ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Tag - odia kahani

ଆୟ ଦେଖି ବ୍ୟୟ କର

         ବାପାମାଆ ଛେଉଣ୍ଡ ପିଲାଟିଏ ତା’ର ଅଜାଘରେ ରହି ପାଠ ପଢୁଥାଏ । ଅଜା ଥିଲେ ଜଣେ ପେନସନ୍ ଭୋଗୀ କର୍ମଚାରୀ । ଖୁବ୍ କମ୍ ପେନସନ୍ ପାଉଥାନ୍ତି ସେ, ଯେଉଁଥିରେ ତାଙ୍କର ଘରଖର୍ଚ୍ଚ ଚଳିବା କଷ୍ଟ । ତଥାପି ନାତି ନବଘନକୁ ପାଖରେ ରଖି ପାଠପଢାଇବାକୁ ପରମ କର୍ତବ୍ୟବୋଲି ଧରି ନେଇଛନ୍ତି ଅଜା ।        ଦିନକର କଥା, ନବଘନ ସ୍କୁଲରୁ ମୁହଁ ଶୁଖାଇ ଫେରୁଥାଏ । ଆଈ ତାକୁ...

Read More

ଯେସାକୁ ତେସା

       ଏକଦା ଜଣେ ଦରିଦ୍ର ବ୍ୟକ୍ତି ନିଜର ଅଧ୍ୟବସାୟ ବଳରେ ବଡ ଶିଳ୍ପପତି ହୋଇଗଲେ । ମାତ୍ର ତାଙ୍କ ମନରେ ଆଦୌ ସୁଖ ନ ଥିଲା । ଏହାର ପ୍ରଧାନ କାରଣ ଥିଲା ତାଙ୍କର ଏକମାତ୍ର ପୁଅ ଧନଗର୍ବରେ ମତ ହୋଇ ସମସ୍ତଙ୍କୁ ଖରାପ ବ୍ୟବହାର ଦେଖାଉଥିଲା । ତାକୁ ଯେତେ ପ୍ରକାର ଶିକ୍ଷା ଦେଲେ ମଧ୍ୟ ସେ ବଦଳିଲା ନାହିଁ ।        ଦିନେ ଶିଳ୍ପପତି ପୁଅର ଏଭଳି ଦୁରାବସ୍ଥା ଜଣେ...

Read More

ଅମାନିଆ ଛୁଆ

       ଅଗନାଅଗନି ବନସ୍ତ । ସେଇଠି ଥାଆନ୍ତି ଅନେକ ଜୀବଜନ୍ତୁ । ସେମାନଙ୍କ ଭିତରେ ହରିଣୀଟିଏ ତା’ର ଏକମାତ୍ର ଛୁଆକୁ ନେଇ ରହୁଥାଏ ।        ଦିନକର କଥା ହରିଣୀର ଛୁଆ ତା’ ମାଆ ପାଖରେ ଅଳି କଲା ବାହାରକୁ ଯାଇ ଟିକିଏ ବୁଲି ଆସିବ ବୋଲି । ହେଲେ ମାଆ ତାକୁ ବାରଣ କରି କହିଲା, “ଜଙ୍ଗଲଟା ସାରା ହିଂସ୍ରଜନ୍ତୁରେ ଭରପୂର । ତୋତେ ସେମାନେ ଖାଇ ଦେବାକୁ ମୁହୂର୍ତେ ବି...

Read More

କର୍ତବ୍ୟପାଳନ ସମୟଠାରୁ ବି ବଡ

       ଗୋଟିଏ ଦେଶରେ ଜଣେ ରାଜା ଥିଲେ । ତାଙ୍କର ଦୁଇଟି ରାଣୀ, ଏବଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ପୁତ୍ରର ଜନନୀ । ବଡରାଣୀଙ୍କ ପୁଅର ନାମ ‘ସୂର୍ଯ୍ୟ’ ଏବଂ ସାନରାଣୀର ପୁତ୍ର ‘ଚନ୍ଦ୍ର’ । ଉଭୟଙ୍କର ବୟସ ତାରତମ୍ୟ ବହୁତ କମ୍ ।        ଦୁଇ ପୁଅଙ୍କର ବିଦ୍ୟାଶିକ୍ଷା ବୟସ ଉପଗତ ହେବାରୁ ରାଜା ତାଙ୍କୁ ଗୁରୁକୁଳ ଆଶ୍ରମରେ ଛାଡିଦେଲେ । ଆଶ୍ରମରେ ସବୁ ଶିଷ୍ୟଙ୍କୁ ପଛରେ...

Read More

ଗୋଟିଏ ହାତରେ ତାଳି ବାଜେନା

   ଗାଁ ସେଶ ମୁଣ୍ଡରେ ଗୋଟିଏ ବୃଦ୍ଧା ରହୁଥାଏ। ତା’ର ଆଗକୁ କି ପଛକୁ କେହି ନଥାନ୍ତି । ଏକା ଏକା କୁଡିଆ ଘରଟିରେ ବୁଢୀ କ’ଣ ଖାଏ, କିପରି ରହେ କେହି ଜାଣନ୍ତି ନାହିଁ । କାରଣ ବୁଢୀଟି ଅତ୍ୟନ୍ତ କଳିହୁଡି । ସେ ଶେଯରୁ ଉଠିଲାଠୁ ଶୋଇବା ଯାଏଁ କାହା ସାଥୀରେ ନା କାହା ସାଥୀରେ କଳି କରିବ ହିଁ କରିବ । କଂଟାବାଡକୁ ଲୁଗାଛାଟି କଳିକଲା ଭଳି ତା’ର କାମ । ଦିନେ କଳି ନ କଲେ...

Read More

ଚୋରି ଆଉ ମିଛ

       ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା ।        ଶେଷରେ ମହିଳା ଜଣକ ସ୍ଥିରକଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ...

Read More

ମୃତ୍ୟୁକୁ ଭୟ କାହିଁକି?

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ପ୍ରଜାବସିଳ ଥିଲେ । ସୁତରାଂ ପ୍ରଜାମାନେ ବି ତାଙ୍କୁ ଦେବତା ଭଳି ପୂଜା କରୁଥିଲେ । ରାଜ୍ୟରେ ଚୋରି, ଡକାୟତି, ହିଂସା ଆଦି କିଛି ନଥିଲା ।        ହେଲେ ରାଜାଙ୍କ ମନରେ ଭାରି ଦୁଃଖଥିଲା । କାରଣ ସେ ମୃତ୍ୟୁକୁ ଭାରି ଡରୁଥିଲେ । ରାଜା ପ୍ରତି ମୁହୂର୍ତରେ ଭାବୁଥିଲେ ଯେ ମୃତ୍ୟୁ ଆସି ପହଂଚିଯିବ । ସେଥିପାଇଁ ସେ ଭୟରେ...

Read More

ଗର୍ବ କଲେ ଖର୍ବ ହୁଏ

       ଦୁଇବନ୍ଧୁ ଏକ ମରୁଭୂମିରେ ଯାଉଥାନ୍ତି । ଏମାନଙ୍କ ଭିତରେ ମରୁଭୂମିରେ ଯିବା ଆସିବା କରିବାରେ ଜଣେ ପୁରୁଣା ଓ ଜଣେ ନୂଆ ଥିଲେ ।        ସେମାନେ ବାଟରେ ଯାଉ ଯାଉ ନୂଆ ବନ୍ଧୁଟିକୁ ଶୋଷ ଲାଗିଲା । ମରୁଭୂମିରେ ଯାତ୍ରା, ଜଳ କେଉଁଠୁ ଅବା ମିଳିବ? ସୁତରାଂ ପୁରୁଣା ବନ୍ଧୁ ଜଣକ ଉପାୟଶୂନ୍ୟ ହୋଇଗଲା । କାରଣ ସିଏ ବି ସାଥୀରେ ପାଣି ନେବାକୁ ଭୁଲିଯାଇଥିଲେ । ମାତ୍ର...

Read More

ଅବୁଝା ରାଜା

       ଏକଦା ବିଜୟନଗରରେ ମୂଷାର ପ୍ରାଦୁର୍ଭାବ ବଢିଚାଲିଲା । ସେମାନେ କଟାକଟି କରି ଖାଦ୍ୟଶସ୍ୟ ଖାଇ ଯାହା କ୍ଷତି କଲେ, ହେଲେ ସବୁଠାରୁ ବଳିଗଲା ପ୍ଲେଗ୍ ରୋଗ ବ୍ୟାପିବା ଆଶଙ୍କା ଯାହାର ମୂଳ କାରଣ ମୂଷାମାନେ ଥିଲେ ।        ଏବେ ପ୍ରଜାମାନେ ଅଭିଯୋଗ ବାଢିଲେ ରାଜାଙ୍କ ପାଖରେ ମୂଷାବଂଶ ନିପାତ କରିବା ପାଇଁ । ଅବୁଝା ରାଜାବି ଏହାକୁ ସ୍ୱୀକାର କରିନେଲେ ।       ...

Read More

ମିଛୁଆ, ଖଚୁଆ, ଚୁଗୁଲିଆ

       ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ ।        କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ...

Read More

ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ

     ରାଜାଙ୍କ ଘରେ ନୀଳ ରଙ୍ଗର ପିଆଲାଟିଏ ଥିଲା । ଏହା ଅତି ସୁନ୍ଦର ଦେଖାଯାଉଥିଲା । ସୁତରାଂ ରାଜା ତାକୁ କେବଳ ଅତିଥିମାନଙ୍କୁ ଦେଖାଇବା ପାଇଁ ରଖିଥିଲେ । ଏହା ରାଜାଙ୍କର ସତେଯେମିତି ଅମୂଲ୍ୟ ସମ୍ପତି ଭାବରେ ଗଣା ଯାଉଥିଲା । ଏହାକୁ ଜଗିବା ପାଇଁ ସିପାହୀ ନିଯୁକ୍ତ ହୋଇଥିଲାବେଳେ ରାଜକର୍ମଚାରୀମାନେ ଯତ୍ନ ନେବାରେ ବି ହେଳା କରୁନଥାନ୍ତି ।        ଥରେ ରାଜା...

Read More

ଲାଉର ତୀର୍ଥ ଦର୍ଶନ

     ଜଣେ ଶେଠ୍ ତାଙ୍କର ଜୀବନ କାଳ ଭିତରେ ନାନା କୁକର୍ମ କରି ଅନେକ ଧନଠୁଳ କରିଥିଲେ । ମାତ୍ର ତାଙ୍କର ଶେଷ ଜୀବନରେ ସେ ତୀର୍ଥ ଭ୍ରମଣ କରି ପୁଣ୍ୟ ଅର୍ଜନ କରିବା ଲାଗି ଇଚ୍ଛା କଲେ । ଧର୍ମ ବିଶ୍ୱାସ ଅନୁସାରେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି କରି ତୀର୍ଥଯାତ୍ରାରେ ଯିବାକୁ ଶେଠ୍ ଚାହିଁଲେ । ସ୍ୱର୍ଗପ୍ରାପ୍ତି ହେବା କଥା ଶେଠ୍ ଶୁଣିଲେ । ତେଣୁ ସ୍ତ୍ରୀକୁ ସାଥୀରେ ନେବା...

Read More

ବୁଦ୍ଧିର ବଳ

       ଗୋଟିଏ ଜଙ୍ଗଲରେ ଗଛ ଡାଳରେ କପୋତଟିଏ ବସା ବାନ୍ଧି ରହିଥାଏ । ଥରେ ସେ ବସାରେ କେତୋଟି ଅଣ୍ଡା ଦେଲା । ମାଆ କପୋତ ମନରେ ଆନନ୍ଦ କହିଲେ ନସରେ । ଅଣ୍ଡାରୁ ଛୁଆ ବାହାରିବେ, ସେମାନଙ୍କର ଲାଳନ ପାଳନ କରି ବାତ୍ସଲ୍ୟ ମମତା ବାଂଟିଦେବ ଆଦି ଭାବନା ମନରେ ନେଇ ଖୁସି ହେଉଥାଏ ସେ ।        ହେଲେ ଦିନେ ମାଆ କପୋତର ସମସ୍ତ ଆଶା ମଉଳିଗଲା । ସେହି ଜଙ୍ଗଲରେ ରହୁଥିବା...

Read More

ଅନିଷ୍ଟ ଓ ଉପକାର

ବୁଲୁ ଓ କୁଲୁ ଦୁଇ ସାଙ୍ଗ । ବୁଲୁ ଭାରି ଭଦ୍ର ଓ ନମ୍ର । ସେ ଗୁରୁଜନଙ୍କ କଥା ମାନେ, ଭଲ ପାଠପଢେ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି । ନାଚଗୀତ, ଖେଳକୁଦ ଓ ବକ୍ତୃତା, ଚିତ୍ରାଙ୍କନରେ ସେ ସମସ୍ତଙ୍କଠାରୁ ବଳେଇ ଯାଏ ବୋଲି ବିଦ୍ୟାଳୟରେ ଗୁରୁଜୀଙ୍କର ବି ପ୍ରିୟପାତ୍ର ।        ମାତ୍ର ତା’ର ସାଥୀ କୁଲୁର ସ୍ୱଭାବ ଠିକ୍ ବିପରୀତ । ବିଦ୍ୟାଳୟ ବଦଳରେ ବହିପତ୍ର ଧରି ତା’ର...

Read More

ଅତିଲୋଭ ମୃତ୍ୟୁର କାରଣ

       ଥରେ ଓଧଟିଏ ପାଣିରେ ବୁଡି ବୁଡି ମାଛ ଖାଉଥିଲା । କିଆବୁଦାମୂଳରେ ଥିବା ବଣଭୁଆଟିଏ ଏହା ଦେଖିଲା । ତା’ର ବି ମାଛ ଖାଇବାକୁ ପାଟିରୁ ଲାଳ ଗଡିଲା । ହେଲେ ସେ ଖାଇବ କେମିତି । ତାକୁ ତ ପାଣିରେ ଭଲ ବୁଡିଆସେନି । ଏପରି କଲେ ମରିଯିବା ସାରହେବ ସିନା ।        ବଣଭୁଆଟି ଯେମିତି ଚତୁର ସେମିତି ଠକ ବି ଥିଲା । ସେ ଏକ ଉପାୟ ପାଂଚିଲା କେମିତି ହେଲେ ଓଧ ହାତରୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ