ସ୍ୱର୍ଗରେ ରାଜା ନିଯୁକ୍ତି

ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।        ସେତେବେଳେ ସିଂକକ୍ ନାମକ ରାଜ୍ୟର ରାଜା ବି ଏହି ପଦ ଆଶାୟୀ...

Read More

କନକ ଉପତ୍ୟକାର କାହାଣୀ

ଥରେ ଭୂମିକମ୍ପରେ କେତେଖଣ୍ଡ ଶିଳା ପଥର ଅପସରି ଯିବା ଫଳରେ ପର୍ବତର ମଧ୍ୟଦେଶରେ ଅତୀତର ଜଣେ ଶିଳ୍ପୀ-ରାଜକୁମାର ନିର୍ମାଣ କରିଥିବା ସୁବର୍ଣ୍ଣ ପ୍ରତିମା ଦୃଷ୍ଟି ଗୋଚର ହେଲା । ତାକୁ ଜୀବନ୍ୟାସ ଦେବାର ରହସ୍ୟ ଜାଣିବା ନିମନ୍ତେ ରାଜୁ ପ୍ରପାତ ପାରି ହୋଇ ଚାଲିଯିବା ପୂର୍ବରୁ ତା’ର ସୁରକ୍ଷା ଦାୟିତ୍ୱ ଦେବା ପାଇଁ ସେ ରାଜ୍ୟର ମୂଢ ରାଜାକୁ ଡାକିନେଇ ଆସିଲା । ପ୍ରଥମେ ରାଜା କିଛି ଦେଖିପାରିଲେ ନାହିଁ । କିନ୍ତୁ ରାଜୁକୁ ଛୁଇଁବା...

Read More

ଆକାଶରେ କେତେ ତାରା?

ସବୁ ସମୟରେ ଆକବର ନାନାଦି ଚତୁର ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ ତାଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ବିରବଲ ମଧ୍ୟ ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରୁଥିଲେ । ଦିନେ ରାତିରେ ଚନ୍ଦ୍ରାଲୋକରେ ଆକବର ଏବଂ ବିରବଲ ବଗିଚାରେ ବସି କଥାବାର୍ତ୍ତା କରୁଥାଆନ୍ତି । ଆକବର ଆକାଶକୁ ଚାହିଁଲେ । ତାରାମାନଙ୍କୁ ଦେଖି ହଠାତ୍ ତାଙ୍କ ମନରେ ଏକ ପ୍ରଶ୍ନ ଆସିଲା । ସେ ସଂଗେ ସଂଗେ ବିରବଲଙ୍କୁ କହିଲେ, “ବିରବଲ! କହିଲ...

Read More

ପାହାଡ ଚଢା

ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ ।        ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି...

Read More

ମହାଭାରତ

ଋଷିମୁନିଗଣଙ୍କର ନିବାସସ୍ଥଳୀ ନୈମିଷାରଣ୍ୟ ଥିଲା; ମହାମୁନି ଶୌନକ ସେମାନଙ୍କ କୁଳପତି ଥିଲେ । ଥରେ ସେ ବାରବର୍ଷ ପର୍ଯ୍ୟନ୍ତ ଯଜ୍ଞ କଲେ । ଯେତେବେଳେ ମୁନିଋଷିମାନେ ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିଲେ ସେତେବେଳେ ରୋମହର୍ଷଣଙ୍କ ପୁତ୍ର ସୂତମୁନି ସେଠାକୁ ଆଗମନ କଲେ । ସୂତମୁନି ସମସ୍ତ ପୁରାଣରେ ପଣ୍ଡିତ ଥିଲେ । ତେଣୁ ଅନେକ ଋଷିମୁନି ତାଙ୍କୁ ପୁରାଣ କଥା ଶୁଣାଇବାକୁ ଅନୁରୋଧ କଲେ । ସୂତ କହିଲେ, “ମହର୍ଷିଗଣ, ପରୀକ୍ଷିତଙ୍କ ପୁତ୍ର...

Read More

ରାଜା ଓ ବିଦ୍ୱାନ

ଚନ୍ଦ୍ରଗିରିର ରାଜା ମୃତ୍ୟୁଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ସେ ତାଙ୍କ ମନ୍ତ୍ରୀ ଓ ସଭାସଦ୍ମାନଙ୍କୁ ଡାକି କହିଲେ, “ମୋର ତ ସନ୍ତାନସନ୍ତତି କେହି ବି ନାହାଁନ୍ତି । ମୋର ମୃତ୍ୟୁ ପରେ ମୋର ଜ୍ଞାତି କୁଟୁମ୍ବଙ୍କ ଭିତରୁ ବୋଧହୁଏ ଆପଣମାନେ ଜଣେ ଯୁବକକୁ ରାଜଗାଦିରେ ବସାଇବେ । ସେମାନଙ୍କ ଭିତରେ ସେଭଳି ଯୋଗ୍ୟ ଯୁବକ କେହି ଅଛନ୍ତି ବୋଲି ମୋର ମନେ ହୁଏନା । ଖାଲି ମୋର ଆତ୍ମୀୟ ବୋଲି ଯୋଗ୍ୟତା ନଥାଇ ମଧ୍ୟ ଜଣେ ରାଜା ହେବ, ଏକଥା...

Read More

ବୀର ହନୁମାନ

ସୂର୍ଯ୍ୟୋଦୟ ପରେ ପରେ ବାନର ସେନା ଓ ରାକ୍ଷସସେନାଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ଖୁବ୍ ମରାମରି ପିଟାପିଟି ହୋଇ ରକ୍ତନଦୀ ବହିଲା । ରାକ୍ଷସଙ୍କର ନିଷ୍ଠୁର ଓ ଭୟଙ୍କର ଆକ୍ରମଣରେ ବାନରସେନା ଛିନ୍ଛତ୍ର ହୋଇଗଲେ । ବାନରମାନେ ସିନା ବୀରତ୍ୱ ସହକାରେ ଯୁଦ୍ଧ କରୁଥିଲେ, କିନ୍ତୁ ସେମାନଙ୍କ ପ୍ରକୃତି ତ ସରଳ । ସେମାନଙ୍କୁ କୂଟକପଟ ଜଣା ନଥିଲା । ଶ୍ରୀରାମଙ୍କ ପ୍ରତି ଭକ୍ତି ଭାବହିଁଥିଲା ସେମାନଙ୍କ ପ୍ରେରଣା । ସେହି ପ୍ରେରଣା ଦ୍ୱାରା...

Read More

ଅମ୍ବରୀଷ

ଅମ୍ବରୀଷ ଥିଲେ ଜଣେ ଧର୍ମାତ୍ମା ରାଜା । ସେ ଥିଲେ ବିଷ୍ଣୁଭକ୍ତ । ବିଷ୍ଣୁ ତାଙ୍କୁ ବର ଦେଇଥିଲେ କି ତାଙ୍କ ସୁଦର୍ଶନ ଚକ୍ର ସର୍ବଦା ତାଙ୍କୁ ରକ୍ଷା କରୁଥିବ । ଥରେ ସେ ବର୍ଷେକାଳ କଠୋର ନୀତି ନିୟମ ପାଳିସାରି ଶେଷ ତିନିଦିନ ଉପବାସ କଲେ । ଶେଷଦିନ ସେ ଉପବାସ ଭଙ୍ଗ କରିବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ସେଠାରେ ମୁନି ଦୁର୍ବାସା ଆସି ପହଁଚିଗଲେ । ଦୁର୍ବାସା କ୍ରୋଧୀ ବୋଲି କିଏ ବା ନ ଜାଣେ? ସେ କହିଲେ, “ରାଜା, ମୁଁ ସ୍ନାନ...

Read More

ସେନାପତି ନିର୍ବାଚନ

ରାଜା ସିଂହକେତୁ ମହାତଳ ଦେଶରେ ଶାସନ କରୁଥା’ନ୍ତି । ବୀରବର୍ମା ହେଉଛନ୍ତି ତା’ଙ୍କ ସେନାପତି । ସେ ସମୟରେ ସାହସ, ପରାକ୍ରମ ଓ ଯୁଦ୍ଧବିଦ୍ୟାରେ ତାଙ୍କର ସମକକ୍ଷ ଆଉ କେହିବି ନଥିଲେ । କିନ୍ତୁ କାଳକ୍ରମେ ବୃଦ୍ଧାବସ୍ଥା ପ୍ରାପ୍ତ ହେବାରୁ ସେ ତାଙ୍କ କର୍ମରୁ ଅବସର ଗ୍ରହଣ କରିବାକୁ ଚାହୁଁଥିଲେ । ଦିନେ ରାଜା ଓ ମନ୍ତ୍ରୀ ବସି କଥାବାର୍ତ୍ତା ହେଉଥା’ନ୍ତି; ଏହି ସୁଯୋଗ ଦେଖି ବୀରବର୍ମା ସେଠାରେ ପହଁଚି ନିଜର ଇଚ୍ଛା ନିବେଦନ କଲେ ।...

Read More

ରୂପଧରଙ୍କ ଯାତ୍ରା

(ଅନେକ ବାଧାବିଘ୍ନ ଅତିକ୍ରମ କରି ଓ ଅଧିକାଂଶ ନୌକା ଓ ଲୋକଙ୍କୁ ହରାଇବା ପରେ ସେ ସୁକେଶିନୀ ନାମକ ଦେବୀଙ୍କ ଦ୍ୱୀପରେ ଆସି ପହଁଚିଲେ; ସେ ନିଜ ଅନୁଚରମାନଙ୍କୁ ଦୁଇଦଳରେ ବିଭକ୍ତ କରି ମାୟାବୀ ନାମକ ଅନୁଚର ଓ ସେ ନିଜେ ଦୁଇ ଦଳର ଦଳପତି ହେଲେ । ଦୂରରୁ ଦେଖାଯାଉଥିବା ଏକ ଘର ବିଷୟରେ ବୁଝିବାକୁ ଅନିଚ୍ଛା ସତ୍ତ୍ୱେ ମାୟାବୀ ତାର ଦଳକୁ ନେଇ ଗଲା । ଏହି ଘର ଦେବୀ ସୁକେଶିନୀଙ୍କର ଥିଲା । ସେ ପ୍ରଥମେ ବହୁତ ଆଦର ଯତ୍ନ କଲେ । କିନ୍ତୁ...

Read More

ବାଃ ବାଃ କାଲିବାଇ!

ଓଡିଶା ପରି ରାଜସ୍ଥାନ ମଧ୍ୟ ଅପୂର୍ବ ବୀରତ୍ୱ ଗୁଣାବଳୀ ଯୋଗୁଁ ଖୁବ୍ ଜଣାଶୁଣା ସମସ୍ତଙ୍କ ପାଖରେ । ଡଙ୍ଗରପୁର ସହର ନିକଟ ଗାଁ ଟିଏ, ନାଁ ତାର ରାସ୍ତାପାଲ । ସେ ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଥାଏ । ଆଖପାଖ ଦୁଇ ତିନି ଖଣ୍ଡ ଗାଁର ପିଲାଏ ସେଠାରେ ପଢନ୍ତି । ସେ ଗାଁର ତଥା ସେ ପାଠଶାଳାର ପରିବେଶ ଅତ୍ୟନ୍ତ ଚମତ୍କାର । ସତେ ଯେମିତି ପବନ ମାଟି ମାଆର ଜୟଗାନ କରୁଛି । ସେ ଗାଁର ଦୁଇଜଣ ଶିକ୍ଷକ ସେହି ବିଦ୍ୟାଳୟରେ ଶିକ୍ଷାଦାନ...

Read More

ବୋକା ନା ବିବେକୀ?

ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ବି ହେଉଥାଏ । ଅଦୂରରୁ ଶ୍ୱାନ ଶ୍ୱାପଦଙ୍କ ରଡି ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଅଶରିରୀମାନଙ୍କ ମୁହଁ ଝଲସି ଉଠୁଥାଏ, ସେମାନଙ୍କର ଚପା, ରହସ୍ୟମୟ ଅଟ୍ଟହାସ୍ୟ ଶୁଭୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସି, ତାହା ଆରୋହଣ କରି ଶବଟିକୁ ଉତାରି...

Read More

କୂପମଣ୍ଡୁକ

କୃପାନନ୍ଦ ଗୁରୁକୂଳର ଆଚାର୍ଯ୍ୟ ଥିଲେ । ସେ ବର୍ଷର ଆଠମାସ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ ଓ ବାକି ସମୟତକ ଦେଶ ପର୍ଯ୍ୟଟନ କରି ଲୋକମାନଙ୍କୁ ଉପଦେଶ ଦେଉଥିଲେ ।                 ଥରେ ଗୋଟିଏ ଗାଁରେ ତାଙ୍କର ସଭାର ଆୟୋଜନ ହେଲା । ଧର୍ମ ଉପଦେଶ ଶୁଣିବାକୁ ଗ୍ରାମର ଆବାଳବୃଦ୍ଧବନିତା ସଭାରେ ଆସି ଯୋଗ ଦେଲେ ।                 କୃପାନନ୍ଦ ସଭା ଆରମ୍ଭରେ ଭଜନ କଲେ । ତା’ପରେ ସେ ରାମଳୀଳା କୀର୍ତ୍ତନ କଲେ । ସମସ୍ତେ...

Read More

ବତକ ଓ ତା’ର ସୁନା ଅଣ୍ଡା

                ବହୁତ ଦିନ ତଳେ ଜଣେ ଲୋକର ଗୋଟିଏ ବତକ ଥିଲା । ସେ ବତକଟି ସବୁଦିନ ଗୋଟିଏ ଲେଖାଏଁ ସୁନା ଅଣ୍ଡା ଦେଉଥିଲା । ସୁନା ଅଣ୍ଡାକୁ ବିକ୍ରିକରି ସେ ପରିବାର ଖୁବ୍ ଆରାମରେ ଚଳୁଥିଲେ ।                 ଦିନେ ସେ ଲୋକ ଭାବିଲା ଯେ, ଦିନକୁ ଗୋଟିଏ ଅଣ୍ଡା ପାଇଁ କାହିଁକି ଅନାଇ ବସିବି, ସେ ବତକର ପେଟ ଚିରି ସବୁତକ ଅଣ୍ଡା ଏକାଥରେ ବାହାର କରି ବିକି ଦେଲେ ମୋତେ ତ ବହୁତ ଟଙ୍କା ମିଳିଯିବ । ଏପରି ଭାବି ସେ ଲୋକଟି...

Read More

ଅନିଷ୍ଟ ଓ ଉପକାର

ବୁଲୁ ଓ କୁଲୁ ଦୁଇ ସାଙ୍ଗ । ବୁଲୁ ଭାରି ଭଦ୍ର ଓ ନମ୍ର । ସେ ଗୁରୁଜନଙ୍କ କଥା ମାନେ, ଭଲ ପାଠପଢେ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି । ନାଚଗୀତ, ଖେଳକୁଦ ଓ ବକ୍ତୃତା, ଚିତ୍ରାଙ୍କନରେ ସେ ସମସ୍ତଙ୍କଠାରୁ ବଳେଇ ଯାଏ ବୋଲି ବିଦ୍ୟାଳୟରେ ଗୁରୁଜୀଙ୍କର ବି ପ୍ରିୟପାତ୍ର ।        ମାତ୍ର ତା’ର ସାଥୀ କୁଲୁର ସ୍ୱଭାବ ଠିକ୍ ବିପରୀତ । ବିଦ୍ୟାଳୟ ବଦଳରେ ବହିପତ୍ର ଧରି ତା’ର ପାଠପଢା ନଈକୂଳରେ । ଘରେ କି ବିଦ୍ୟାଳୟରେ କେହି ତାକୁ...

Read More

ବୀର ହନୁମାନ

ବାଳୀ ଚକ୍ଷୁ ବନ୍ଦ କରି ପଡି ରହିଥିବାରୁ ସମସ୍ତେ ଭାବିଲେ ତାଙ୍କର ମୃତ୍ୟୁ ଘଟିଛି । ଟିକିଏ ପରେ ସେ ଚକ୍ଷୁ ଅର୍ଦ୍ଧ ନିମଳିତ କରି ଚାରିଦିଗକୁ ମଥାତୋଳି ଚାହିଁଲେ । ସେତେବେଳେ ତ ତାଙ୍କ ପାଖରେ ସୁଗ୍ରୀବ ଥିଲେ । ସେ ସୁଗ୍ରୀବଙ୍କୁ ଚାହିଁ କହିଲେ, “ମୁଁ ତୋତେ ରାଜ୍ୟରୁ ତଡି ଦେଇଥିଲି ଓ ତୋ ପତ୍ନୀକୁ ଛଡାଇ ନେଇଥିଲି; ହେଲେ ଏସବୁ ମୋର ଦୋଷ ନୁହେଁ ବରଂ ମୋ ଭାଗ୍ୟର ଦୋଷ । ସେହି ସମୟରେ ମୁଁ କ୍ରୋଧବଶରେ ମୁଁ ମୋର ବୁଦ୍ଧି ଓ...

Read More

ପରୀକନ୍ୟା

ଏକଦା ଜଣେ ଲୋକର ସ୍ତ୍ରୀ ମରିଯିବାପରେ ସେ ଦ୍ୱିତୀୟ ବିବାହ କଲା । ତାର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଖୁବ୍ ଗର୍ବୀ ତଥା ଅହଂକାରୀ ପ୍ରକୃତିର ଥିଲା । ସେ ସ୍ତ୍ରୀଲୋକଟିର ବି ତା’ ଆଗସ୍ୱାମୀର ଦୁଇଟି ଝିଅ ଥିଲେ ଏବଂ ସେମାନେ ତାଙ୍କ ମା ପ୍ରକୃତିର ଥିଲେ । ଏହି ବ୍ୟକ୍ତି ଜଣଙ୍କର ଆଗ ସ୍ତ୍ରୀର ଗୋଟିଏ ଛୋଟ ଝିଅ ମଧ୍ୟ ଥିଲା । ସେ ମଧ୍ୟ ତା ମା ପରି ଖୁବ୍ ସୁନ୍ଦର ଓ ଶାନ୍ତଶିଷ୍ଟ ସ୍ୱଭାବର ଥିଲା । କିଛି ଦିନପରେ ଏଇ ଛୋଟ ଝିଅଟିର...

Read More

ବୀର ହରିହର

ମହେନ୍ଦ୍ର ସିଂହ ଶଙ୍ଖେଶ୍ୱରର ଜଣେ ବଡ ଜମିଦାର ଥିଲେ । ତାଙ୍କ ପୈତୃକ ଜମିଦାରି ଶଙ୍ଖେଶ୍ୱରଠୁଁ କିଛି ଦୂରରେ ସେ ଆଉ ଖଣ୍ଡିଏ ଜମିଦାରି କିଣିଥିଲେ । ସେଠାକାର ପ୍ରଜାମାନେ ଠିକ୍ ସମୟରେ ଆସି କଚେରୀରେ କର ଦାଖଲ୍ ନ କରିବାରୁ ଜମିଦାରଙ୍କୁ ତାଙ୍କ ଗୁମାସ୍ତା କହିଲେ, “ସେମାନଙ୍କୁ ତାଗ୍ଦା ନ ଦେଲେ ସେମାନେ କର କଦାପି ବି ଦେବେ ନାହିଁ ।”                 ଏକଥା ଶୁଣି ଜମିଦାର ପଚାରିଲେ “ତେବେ କ’ଣ କରାଯିବ?”                ...

Read More

ସାପ ଓ ବେଙ୍ଗ

ଜଙ୍ଗଲରେ ଗୋଟାଏ ସାପ ବୁଢା ହୋଇଗଲା । ତେଣୁ ସେ ଆଉ ଶିକାର କରି ଜିବଜନ୍ତୁ ଧରି ପାରିଲା ନାହିଁ । ଶେଷରେ ସେ ବୁଢା ସାପ ଖାଇବା ପାଇଁ ଗୋଟିଏ ଉପାୟ ବାଛିଲା ।                 ପାଖ ପୋଖରୀରେ ତ ବହୁତ ବେଙ୍ଗ ରହୁଥିଲେ । ତେଣୁ ସେ ବୁଢାସାପ ସେ ପୋଖରୀ ପାଖରେ ପଡିରହିଲା । ଏହା ଦେଖି ବେଙ୍ଗ ମାନଙ୍କ ରଜା ସେ ସାପକୁ ଏଠି ପଡି ରହିବାର କାରଣ ପଚାରିଲା । ବେଙ୍ଗ ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ସାପ କହିଲା ଯେ ତାର...

Read More

ଚୁଲ୍ଲପଦୁମ ଜାତକ

ଏକ ସମୟରେ ବୋଧିସତ୍ୱ ରାଜା ବ୍ରହ୍ମଦତଙ୍କର ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ନାମ ଥିଲା ପଦ୍ମକୁମାର । ତାଙ୍କ ପରେ ଏକାଦିକ୍ରମେ ତାଙ୍କର ଛଅଟି ଭାଇ ଜନ୍ମଗ୍ରହଣ କରିଥିଲେ । ସାତଭାଇଯାକ ସମୟକ୍ରମେ ଯୌବନରେ ଉପନୀତ ହୋଇ ବିବାହ କଲେ ଓ ପିତାଙ୍କ ସହିତ ରାଜପୁରରେ ବାସକରିବାକୁ ଲାଗିଲେ ।        ଦିନେ ରାଜା ଦେଖିଲେ ଯେ, ରାଜପୁତ୍ରମାନେ ଏକସଙ୍ଗରେ ବହୁ ଅନୁଚରଙ୍କ ସହିତ ତାଙ୍କ...

Read More

ଏହା ଯେ ଦୁଇଟି ଗଧର

ରାଜା କୃଷ୍ଣ ଚନ୍ଦ୍ର ସ୍ୱାସ୍ଥ୍ୟକୁ ସବଳ ରଖିବା ପାଇଁ ପ୍ରତି ଦିନ ପ୍ରାତଃ ଭ୍ରମଣରେ ଶଯ୍ୟା ତ୍ୟାଗ କରି ବାହାରି ଯାଆନ୍ତି । କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ କେଉଁ ଦିନ ଏକା ଏକା ଚାଲି ଯାଆନ୍ତି । କିଛି ସମୟ ପରେ ଫେରି ଆସି ବଡ କ୍ଳାନ୍ତ ବୋଧ କରି ଥକ୍କା ହୋଇ ବସି ଯାଆନ୍ତି   । ରାଜାଙ୍କର ଏପରି ଘଟଣା ଦେଖି ଗୋପାଳ ପ୍ରତି ଦିନ ଥଟ୍ଟା, ବିଦ୍ରୁପ କରେ । ଗୋପାଳକୁ ଜବତ କରିବା ପାଇଁ ଦିନେ ରାଜା କହିଲେ – ଗୋପାଳ...

Read More

ଭାଗ୍ୟରେ ଥିଲେ

କଥାରେ ଅଛି ଭାଗ୍ୟରେ ଥିଲେ ମଣିଷ ଜୀବନର ଗତିପଥ ବଦଳିଯାଏ । ସେ ଯାହା ଖୋଜୁଥାଏ ତାହା ତାକୁ ମିଳିଯାଏ । ସଂକ୍ଷେପରେ କହିଲେ ଭଗବାନ ଯେତେବେଳେ ଦିଅନ୍ତି ଛପରଫାଡି ଦିଅନ୍ତି । ସବୁପ୍ରକାର ସୁଖସୁବିଧା ଆପେ ଆପେ ହାତରେ ଧରାଦିଏ । ଭାଗ୍ୟରେ ନଥିଲେ ମଣିଷ ଭିକାରୀ ମଧ୍ୟ ହୋଇଯାଏ, ଏକଥାକୁ ଭାଗ୍ୟବାଦୀମାନେ ବିଶ୍ୱାସ କରନ୍ତି । ମାତ୍ର ଯେଉଁମାନେ ପ୍ରକୃତ କର୍ମବୀର ସେମାନେ କର୍ମକୁ ହିଁ ବିଶ୍ୱାସ କରନ୍ତି, କିନ୍ତୁ ଅଳସୁଆ ଦୁଃଖପାଏ ।...

Read More

ସଭିଏଁ ନୁହଁନ୍ତି ମଣିଷ

ମାଆଙ୍କର ଏକ ସୁନ୍ଦର ମନ୍ଦିର । ତାହା ଭକ୍ତି ଓ ବିଶ୍ୱାସର ପ୍ରତୀକ । ପ୍ରତିଦିନ ସେଠାରେ ବହୁ ଲୋକଙ୍କ ଭିଡ ଲାଗି ରହିଥାଏ, କେବଳ ମା’ଙ୍କ ଦର୍ଶନ ପାଇଁ । ମନ୍ଦିର ବାହାରେ ଭିକାରୀମାନଙ୍କର ବି ଭିଡ, ଭିକ ଗଣ୍ଡାକ ପାଇବା ପାଇଁ । ମନ୍ଦିରକୁ ପ୍ରତିଦିନ ଯାଉଥିବା ଭକ୍ତମାନଙ୍କୁ ଭିକ ପାଇଁ ହାତ ପତାଉଥାନ୍ତି ସେହି ଭିକାରୀମାନେ । କିନ୍ତୁ ଏ କ’ଣ ଏଠାରେ ବି ବ୍ୟତିକ୍ରମ, ଜଣେ ଭିକାରୀ, ମନ୍ଦିରକୁ ଯାଉଥିବା ସମସ୍ତ ମଣିଷମାନଙ୍କୁ...

Read More

ପ୍ରେମ ଜ୍ୟୋତି

ପୋତନମ ନଗରୀର ଶାସକ ରାଜା ସୋମଚନ୍ଦ୍ର ଥିଲେ । ତାଙ୍କ ସ୍ତ୍ରୀ ଧାରିଣୀ ଅତ୍ୟନ୍ତ ପତିବ୍ରତା ଥିଲେ । ସେମାନଙ୍କର ପୁଅଟିଏ ଥାଏ । ତା’ର ନାମ ପ୍ରସନ୍ନଚନ୍ଦ୍ର ।                 ଦିନେ ରାଣୀ ରାଜାଙ୍କର କେଶଗୁଚ୍ଛ ସଜାଡି ଦେଉଥିଲେ । ସେ ଦେଖିଲେ ତାଙ୍କ ସ୍ୱାମୀ ତଥା ରାଜାଙ୍କର କେତୋଟି କେଶ ଧଳା ହୋଇ ଯାଇଛି । ରାଣୀ ରାଜାଙ୍କୁ ପରିହାସରେ କିଛି କଥା କହିଲେ; କିନ୍ତୁ ରାଜା କହିଲେ, “ଦେଖ, ଏହା ମୋର ବାର୍ଦ୍ଧକ୍ୟର ସୂଚନା ଦେଉଛି...

Read More

ଚିକିତ୍ସା ରହସ୍ୟ

ପ୍ରାୟ ପଚାଶ ବର୍ଷ ତଳର ଗୋଟିଏ କଥା । ମଙ୍ଗଳପୁର ଗାଁରେ ଜଣେ ଜମିଦାର ଥିଲେ । ତାଙ୍କ ନାମ ବିଷ୍ଣୁ ଗୁପ୍ତ ଥିଲା । ତାଙ୍କ ଜମିଦାରି ସେପରି ବିଶେଷ ବଡ ନଥିଲା, ତେବେ ଜମିଦାରି ସାଙ୍ଗକୁ ତାଙ୍କର କିଛି ବ୍ୟବସାୟ ମଧ୍ୟ ଥିଲା ।                 ମଙ୍ଗଳପୁର ଗାଁରେ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ବିଷ୍ଣୁ ଗୁପ୍ତଙ୍କର ଦେହ ପା ଖରାପ ହେଲେ ସେ ଦେଖୁଥିଲେ । ବୈଦ୍ୟଙ୍କର ପରଲୋକ ହୋଇଯିବାରୁ ବିଷ୍ଣୁ ଗୁପ୍ତ ବହୁତ ଦୁଃଖିତ ହେଲେ ।...

Read More

ପାଗଳ ପ୍ରେମୀ

ଇଣ୍ଡିଆ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ ବିବାହ କରିବ । ରାଜ କୁମାରୀ ଛଇଳାଙ୍କର ଏହି ଘୋଷଣା ସବୁ...

Read More

ଦାନୀ

ବିଶାଳଦତ ତ୍ରିଲିଙ୍ଗ ଦେଶର ରାଜା ଥିଲେ, ସେ ଜଣେ ଦାନୀରାଜା ଥିଲେ । ତାଙ୍କ ମନ୍ତ୍ରୀ ଚାହୁଁ ନ ଥିଲେ ଯେ ରାଜା ରାଜ୍ୟର ଅର୍ଥସଂପଦକୁ ଦାନ କରି ଖର୍ଚ୍ଚ କରିଦିଅନ୍ତୁ । ତେଣୁ ସେ ସୁବିଧା ଦେଖି ରାଜାଙ୍କୁ ବୁଝାଇ ଦେବାକୁ ଚାହିଁଲେ ।                 ଦିନେ ଜଣେ ସ୍ତ୍ରୀଲୋକ ରାଜସଭାକୁ ଆସି ବିଳାପ କରିକରି କହିଲା, “ମହାରାଜ, ମୋ ସ୍ୱାମୀ ବହୁଦିନରୁ ମୃତ । ମୋର ଏକମାତ୍ର ପୁତ୍ରର ଦେହ ଖରାପ । ଯଦି କିଛି ସାହାଯ୍ୟ ଦେଇ...

Read More

ଭାଗ୍ୟକୁ ବିଶ୍ୱାସ

                ଭାଗ୍ୟପୁରୀ ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ସୋମିଳକ ନାମରେ ଜଣେ ତନ୍ତ୍ରୀ ବାସ କରୁଥିଲେ । ବିଚରା ଖୁବ୍ ଦରିଦ୍ର ଥିଲା । ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ସେ ଲୁଗା ବୁଣେ । ଏଥିରୁ ଯାହା ପାରିଶ୍ରମିକ ପାଏ ସେହିଥିରେ ହିଁ ସୁଖ ଦୁଃଖରେ ପରିବାର ପ୍ରତିପୋଷଣ କରେ । କିନ୍ତୁ ସେ ଯେତିକି ପରିଶ୍ରମ କରେ ସେତିକି ପରିଶ୍ରମେରେ ତାର ସାଙ୍ଗମାନେ ଅଧିକ ପରିମାଣରେ ରୋଜଗାର କରିବା ଦେଖି ଦିନେ ତା’...

Read More

ଗୋପନୀୟ କାରଣ

ସଜଳପୁର ଗାଁରେ ସମସ୍ତେ କହୁଥାନ୍ତି, “ନାରାୟଣ ଯେତିକି ସତ୍, ସେତିକି ସେ ସାହସୀ ମଧ୍ୟ । ସେ କେବେବି କାହାକୁ ଖୋସାମଦ କରେ ନାହିଁ । କାହାରି ପାଖକୁ ସେ କେବେବି ସାହାଯ୍ୟ ପାଇଁ ଯାଏ ନାହିଁ, କିନ୍ତୁ ସର୍ବଦା ଅନ୍ୟକୁ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଥାଏ ।”                 ଏଭଳି ମନ୍ତବ୍ୟ ଶୁଣିଲେ ଖାଲି ଜଣେ ଲୋକର ଗାତ୍ର ଦାହ ହେଉଥାଏ । ସେ ହେଲେ ଗାଁର ସବୁଠାରୁ ଧନବାନ ବ୍ୟକ୍ତି ମହେନ୍ଦ୍ରବାବୁ । ସେ କହୁଥାନ୍ତି...

Read More

ଛୋଟ କାମ କରୁ କରୁ ବଡମଣିଷ ହେଲେ

ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି ।                 ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା କାର୍ଯ୍ୟ ସେଠାରେ ଆରମ୍ଭ କରିଦେଲେ । ତାଙ୍କର ସାଙ୍ଗମାନେ ସେଠାରେ...

Read More

ବଦାନ୍ୟ ଜମିଦାର

ପ୍ରାୟ ଶହେ ବର୍ଷ ତଳର କଥା । ପୁରୀରେ ସେତେବେଳେ ଅନେକ ଜ୍ୟୋତିଷ ଥିଲେ । ତହିଁ ଭିତରୁ ଜଣେ ହେଲେ ପଣ୍ଡିତ ହରି ମିଶ୍ର । ସେ ହାତ ଦେଖି ଓ ଜାତକ ପଢି ଜୀବିକା ଅର୍ଜନ କରୁଥିଲେ । ତେବେ ସେ ପୁରୀରେ ବସି ନ ରହି ଦୂର ଦୂର ଗାଁ ଗଣ୍ଡା ବୁଲି ଆୟ କରୁଥିଲେ ।                 ଥରେ ସେ ସୁମନ୍ତଗଡ ଗ୍ରାମରେ ଯାଇ ପହଁଚିଲେ । ସେହି ଗ୍ରାମଟିରେ ତ ଅନେକ ଥିଲାବାଲା ଲୋକ ଥିଲେ । ପଣ୍ଡିତେ ଯାଇ ମନ୍ଦିରସଂଲଗ୍ନ ଗୋଟିଏ ଘରେ ରହିଲେ ।...

Read More

ଗଧ ଉପରେ ସିଂହ ଚମଡା

ଦିନେ ଗୋଟିଏ ଗଧ ନିଜର ପିଠି ଉପରେ ସିଂହର ଚମଡା ପକାଇ ବୁଲି ବାହାରିଲା, ଏହାପରେ ତାକୁ ବାଟରେ ଯିଏ ବି ଦେଖିଲା, ସିଂହ ଆସୁଛି ଭାବି ଭୟରେ ଦଉଡି ପଳାଇଲା । ଏହା ଦେଖି ସେ ଗଧ ଲୋକଙ୍କୁ ଆହୁରି ଡରାଇବା ଲାଗି ସେମାନଙ୍କ ପଛରେ ଗୋଡାଇବାକୁ ଆରମ୍ଭ କଲା । ସେ ଗଧ ଦଉଡିଲା ବେଳେ ହଠାତ୍ ତା’ ପିଠିରୁ ସିଂହର ଚମଡାଟି ଖସି ପଡିଲା । ଯେମିତି ସିଂହ ଚମଡାଟି ଖସିପଡିଛି ଲୋକମାନେ ସେ ଗଧକୁ ଚିହ୍ନି ପାରିଲେ ଏବଂ ତାକୁ ବହୁତ ବାଡେଇଲେ ।...

Read More

କଥାରେ କଥାରେ

ରାଜା କୀର୍ତ୍ତି ବର୍ମାଙ୍କର ବିଶାଳ ଦେଶରେ ଶାସନ ଥିଲା । ତାଙ୍କ ଶାସନ ଯୋଗୁଁ ତାଙ୍କ ରାଜ୍ୟ ସମୃଦ୍ଧିଶାଳୀ ଥିଲା ଓ ସେଠାକାର ପ୍ରଜାମାନେ ଅତ୍ୟନ୍ତ ଶାନ୍ତି ତଥା ଆନନ୍ଦରେ ରହୁଥିଲେ । ପଡୋଶୀ ରାଜ୍ୟର ବିଦୁଷକ ଥରେ ସେ ରାଜାଙ୍କ ସହିତ ଆସି କଥା କହୁ କହୁ କହିଲେ, “ଆପଣଙ୍କ ରାଜ୍ୟରେ ଶାନ୍ତି, ଆନନ୍ଦ, ବିଭବ ସବୁ ବିରାଜମାନ କରୁଛି । ହେଲେ ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ମୂର୍ଖଙ୍କ ସଂଖ୍ୟା ମଧ୍ୟ ଶହେ ବାର ।”       ଏହା ଶୁଣି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ