ଭୂତ କୋଠି

ତୁମେ ଏ ସହରକୁ ଆସିବା ପରେ ତୁମର ମୋ ସହିତ ଦେଖା ହୋଇଥିଲା । ତାପରେ ତୁମେ ବ୍ୟବସାୟ କରିବାକୁ ମୋ ଠାରୁ କିଛି ଧନ ମଧ୍ୟ ସାହାଯ୍ୟ ନେଇଥିଲ । ପରେ ଅବଶ୍ୟ ଶୁଝି ଦେଇଛ । ତାଛଡା ତୁମ ସହିତ ମୋର ଗୋଟିଏ କଥା ଅତି ଗୋପନୀୟ ଭାବରେ ହୋଇଥିଲା । ସେ କଥାଟି ହେଉଛି, ତୁମ ଝିଅ ସହିତ ମୋ ପୁଅର ବିଭାଘର । ମୁଁ ବଂଚିଥିବା ସମୟରେ ମୋର ପ୍ରବଳ ଇଚ୍ଛା ଥିଲା ଯେ, ମୁଁ ମୋ ପୁଅର ବିଭାଘର ଦେଖିବି । କିନ୍ତୁ ସେତେବେଳେ ପରମାନନ୍ଦ ରାଜି ହେଲା ନାହିଁ । ତେଣୁ ତା’ର ବିଭାଘର ମୁଁ ଦେଖି ନପାରି ଥିବାରୁ ମୋର ଆତ୍ମା ଆଜି ପର୍ଯ୍ୟନ୍ତ ଅତୃପ୍ତ ଅବସ୍ଥାରେ ରହିଛି । ଆଉ ମୁଁ ପ୍ରେତାତ୍ମା ହୋଇ ଏଣେ ତେଣେ ବିଚରଣ କରୁଅଛି । ଆଜି ମୁଁ ଶୁଣିଲି ତୁମେ ତୁମ ଝିଅକୁ ସାଙ୍ଗରେ ଧରି କାଲି ଏ ଘର ଛାଡି ଚାଲିଯିବ । ତୁମେମାନେ ଏଠାରେ ରହିବା ପରେ ମୋ ପୁଅ ବହୁତ ଖୁସି । ମୁଁ କେବଳ ଏତିକି ଚାହେଁ ତୁମେ ତୁମ କଥା ଏବେ ରଖ । ତୁମ ଝିଅ ସୁରମା ସହିତ ମୋ ପୁଅ ପରମାନନ୍ଦର ବିଭାଘର ହେଉ । ମୋର ଖାଲି ଏତିକି ଇଚ୍ଛା ପୂରଣ ହୋଇଗଲେ ମୁଁ ଏ ଘର ଛାଡି ଚାଲିଯିବି । ମୋ ଆତ୍ମା ଆଉ ପ୍ରେତାତ୍ମା ହୋଇ ରହିବ ନାହିଁ । ତାପରେ ମୋ ଆତ୍ମା ପୁଣି ଥରେ ଯାଇ ଅନ୍ୟ ଘଟରେ ଜନ୍ମ ହେବ ।

                କୈଳାସ ହଠାତ୍ ପ୍ରେତାତ୍ମା ନିରିମାର ଏପରି କଥା ଶୁଣି ତା’ର ପୂର୍ବ କଥା ସବୁ ମନେ ପଡିଗଲା । କାହିଁକିନା କୈଳାସର ତ ଏକଥା ଆଦୌ ମନେ ହିଁ ନଥିଲା, ତେଣୁ କୈଳାସ ମୁଣ୍ଡରେ ଝିଅ ବିଭାଘର ଏକ ବଡ ଚିନ୍ତା ଥିଲା । ସେ କୈଳାସ ତ ଏଭଳି ଏକ ସୁଯୋଗକୁ ଅପେକ୍ଷା କରିଥିଲା । ତେଣୁ କୈଳାସ ନିରିମାର ପ୍ରେତାତ୍ମାକୁ କହିଲା ମୁଁ ତ ତୁମ ନିକଟରେ ଚିରଋଣୀ । ତେଣୁ ଏବେ ମୁଁ ନିଶ୍ଚୟ ତୁମର କଥା ରଖିବି । ତଥା ମୋ ଝିଅ ସହିତ ତୁମ ପୁଅର ବାହାଘର ହେବ । ଏକଥା ଶୁଣି ସେ ନିରିମାର ପ୍ରେତାତ୍ମା କହିଲା – ଧନ୍ୟବାଦ କୈଳାସ । ଠାକୁରେ, ତୁମର ସବୁ କିଛି ମଙ୍ଗଳ କରନ୍ତୁ । ଏତିକି କହି ନିରିମାର ପ୍ରେତାତ୍ମା ଶୂନ୍ୟରେ କେଉଁଆଡେ ଅଦୃଶ୍ୟ ହୋଇଗଲା । ତାପରେ କୈଳାସ ବି ଖୁବ୍ ବ୍ୟସ୍ତ ହୋଇ ତାଙ୍କ ଘର ଭିତରକୁ ପ୍ରବେଶ କଲେ । ପରମାନନ୍ଦକୁ ଡାକି କୈଳାସ କହିଲେ ବାବୁ ପରମାନନ୍ଦ, ମୋତେ ଜଣା ଯାଉଛି ଆମ ଘର ଛାଡି ଯିବା କଥାଟା ତୁମକୁ ଆଦୌ ଭଲ ଲାଗୁନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ