ବେତାଳ ଗୁପ୍ତ ରହଣୀ

         ବିକ୍ରମାଦିତ୍ୟ କହିଲେ ଆଜି ରାତ୍ରି ସ୍ୱପନରେ ଦେଖିଲି ତୁମ୍ଭ ଜେମା ଖାଦ୍ୟଦ୍ରବ୍ୟ ରଖି ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥକୁ ଅପେକ୍ଷା କରିଥିଲେ । ଚିତ୍ରରଥ ପ୍ରବେଶନ୍ତେ ତାଙ୍କର ପାଦଧୋଇ ପଲଙ୍କରେ ବସାଇଲା । ପ୍ରେତଗଣ କାମିନୀର ଖାଦ୍ୟ ପଦାର୍ଥ ବଦଳାଇ ଦେଇଥିଲେ । ପ୍ରତ୍ୟେକ ଖାଦ୍ୟ ଖାଇ ମଳ ମୂତ୍ର ଭରି ଦେଇଥିଲେ । ସେ ଖାଦ୍ୟ ଖାଇ ଗନ୍ଧର୍ବ କ୍ରୋଧାନ୍ୱିତ ହୋଇ ତୁମ୍ଭ ରାଜଜେମାଙ୍କୁ ନିସ୍ତୁକ ମାଡ ମାରିଲା । ବହୁତ ବିନୟ ହୋଇ ରାଜଜେମା ତା’ର ପାଦ ଧରନ୍ତେ ତାଙ୍କୁ ଆଲିଙ୍ଗନ କରି ରତିକ୍ରୀଡା କରି ପଳାଇଗଲା । ଆଜି ସ୍ୱପ୍ନରେ ଏ ସମସ୍ତ କଥା ମୁଁ ଦେଖିଲି । ପରିଚାରୀଗଣ ବିକ୍ରମାଦିତ୍ୟଙ୍କଠାରୁ ଏକଥା ଶୁଣି କମଳିନୀ ପାଖକୁ ଗଲେ । କମଳିନୀ ମୁଖ ବିବର୍ଣ୍ଣ ଦିଶୁଥିଲା । ଏମାନେ ସମସ୍ତେ କମଳିନୀକୁ ଦେଖି ହସି ଦେଲେ । ହସିବାର କାରଣ କମଳିନୀ ପଚାରନ୍ତେ ଦାସୀମାନେ ବିକ୍ରମାଦିତ୍ୟଙ୍କ ଠାରୁ ଶୁଣିଥିବା ସମସ୍ତ ଘଟଣା କହିଗଲେ । କମଳିନୀ ସମସ୍ତ ଶୁଣି ମନରେ ଚିନ୍ତାକରି କହିଲେ, ମୋର ସ୍ୱାମୀ ସାଧାରଣ ମାନବ ନୁହଁନ୍ତି ଦେବତା । ମୁଁ ଏବେ ତାଙ୍କ ସମ୍ମୁଖକୁ ଯିବି କିପରି? କୁମାରୀ ବ୍ରତ ମୋର ପୂର୍ଣ୍ଣ ହେଲେ ତାଙ୍କ ଚରଣ ତଳେ ମୁଁ ଖଟିବି । ସେ ବିଟପି ନାଗରୀ ଏପରି କହି ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ