି ଆନନ୍ଦ ହେଲେ । ଅତି ସ୍ନେହରେ କନ୍ୟାକୁ କୋଳରେ ବସାଇ ମୁଖରେ ଚୁମ୍ବନ ଦେଲେ ଓ କୁଶଳ ବାର୍ତା ପଚାରିଲେ । ମନୋରମାଙ୍କର ଭାଇମାନେ ଭଉଣୀକୁ ଦେଖି ପୂର୍ବ ଶତ୍ରୁତା ପାଶୋରି ଆଦର କଲେ । ଭାଉଜମାନେ ମଧ୍ୟ ଈର୍ଷା ତ୍ୟାଗ କରି ନଣନ୍ଦକୁ କୋଳାଇ ନେଲେ । ସରପୁଳି ସାଙ୍ଗରେ ମିଷ୍ଟାନ୍ନ ଖୁଆଇଲେ । ମନୋରମା ଏମାନଙ୍କର ବ୍ୟବହାର ଦେଖି ହସି ଉଠିଲେ । ଶ୍ରାଦ୍ଧକାର୍ଯ୍ୟ ରାଜା ଆୟୋଜନ କଲେ । ପାତ୍ରମନ୍ତ୍ରୀମାନେ ସହଯୋଗ କଲେ । ମରାଠା ନୃପତିଙ୍କର ଏକୋଇଶ ନନ୍ଦନ । ଏକୋଇଶ ବନ୍ଧୁ । ସମସ୍ତେ ସଭାମଧ୍ୟରେ ଉପସ୍ଥିତ ହେଲେ । ଠିକ୍ ଏହି ସମୟରେ ରାଜା ବିକ୍ରମାଦିତ୍ୟ ଶ୍ରାଦ୍ଧରେ ଆସି ଯୋଗ ଦେଲେ । ଶରୀରରୁ ଜ୍ୟୋତି ବାହାରୁ ଥିଲା । କର୍ଣ୍ଣରେ କୁଣ୍ଡଳ ମସ୍ତକରେ ମୁକୁଟ ଶୋଭା ଦିଶୁଥିଲା । ଶାଳକମାନଙ୍କର ଗୁପ୍ତ କଥା ପ୍ରକାଶ କରିବାପାଇଁ ସେ ଲୌହ ଚିମୁଟାଟିକୁ ଗୁପ୍ତରେ ଆଣିଛନ୍ତି । ଅଶ୍ୱପୃଷ୍ଠରେ ବସି ରାଜା ଆସିଛନ୍ତି । ସଭାରେ ବିରାଜ କରିଥିବା ରାଜାଗଣ ଓ ତାଙ୍କର ବନ୍ଧୁମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଶୂନ୍ୟରୁ ବିକ୍ରମାଦିତ୍ୟ ଓହ୍ଲାଇ ସଭାରେ ପହଁଚିଲେ । ରାଜାମାନେ ବିକ୍ରମାଦିତ୍ୟଙ୍କୁ ଦେଖି ଚିହ୍ନି ପାରିଲେ ନାହିଁ । ବେତାଳ କହିଲେ ହେ ନୃପତି ଗଣ! ତୁମେ ଭୟଭୀତ ହୁଅ ନାହିଁ । ଏ ଉଜ୍ଜୟିନୀର ମହାମାନ୍ୟ ସମ୍ରାଟ ବିକ୍ରମାଦିତ୍ୟ । ନୃପଗଣ ତାଙ୍କର ପରିଚୟପାଇ ପଦବନ୍ଦନା କଲେ । ମରାଠା ନୃପତି ମଧ୍ୟ ତାଙ୍କର ପଦ ବନ୍ଦନା କଲେ । ରାଜା ବିଳମ୍ବ ନକରି ଆସନରୁ ଉଠି ସିଂହାସନ ଉପରେ ଉପବେଶନ କଲେ । ବିକ୍ରମାଦିତ୍ୟଙ୍କ ରୂପଦେଖି ନାରୀମାନେ କନ୍ଦର୍ପ ବାଣରେ ପୀଡିତ ହେଲେ । ରମଣୀମାନେ ନିର୍ନିମେଷ ନୟନରେ ତାଙ୍କର ରୂପଲାବଣ୍ୟକୁ ଦରଶନ କରୁଥାନ୍ତି । ତାଙ୍କର ରୂପ ଚାହିଁ ସକଳ ନାରୀଗଣ ଲଜ୍ଜିତ ହେଲେ କିନ୍ତୁ କିଛି କହିପାରିଲେ ନାହିଁ । ନାରୀମାନେ କହିଲେ କୋଟିଏ ଶିବ ସେବା କରିଥିବ କିମ୍ବା ପ୍ରୟାଗରେ ଯେ ଝାସ ଦେଇଥିବ ସେ ଏ ପୁରୁଷର ହସ୍ତ ଧରିବ । ଧନ୍ୟ କନ୍ୟା ମନୋରମା, କେତେ ତପ କରିଥିଲା ବରରୂପେ ଏହାକୁ ପାଇଲା । ବିକ୍ରମାଦିତ୍ୟଙ୍କ ରୂପ ଦେଖି କେଉଁ ନାରୀ ରନ୍ଧନ କରୁଥିବା ଦ୍ରବ୍ୟ ପୋଡିଦେଲା । ଆନ କେହୁ ଚୁଲି ଲିଭିଛି ଜାଣେନା ରନ୍ଧନ କରିବାରେ ବ୍ୟସ୍ତ । କେହୁ ରାନ୍ଧିଥିବା ଦ୍ରବ୍ୟମାନେ କୁକୁର ହାଣ୍ଡିରୁ ଖାଇଲାଣି ସେ ଜାଣିପାରୁ ନାହିଁ । ଏହି ସମୟରେ ବିକ୍ରମାଦିତ୍ୟ ସଭାରେ ପହଁଚିଗଲେ । ମରାଠା ନରପତି ତାଙ୍କୁ ସମ୍ମାନ ଜଣାଇ କହିଲେ ହେ ରାଜା ବିକ୍ରମାଦିତ୍ୟ ସମସ୍ତ ଜ୍ୱାଇଁଙ୍କ ମଧ୍ୟରେ ତୁମ୍ଭେ ଶ୍ରେଷ୍ଠ । ମୋର ବଡ ଭାଗ୍ୟ ମୁଁ ତୁମ୍ଭର ଶ୍ୱଶୁର ହୋଇପାରିଛି । ମୋର କନ୍ୟା ମନୋରମା ବରଣ କଲାବେଳେ ମୁଁ ତୁମ୍ଭଙ୍କୁ ଜାଣିପାରି ନଥିଲି । ତମ୍ଭେ ମୋର ଦୋଷ କ୍ଷମାକର । ବିନା ନିମନ୍ତ୍ରଣରେ ତୁମ୍ଭେ ଆସିଛ । ମୁଁ ବଡ ଆନନ୍ଦିତ । ରାଜା ବିକ୍ରମାଦିତ୍ୟ କହିଲେ ମୁଁ ତୁମ୍ଭର ପିତୃଶ୍ରାଦ୍ଧ ଭୋଜି ଖାଇବାକୁ ଆସି ନାହିଁ । ଅପମାନର ପ୍ରତିଶୋଧ ନେବାକୁ ଆସିଛି । ମରାଠା ନୃପତିଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭ ଗୃହରେ ମୋର ଦାସମାନେ ଅଛନ୍ତି । ମରାଠା ନୃପତି କହିଲେ କୁହନ୍ତୁ ମୋ ନଗରରେ କେ ତୁମ୍ଭର ଦାସ ଅଛି କହିଲେ ମୁଁ ତୁମ୍ଭ ପାଖକୁ ଡକାଇ ଦେବି ।
ପିତୃଙ୍କର ଶ୍ରାଦ୍ଧ ଭୋଜି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସୁନୟନା କଥା
- ଚତୁରୀ ରମଣୀ
- କଠୋର ତପସ୍ୟା
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ସର୍ପ – ମନ୍ତ୍ର
- ଦସ୍ୟୁ ରାଜକୁମାର
- ମଧୁମାଳତୀ କଥା
- ଚନ୍ଦ୍ରକଳା କଥା
- ରାଜକନ୍ୟା ଓ ବଣୁଆ ରାଜା
- ଲାମା ଓ ଦସ୍ୟୁ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ମାତୃଭକ୍ତ ପରଶୁରାମ
- ମାଧ ମହାନ୍ତିଙ୍କ କନ୍ୟାସୁନା
- ଲୀଳାବତୀ କଥା
- ମାନବର ସହନଶୀଳତା ବଡ ଗୁଣ
- ଅତିଲୋଭ ମୃତ୍ୟୁର କାରଣ
- ଦୂରଦୃଷ୍ଟି
- ମଦ୍ୟପାନର ପରିଣାମ
- ମନ୍ତ୍ରୀ ନିର୍ବାଚନ
- ଅଳିଆ
- ପ୍ରତିଶୃତି
- ନିରକ୍ଷର
- ହାତୀର ଚିକିତ୍ସା
- ରାସ୍ତାର ବାଙ୍କ
- ଲୋଭୀ ବୈଦ୍ୟ
- ବିପରୀତ ଫଳ
- ଭାଇ ହେବତ ଏମିତି
- ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ
- ଚତୁର ଶତ୍ରୁ
- ଦାସିଆ ବାଉରୀ
- ମାଛ ଶିକାର
- ଖାଲ ଖୋଳିବା ଲୋକଙ୍କ କୁଅଁ
- ଗର୍ବ ଭାଙ୍ଗିଦେଲେ ଜଳପରୀ
- ମାନବ ଓ ଦାନବ
- ଅଦ୍ଭୁତ ମଣିଚୁଳ କଥା
- କରଜ ଆଦାୟ
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ପରୀକ୍ଷା
- ଗର୍ବ ଚୁନା ହେଲା
- କଇଁଚର ଦୌଡ
- ସାଷ୍ଟାଙ୍ଗ ପ୍ରଣିପାତ
- ପ୍ରଜା ଚାହିଁ ରାଜା
- ଶିକାରୀ ଏବଂ କପୋତ ପକ୍ଷୀ
- ମାଆ ତୁ ସାହା
- ଲୀଳାବତୀ ସୂତ୍ର ରଚନା କଥା
- ଶତ୍ରୁକୁ ସାହାଯ୍ୟ
- ଭଗବାନ କାହାର
- ଗୋଟିଏ ହାତରେ ତାଳି ବାଜେନା
- ପାପ ଓ ପୁଣ୍ୟ
- ଭୂତ ଅନୁଭୂତି
- ବୋକାମାନଙ୍କର ତାଲିକା
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ଦୁର୍ମଦ
- କୁଜିର ଭେଳିକି କରାମତି
- ନୂତନ ପଞ୍ଜିକା
- ଯଥାର୍ଥ ଦାନ
- ଯେସାକୁ ତେସା ଜବାବ୍
- ଶୁକ ପକ୍ଷୀ ପ୍ରାପ୍ତି
- ଷଡଯନ୍ତ୍ରର ସୁଫଳ
- ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ
- କୃଷ୍ଣାବତାର
- ପାଗଳ ପ୍ରେମୀ
- ଲାବଣ୍ୟବତୀ
- ଅନ୍ଧ ରାଇଜ
- ଦୁଃସ୍ୱପ୍ନ
- ପିତୃଭକ୍ତିର ପରାକାଷ୍ଠା
- ଜାତକ
- ବୁଦ୍ଧିହିଁ ବଳ
- କମଳିନୀ ବିବାହ
- ଛୁଆ କୁକୁଡା
- ଚମ୍ପେଇ ନେଉଳ କାମୁଡେ ନାହିଁ
- ବୁଝାମଣା
- ଭୂତ ପୋଖରୀ
- ବାଲେଶ୍ୱରୀ ପଙ୍ଗାଲୁଣ
- ସାଧୁ
- ଜିତୁମିତୁ
- କାକୁଡି କାବ୍ୟ
- ବୋତଲ ଭୂତ
- ବିଟପି ରାଜକୁମାରୀ କାହାଣୀ
- ତାମ୍ସା
- ଅହଙ୍କାର ର ଫଳ
- ଦିପ ଜାତକ
- ମୃତ୍ୟୁ ମହାରାଜ ଓ କେଉଟ ପୁଅ
- ବିବେକୀ ରାଜା
- ରୂପଧରଙ୍କ ଯାତ୍ରା
- ଧର୍ମବତୀ କଥା
- ବନ୍ଦିନୀ ପରୀ
- ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ
- ମୋହରିର ଚାକିରିରୁ ବିଚାରପତି
- ମହତ ଦାନ
- ଅଯୋଗ୍ୟ ସନ୍ତାନ
- ତୋଫାନ ଆଗରେ ନଇଁ ପଡିବ
- ସୁନା ପାଇଁ କାହିଁକି ଲୋଭ
- ବାରିକ ଓ ଗୋପାଳ
- ମଲାମୂଷାର ମୂଳଧନ
- ଅତି ଚତୁର
- ତାଳବେତାଳ ଓ କମଳିନୀ
- ଦୁଷ୍ଟ କାଉ ଦଳ
- ଯାଦୁ ମହଲ
- ଦେବକନ୍ୟା
- ସିଂହର ଛୁଆ
- ଯେସାକୁ ତେସା
- ଲୁହାର ଭୀମ ଚୁନା ହେଲା
- ଦିବା ସ୍ୱପ୍ନ
- ପ୍ରଶଂସାରେ ଭୁଲ ନାହିଁ
- ଦାନୀ
- ପୂଣ୍ୟକର୍ମର ମୂଲ୍ୟ
- ମହାଭାରତ
- ଅରିଷ୍ଟନେମି
- ସ୍ୱାର୍ଥପର ଘୋଡା
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ଭୂତୁଣୀର ସାହାଯ୍ୟ
- ବିଡାଏ କାଠ
- ବୁଦ୍ଧି ଦାତା ଗୋପାଳ
- ଶତ୍ରୁକୁ ସତ୍କାର
- ରବିଭାମା କଥା
- କୃପାଧନ୍ୟ ଭୂଷଣ୍ଡକାକ
- ପିଶାଚର ଶସ୍ତ୍ର-ଚିକିତ୍ସା
- ଏକ କୁମ୍ଭାରର କାହାଣୀ
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- କୃଷ୍ଣାବତାର
- ତିନି ତ୍ୟାଗୀ
- ଦଲିଲ୍ର ବ୍ୟାଖ୍ୟା
- ଝଗଡା ଝାଟି
- ମୁନିକ ଜାତକ
- ସାବାସ୍ ବିଶାନ
- ମୂର୍ଖତାର ଫଳ
- ମଣିଷ ପ୍ରକୃତି
- ମୟୂରର ଦୁଃଖ
- ସ୍ୱର୍ଗ ନର୍କ
- ଦୂର ପରବତ
- ବାନର କୃତି
- କୂପରୁ ମୁଦି ବାହାର କରିବା
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ନିର୍ଭରତା ଶିଖ
- ଭୁବନସୁନ୍ଦରୀ
- ଅସନ୍ତୋଷରେ ଲାଭ କ’ଣ?
- ହଂସୀ ପରୀ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ଅମ୍ବା
- ଧାନ କ୍ଷେତ
- ହାର୍-ଜିତ୍
- ଯଥାର୍ଥ ସମାଧାନ
- ବହ୍ନି ଦ୍ୱୀପ
- କାଶୀ ପଣ୍ଡିତ
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ଆଦର୍ଶ ଗୁରୁ
- ଧନର ସଦୁପଯୋଗ
- ଆନ୍ତର ସୌନ୍ଦର୍ଯ୍ୟ
- ତିଳୋତମା କଥା
- ବିଶ୍ୱାସ ଘାତକ
- କୃଷ୍ଣାବତାର
- ଯେସାକୁ ତେସା
- ଦୋଷ କାହାର
- ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା
- ସିଂହ ଜାତକ
- ନିଶ୍ରାଗ୍ରସ୍ତ
- କାହାକୁ ହୀନ ମଣିବା କାହିଁକି
- ପ୍ରକୃତ ଶୁଭେଚ୍ଛୁ
- କ୍ରୋଧ ମଣିଷର ଶତ୍ରୁ
- ଦୂର ପର୍ବତ ସୁନ୍ଦର
- ବିଚିତ୍ର ବଂଶୀ
- ଯୋଗୀ ଓ ନାସ୍ତିକ
- ପରୀ ରାଇଜର ପରୀରାଣୀ
- ଅଦୃଶ୍ୟକରଣି
- ବୈଦେହୀ କଥା
- ଗୋଟିଏ ଭଲ ଉପାୟ
- ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ
- ଯୋଡିଏ ଡାଳିମ୍ବ କଥା
- ବିଶ୍ୱର ମଙ୍ଗଳ
- ଖଟ୍ୱାଙ୍ଗ ପୁରାଣ
- ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ
- କର୍ମ ଘେନି ଫଳ
- ଶୁଆ ପକ୍ଷୀର ଚାତୁରୀ
- ଦସ୍ୟୁ ରାଜକୁମାର
- ଭଗବାନଙ୍କର ଧ୍ୟାନ
- ରାଜାଙ୍କର କୋଷ୍ଠ ସାଫ୍
- ଶିବ ପୁରାଣ
- ଦିବସ ବା ରାତ୍ରି?
- ପାଣି ଓ ପ୍ରକୃତି
- ପଦବୀର ବଳ
- ସନ୍ତୋଷଲାଭର ରହସ୍ୟ
- ଭୁବନ ସୁନ୍ଦରୀ
- ଶ୍ରଦ୍ଧାପୂର୍ବକ ସେବା କର
- ଦୁରାଶା
- ସଂଚୟର ମହତ୍ୱ
- ଭୂତୁଣୀର ସର୍ତ୍ତ
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- ମୁଁ ଘାତକିନୀ ରାଜ ଜେମା
- ସୋମିଲାକ୍ ତନ୍ତ୍ରୀ କଥା
- ମୌସୁମୀ ବର୍ଷା
- ପ୍ରକୃତ ଧନୀ କିଏ?
- ମା ଛେଉଣ୍ଡ ଝିଅ
- କୀର୍ତ୍ତି ସିଂହ
- ଦସ୍ୟୁ ରାଜକୁମାର
- ଠିକଣା
- ବର୍ଷା ରାଣୀ
- ଭାଣ୍ଡର ଲଢେଇ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- କହିବା, କରିବା