ରୋଗୀକୁ ଭଲ ପାଅ ରୋଗକୁ ନୁହେଁ

ବ୍ରିଟେନ୍ର ଡାକ୍ତର କଲିନ୍ସ ଏକ ଖ୍ୟାତନାମା ଡାକ୍ତରଖାନାରେ ଡାକ୍ତର ଥିଲେ । ସେ ସବୁବେଳେ ଗରିବ, ନିଃସ୍ୱ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ଚାହୁଁଥିଲେ । ସୁତରାଂ ସେ ଲଣ୍ଡନରେ ରହି ଅଜସ୍ର ଟଙ୍କା ରୋଜଗାର କରିବାକୁ ଆଦୌ ଚାହିଁଲେ ନାହିଁ । ଫଳରେ ଡାକ୍ତର କଲିନ୍ସ୍ ଚାକିରି ଛାଡିଦେଇ କଙ୍ଗୋର ଘଂଚ ଜଙ୍ଗଲିଆ ଅଂଚଳକୁ ଚାଲିଗଲେ । ସେଠାରେ ସେ କୁଷ୍ଠରୋଗୀଙ୍କୁ ସେବା କରିବା ପାଇଁ ମନସ୍ଥ କରିନେଲେ ।

                ଡାକ୍ତର କଲିନ୍ସ କଙ୍ଗୋ ଅବବାହିକାରେ ପହଁଚି କଠୋର ପରିସ୍ଥିତିର ସମ୍ମୁଖୀନ ହେଲେ । କାହିଁକିନା ଏଠାକାର ଜଳବାୟୁ ସେ ଡାକ୍ତରଙ୍କ ପାଇଁ ଭୀଷଣ ପ୍ରତିକୂଳ ଥିଲା । ଏଠାକାର ଅଧିବାସୀମାନେ ମୁଖ୍ୟତଃ କୁଷ୍ଠରୋଗରେ ହିଁ ପୀଡିତ ହୋଇଥାନ୍ତି ।

                ଡାକ୍ତର କଲିନ୍ସଙ୍କ ପୂର୍ବରୁ ଜଣେ ଖ୍ରୀଷ୍ଟୀୟ ଧର୍ମଯାଜକ ତାଙ୍କର କିଛି ସହକର୍ମୀଙ୍କ ସହିତ ସେଠାକୁ ଯାଇଥିଲେ ସେହି କୁଷ୍ଠରୋଗୀଙ୍କ ସେବା କରିବା ଉଦ୍ଧେଶ୍ୟରେ । ଏବେ ଡାକ୍ତରଙ୍କ ସହିତ ଏହି ଧର୍ମଯାଜକଦଳ ଏକାଠି ମିଶି ନିଃସ୍ୱାର୍ଥ ସେବା ଯୋଗାଇଦେଲେ । ଏହା ସମଗ୍ର କଙ୍ଗୋ ଅଂଚଳରେ ଚହଳ ସୃଷ୍ଟି କରିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ