ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିନା ବିଚାରରେ ଯିଏ କିଛି କରେ

ଛେଳି ଗଧିଆର କଥା ଶୁଣି ନିଜକୁ ନିଜେ ଭୁଲି ଗଲା । ସେ ଆଗ ପଛ କିଛି ବିଚାର ନ କରି ଡେଇଁ ପଡିଲା କୂଅ ଭିତରକୁ । ବାସ୍! ଯାହା ଚାହୁଁ ଥିଲା ଗଧିଆ ତାହା ହିଁ ହେଲା । କୂଅ ଭିତରକୁ ଛେଳି ଡେଇଁ ପଡିବା ସଂଗେ ସଂଗେ ଗଧିଆ ଗୋଟିଏ ଡିଆଁରେ ଛେଳି ପିଠି ଉପରକୁ ଉଠି ଗଲା । ଛେଳି ପିଠି ଉପରକୁ ଉଠି ଆଉ ଗୋଟିଏ ଡିଆଁ ମାରିଲା ଯେ କୂଅ ବାହାରକୁ ବାହାରି ଆସିଲା । ଏଥିରେ ଛେଳି ବ୍ୟସ୍ତ ହୋଇ କହିଲା – କ’ଣ ଗଧିଆ ଭାଇ ତୁମେ ତ କହୁଥିଲ ଏଥିରୁ ବାହାରକୁ ବାହାରିବାକୁ ଇଚ୍ଛା କରୁ ନାହିଁ । ଏଥର ମୋତେ ତୁମେ ଭିତରେ ଛାଡି କୁଆଡେ ଯାଉଛ? ମୁଁ କ’ଣ ଏକୁଟିଆ ଏଠାରେ ପଡି ପଡି ମରିବି ନା କ’ଣ? ତୁମେ ତ ବହୁତ ସ୍ୱାର୍ଥପର ଗଧିଆ । ଏ କଥା ଶୁଣି ଗଧିଆ କହିଲା – ଛେଳି ଭାଇ ଆଜିଠୁ ତୁମେ ସେହିଠାରେ ହିଁ ରୁହ । ନିଜ ମୂର୍ଖାମୀ ପାଇଁ ତୁମେ ନିଜେ ଦାୟୀ । ତେଣୁ ସେଠାରେ ବସି କାନ୍ଦ । ତୁମେ ତ ମୋର ମିଠା ମିଠା କଥାରେ ଭୁଲି ଗଲ । ଆଗ ପଛ କିଛି ମଧ୍ୟ ବିଚାର କଲ ନାହିଁ । ଆଉ କୁଦି ପଡିଲ ଏହି ଭଙ୍ଗା କୂଅ ଭିତରକୁ । ଯଦି ତୁମର ଟିକିଏ ବି ବୁଦ୍ଧି ଥା’ନ୍ତା ତେବେ ତୁମେ ଏଭଳି ବିପତ୍ତିରେ ପଡି ଥା’ନ୍ତ କେମିତି? ତେଣୁ ପ୍ରତି କାମ କରିବା ଆଗରୁ ଟିକିଏ ଭାବି ବିଚାରି କାମ କରିଲେ ବିପତ୍ତି ପଡେ ନାହିଁ । ବର୍ତ୍ତମାନ ତୁମକୁ ଆଉ ମୁଁ କ’ଣ କହିବି? ତୁମେ ଏତିକି ଜାଣି ନାହଁ କି ବିନା ବିଚାରରେ ଯେଉଁ କାମ କରାଯାଏ ତାହା ପାଇଁ  ପରେ ପସ୍ତେଇବାକୁ ପଡେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ