ଲୁହାର ଭୀମ ଚୁନା ହେଲା

କେବଳ ଦୁର୍ଯ୍ୟୋଧନ ନୁହେଁ ତା ସହିତ ଶହେ ପୁତ୍ରଙ୍କର ମଧ୍ୟ ବିନାଶ ହେଲା । ଶତ ପୁତ୍ରର ମରଣ ଦୁଃଖ ସେ ଅନ୍ଧ ରାଜାଙ୍କୁ ଖୁବ୍ ଶକ୍ତ ଆଘାତ ଦେଲା । ପଂଚୁ ପାଣ୍ଡବ ସହ ଶ୍ରୀକୃଷ୍ଣ ସେ ଶତ ପୁତ୍ରର ପିତା ତଥା ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଗଲେ ସମବେଦନା ଜଣାଇବା ପାଇଁ । ତାପରେ କ୍ରୋଧ ହିଂସା ମନ ନେଇ ଧୃତରାଷ୍ଟ୍ର ଭୀମକୁ ନିଜ କୋଳକୁ ଡାକିଲେ, ହେଲେ ଭୀମ ତ ଛନ୍ଦ କପଟ ଆଦୌ କିଛି ଜାଣନ୍ତି ନାହିଁ । ଡାକୁ ଡାକୁ ବାହାରି ପଡୁଥିବା ସମୟରେ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ମନ କଥା ଜାଣି ପାରି ଭୀମକୁ ସେଠାକୁ ଯିବାକୁ ବାରଣ କଲେ । ତତ୍କ୍ଷଣାତ୍ ଆଖଡା ଶାଳର  ସେ ଲୌହ ଭୀମକୁ ଆଣି ଅନ୍ଧ ରାଜାଙ୍କ କୋଳରେ ବସାଇ ଦେଲେ । ହଠାତ୍ ଏ କ’ଣ ହେଲା । ଅନ୍ଧ ରାଜା ତାଙ୍କ ଦୁଇ ବାହୁରେ ଏତେ ଜୋର୍ରେ ଆକର୍ଷି ଭିଡି ଦେଲେ ଯେ ହାତୀ ପରି ଶକ୍ତି ଲୌହ ଭୀମ ଚୁନାଚୁନା ହୋଇଗଲା । ଆଖି ଓ ଦିବ୍ୟ ଆଖି ହରାଇ ଅତ୍ୟନ୍ତ କ୍ରୋଧରେ ପଡି ସେ ହାଡ ମାଂସର ଭୀମ ଓ ଲୁହା ଭୀମକୁ ଚିହ୍ନି ନ ପାରି ଚୁନା କରି ସାରିବା ପରେ ସେ ଅନ୍ଧ ରାଜା ଧୃତରାଷ୍ଟ୍ର କେବଳ ନିଜ କର୍ମକୁ ହିଁ ନିନ୍ଦା କରି ଖାଲି କାନ୍ଦିବାକୁ ଲାଗିଲେ । କିନ୍ତୁ ସେ କାନ୍ଦିବାରେ ଥିଲା ଆଟୋପ, ଦେଖାଣିଆ, ଯାହାକୁ କହନ୍ତି କୁମ୍ଭୀର କାନ୍ଦଣା ।

ଲୌହ ଭୀମ ଚୁର୍ଣ୍ଣ ହେବାପରେ ସମସ୍ତେ ଧୃତରାଷ୍ଟ୍ରଙ୍କ ଅସଲ ଉଦ୍ଧେଶ୍ୟ ଠିକ୍ ଜାଣିଲେ । କିନ୍ତୁ ଭୀମଙ୍କୁ ଚୁର୍ଣ୍ଣ କରି ଅନ୍ଧ ରାଜା ଧୃତରାଷ୍ଟ୍ର ଟିକେ ମୂର୍ଚ୍ଛା ହୋଇଛନ୍ତି, ତାଙ୍କ ମୁହଁରୁ ବି ରକ୍ତର ଧାର ବହୁଛି । ବିଦୁର ଓ ପାଣ୍ଡବମାନେ ସେ ଅନ୍ଧ ରାଜାଙ୍କର ଖୁବ୍ ସେବା କଲେ ଓ ରାଜାଙ୍କ ଚେତା ପୁନଃ ଫେରାଇ ଆଣିଲେ । ଧୃତରାଷ୍ଟ୍ରଙ୍କ ଏ ପ୍ରକାର ନାଟକୀୟ ଅଭିନୟ ଦେଖି ଭୀମ ଅତ୍ୟନ୍ତ କ୍ରୋଧରେ ଗଦା ପ୍ରହାର କରିବାକୁ ବାହାରିଲା ବେଳକୁ ଯୁଧିଷ୍ଠିର କହିଲେ, ନା ଭୀମ ନା । ସେ ସିନା ତାଙ୍କ ଶହେ ପୁତ୍ର ବିୟୋଗର ଦୁଃଖରେ ଏସବୁ କରିଛନ୍ତି । ହେଲେ ଯାହା ବି ହେଉ ସେ ତ ଆମର ପିତା ସମାନ, ତାଙ୍କ କର୍ମର ଫଳ ସେ ଠିକ୍ ପାଇଛନ୍ତି । ତାଙ୍କୁ ଆଘାତ ଦେଇ ତୁ ଆଉ ଅନ୍ୟାୟ କରନା ତାଙ୍କୁ ମୁକ୍ତି ଦିଅ । ଏଥୁଅନ୍ତେ ବଡ ଭାଇଙ୍କ କଥାମାନି ଭୀମ ଶେଷରେ ନିରବ ରହିଲେ । ବାସ୍ତବିକ କ୍ରୋଧ, ହିଂସା, ମାନ, ପ୍ରତିଶୋଧ ଏସବୁ ସଦାବେଳେ ନିଜର ହିଁ କ୍ଷତି କରେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ  ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ । ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ ।  ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ