ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରେଷ୍ଠ ଭକ୍ତ ପ୍ରହଲାଦ

ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ହରି ଚେତନାରୁ ବିରତ କରିବା ଲାଗି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ତଥା ଅମର୍କଙ୍କ ଆଶ୍ରମକୁ ଶିକ୍ଷାଦୀକ୍ଷା ନିମିତ ପଠାଇଲେ । ଦୁଇ ଆଚାର୍ଯ୍ୟଙ୍କୁ କଠୋର ନିର୍ଦେଶ ଥିଲା ପ୍ରହ୍ଲାଦଙ୍କୁ ଦୈତ୍ୟୋଚିତ ଶିକ୍ଷାଦେବା । ଆଚାର୍ଯ୍ୟ ଯାହା କିଛି ଶିକ୍ଷା ଦେଉଥିଲେ ପ୍ରହ୍ଲାଦ ତାହା ଗ୍ରହଣ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ମନ ଲାଗୁନଥିଲା । ଆଚାର୍ଯ୍ୟ ଦ୍ୱୟ ଅନ୍ୟତ୍ର କାର୍ଯ୍ୟ ବ୍ୟସ୍ତ ଥିଲାବେଳେ ପ୍ରହ୍ଲାଦ ସହପାଠୀ ଦୁଇ ବାଳକଙ୍କୁ ଏକତ୍ର କରି ସେମାନଙ୍କୁ ସଂଯମ, ସଦାଚାର, ଜୀବେଦୟାର ମହତ୍ୱ, ହରିଭଜନ ସମ୍ପର୍କରେ ବୁଝାଉଥିଲେ । ଦିନେ ବାଳକଦ୍ୱୟ ପ୍ରହ୍ଲାଦଙ୍କୁ ପଚାରିଲେ – ତୁମେ ରାକ୍ଷସକୁଳରେ ଜନ୍ମ ହୋଇ ମଧ୍ୟ ଏସବୁ କେଉଁଠାରୁ ଶିକ୍ଷାଲାଭ କଲ? ପ୍ରହ୍ଲାଦ ଉତ୍ତର ଦେଲେ ମୋର ଅଜା ହିରଣ୍ୟାକ୍ଷଙ୍କ ମୃତ୍ୟୁ ପରେ ପିତା ହିରଣ୍ୟକଶିପୁ ଅମର ବର ଲାଭ ପାଇଁ ମନ୍ଦରାଂଚଳ ପର୍ବତକୁ ତପସ୍ୟା ନିମିତ ଗଲେ । ଏହାପରେ ଦେବତାମାନେ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କଲେ । ଦୈତ୍ୟକୁଳ ଯୁଦ୍ଧରେ ହାର ମାନିଲେ । ଦେବରାଜ ଇନ୍ଦ୍ର ମୋର ମାତା କୟାଧୁଙ୍କୁ ବନ୍ଦୀକରି ଅମରାବତୀ ନେଇଗଲେ । ପଥ ମଧ୍ୟରେ ନାରଦ ଦେଖାହେଲେ । ନାରଦ ଇନ୍ଦ୍ରଙ୍କୁ ମୋର ମାତାଙ୍କୁ ଅପହରଣ କରିନେଉଥିବା ଦେଖି ଏହାର କାରଣ ପଚାରିଲେ । କ୍ରୋଧିତ ଇନ୍ଦ୍ର କହିଲେ – ‘କୟାଧୁଙ୍କ ଗର୍ଭରେ ହିରଣ୍ୟକଶିପୁର ସନ୍ତାନ ରହିଛି । ସେ ଜନ୍ମଦେବା ମାତ୍ରେ ତାକୁ ହତ୍ୟା କରିବି ।’ ‘ଏହା ଭୁଲ୍ ଦେବରାଜ ! ତାଙ୍କ ଗର୍ଭରେ ଭଗବାନଙ୍କର ଜଣେ ମହାନ ଭକ୍ତ ରହିଛନ୍ତି । ତୁମର ଏଭଳି ଶକ୍ତି ନାହିଁଯେ ତାଙ୍କ ଗର୍ଭସ୍ଥ ସନ୍ତାନର କିଛି କ୍ଷତି ପହଁଚାଇବ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ