ଶୁଆ କହିଲା – କ’ଣ କହିବା ଆଉ, ତମ ନାରୀମାନଙ୍କର ମୁହଁରେ ଫୁଟାଣି ବହୁତ, କେତେ ବେଳେ ତମେ ମାନେ ପୁରଷମାନଙ୍କ ପାଖରେ ମଥାକୁ ନୁଆଁଇ ଦିଅ ଏକଥା କ’ଣ ତମେ ଜାଣନା ତମେ ସବୁ ବେଇମାନ୍ ଜାତୀୟ ପ୍ରାଣୀ, ମୁଖ ଇସ୍ପାତ୍, ଆଉ ସବୁ ସତ ପାଠ, ପୁରୁଷ ମାନଙ୍କୁ ଛାଡି କୋଉ ଯୁଗରେ ନାରୀମାନେ ରହିପାରିଛନ୍ତି କହିଲ । ଲକ୍ଷ୍ମୀ, ସରସ୍ୱତୀ, ରାଧା, ସୀତା, ସତୀ ତୁଳସୀ ଏମିତି କେତେ ନାରୀ ଥିଲେ, ସେମାନେ କେବେ ଦିନେ ପୁରୁଷମାନଙ୍କୁ ଅମାନ୍ୟ କରିଥିଲେ । ଏ ଯୁଗରେ ତୁମେମାନେ ଗୁଡାଏ ସତୀ ବାହାରିଛନା, ଖାଲି ନାରୀ ବଡ ନାରୀ ବଡ ବୋଲି ରଣହୁଙ୍କାର ମାରୁଛ । ଯାହା କଲେ ବି ଶାରୀ ତମ ନାରୀ ଜାତି ପୁରୁଷର ପାଦ ତଳେ । ତମର ନାରୀ ଜନ୍ମ ନା ପର ଘରର ଚୁଲି ପାଖକୁ, ନାଁ କ’ଣ? ମୁଁ ମିଛ କହିଲି ଶାରୀ ।
ଶାରୀ କହିଲା ମୁଁ ତ ସେହି କଥା କହୁଛି, ପୁରାଣ ଯୁଗରୁ କଳି ଯୁଗ ଯାଏଁ, ସବୁ ପୁରୁଷ ନାରୀମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଶୁଆ କହିଲା – ଆଉ ସେମିତିକା କଥା ଗୁଡାକ କହନା ଶାରୀ, ଶୁଣ ମୁଁ ଆଜି ଗୋଟେ ସତ କଥା କହୁଛି ଶୁଣ । ଏ କଥା କହି ଶାରୀ କହିଲା –