ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ

ସନ୍ଥ ରାମତୀର୍ଥ ପିଉଥିଲେ କ୍ଷୀର ଦୋକାନରୁ ପାଠ ପଢିଲା ବେଳେ

    ମାସକର ଟଙ୍କା ବାକି ରହିଗଲା ପଢାଶେଷେ ଯେବେ ଚାକିରି କଲେ ।

    ଦରମାଟଙ୍କାରୁ ପଠାଇ ଚାଲିଲେ ମାସପରେ ମାସ ଛ’ମାସ ଯାଏଁ

    ଏହାର ରହସ୍ୟ ବୁଝି ନପାରି ସେ ଦୋକାନୀ ଲାହୋର ସହର ଧାଏଁ ।

    ପଚାରିଲା ବାବୁ ଏତେ କାହିଁ ଦେଲେ ବାକିଥିଲା ମାସକର ପଇସା ।

    କ୍ଷୀର ପିଇ ସ୍ୱାସ୍ଥ୍ୟବାନ ହେଲି ଯେଣୁ ଚିରଋଣୀ ତୁମଠାରେ ମଉସା ।

                ଏହା ସନ୍ଥ ସ୍ୱାମୀ ରାମତୀର୍ଥଙ୍କର ପିଲାଦିନେ ପାଠପଢିବା ବେଳର ଘଟଣା । ଛାତ୍ରଜୀବନରେ ତାଙ୍କର ନାମ ଥିଲା ତୀର୍ଥରାମ । ସେ ପିଲାଦିନେ କ୍ଷୀର ପିଇବାକୁ ଭାରି ଭଲ ପାଉଥିଲେ । ସୁତରାଂ ପାଠପଢିବା ବେଳେ ଏକ ଗୁଡିଆ ଦୋକାନରୁ ସେ ପ୍ରତିଦିନ କ୍ଷୀର ପିଉଥିଲେ । ପଇସା ଅଭାବରୁ ବେଳେ ବେଳେ ସେ ଦୋକାନୀର ପଇସା ବାକି ରହିଯାଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ