କୁଆ ଏବଂ ପେଚା କାହାଣୀ

ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀ ମଧ୍ୟରେ ଏକ ବିରାଟ ବରଗଛ ରହିଥିଲା । ସେହି ବରଗଛଟିରେ କୁଆ ମାନଙ୍କର ରାଜା ‘ମେଘବର୍ଣ୍ଣ’ ତାର ବନ୍ଧୁ, ପରିଜନ ଏବଂ ଅନୁଚର ବର୍ଗଙ୍କୁ ନେଇ ବାସ କରୁଥିଲା । ସେହି ବରଗଛ ନିକଟରେ ଏକ ପର୍ବତ ଗୁମ୍ଫା ଥାଏ । ସେହି ଗୁମ୍ଫା ମଧ୍ୟରେ ପେଚା ରାଜା ‘ଅରିମର୍ଦ୍ଧନ’ ତା’ର ଅନୁଚର ମାନଙ୍କୁ ନେଇ ବାସ କରୁଥାଏ । କୁଆରାଜା ଏବଂ ପେଚା ରାଜା ଉଭୟଙ୍କ ମଧ୍ୟରେ କେଉଁ ପୁରାତନ...

Read More

ଦୁଷ୍ଟ କାଉ ଦଳ

ଦିନେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡିଯିବାକୁ ବସିଲେଣି । ପକ୍ଷୀମାନେ ବସାକୁ ଫେରୁଥାନ୍ତି। ଠିକ୍ ଏତିକିବେଳେ କେତୋଟି ଦୁଷ୍ଟ କୁଆ ସେହିବାଟ ଦେଇ ବସାକୁ ଫେରୁଥିଲେ । ସେହି କୁଆ ଦୁହିଁଙ୍କୁ ଦେଖି ପଡିଆରେ ବସିଥିବା ଅନ୍ୟ କୁଆମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ । ସେମାନେ କାଉ ଦୁଇଟିକୁ ଚିଡେଇ ଚିଡେଇ ଏମିତି କଥା କହିଲେ ଯେ, ନ ରାଗିବା ଲୋକ ବି ରାଗିବ ।        ହେଲେ ଏଭଳି କଥା ଉଡିଯାଉଥିବା ପ୍ରଥମ କାଉଟି କାନକୁ ନେଲା...

Read More

ଯାଦୁ ମହଲ

(ରାଜକୁମାରୀଙ୍କୁ ସାରସ ସରୋବର ସ୍ଥିତ ମହଲରୁ ଯାଦୁମହଲକୁ ଅଣାଗଲା । ସେଠାରେ ତାଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂର୍ଣ୍ଣ କରାଯାଉଥାଏ । କିନ୍ତୁ କଥା କହିବା ସେଠାରେ ମନା, ଏପରିକି ନିଜ ପରିଚାରିକା ମାନଙ୍କ ସହିତ ବି ନୁହେଁ । ଥରେ ଥରେ ତାଙ୍କୁ ଏପରି ସଙ୍କେତ ମିଳେ ଯେ ତାଙ୍କୁ ସେଠାରେ ସେହିପରିହିଁ ରହିବାକୁ ହେବ ।) ରାଜକୁମାରୀ କ୍ଳାନ୍ତ ହୋଇ ପଡିଥିଲେ । କିନ୍ତୁ ତାଙ୍କୁ ନିଦ ଆସିଲାନାହିଁ । ସେ ଧୀରେ ଧୀରେ ସବୁକଥା ମନେ...

Read More

ଗଧର ପାଠ ପଢା

        ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି ଏକ ଆକର୍ଷଣୀୟ କଥା ଥିଲା, ତାହା ହେଲା ଗୋଟାଏ ଯୁବକ ଗଧ...

Read More

ଶେଷ ମୁହୂର୍ତ୍ତର ସାଥି

ଅନେକ ଦିନ ତଳର କଥା । ଚୀନ୍ର ଗୋଟିଏ ଗାଁରେ ପାବମ୍ ନାମକ ଜଣେ ଗରୀବ ଯୁବକ ଥାଏ । ସେ ତା’ ନିଜ ଚେଷ୍ଟାରେ ଅନେକ ପାଠ ପଢିଥାଏ, କିନ୍ତୁ ଜଣେ ଗରୀବ ଗାଉଁଲି ଯେତେ ପାଠ ପଢିଲେ ବା ତାକୁ କିଏ ଆଦର କରିବ? ତା’ କଥା କିଏ ବା କିପରି ଜାଣିବ?                 ଦିନେ ସେ ଶୁଣିଲା କି ରାଜଧାନୀରେ ରାଜସରକାରରେ ଗୋଟିଏ ବଡ ପଦ ଖାଲି ପଡିଛି । ଯିଏ ଗୋଟିଏ ପରୀକ୍ଷାରେ ଉତୀର୍ଣ୍ଣ ହେବ, ସିଏ ସେହି ପଦଟି ପାଇବ ।                 ପାବମ୍...

Read More

ଯୋଗୀ ଓ ନାସ୍ତିକ

ନିଶା ସେମିତି ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି...

Read More

ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା

  ସ୍ୱର୍ଗତ ବିସ୍ମିଲ୍ଲା ଖାଁ ଥିଲେ ଜଣେ ଅତି ସରଳ ମଣିଷ । ସମଗ୍ର ବିଶ୍ୱରେ ସାହାନାଇ ବାଦନକୁ ଲୋକପ୍ରିୟ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଇଣ୍ଡିଆ ସରକାରଙ୍କ ଦ୍ୱାରା “ଇଣ୍ଡିଆରତ୍ନ” ଉପାଧିରେ ଭୂଷିତ ହୋଇଥିଲେ । ସାଧନା କେବେ ବି ବ୍ୟର୍ଥ ହୁଏ ନାହିଁ । ଦିନେ ନା ଦିନେ ତାହା ନିଶ୍ଚୟ ସଫଳତା ଆଣିଦିଏ । ଏହି କଥା ଦିନେ ବିସ୍ମିଲ୍ଲା ଜନସମାଜକୁ କହିଥିଲେ । ଥରେ ଜଣେ ଆମେରିକାବାସୀ ବିସ୍ମିଲ୍ଲା ଖାଁଙ୍କଠାରୁ...

Read More

ଭୟ ପାଇଁ ଔଷଧ

ପାଟପୁରରେ ନୀଳାମ୍ବର ନାମକ ଜଣେ ବ୍ୟକ୍ତି ଥାଏ । ତା’ର ପରିବାର ବୋଲି ସ୍ତ୍ରୀ କନକ ଓ ପୁଅ ଝିଅ ଦୁଇଟି । ତା’ଘରେ ଦୁଇଟି ଦୁଧିଆଳୀ ମଇଁଷି ଆଉ କିଛି ଜମି ନେଇ ସେ ଦୁଃଖକଷ୍ଟରେ ଚଳୁଥାଏ । ଥରେ ଏପରି ଅକାଳ ପଡିଲା ଯେ ବର୍ଷା ନହେବାରୁ ଧାନ ନଷ୍ଟ ହେଲା । ପୁଣି ଭଲ ଘାସପତ୍ର ଖାଇବାକୁ ନପାଇ ମଇଁଷି ଦୁଇଟି ମଧ୍ୟ ହଠାତ୍ ମରିଗଲେ । ଏଣେ ଘର ଚଳାଇବାକୁ ତାକୁ ବହୁତ କଷ୍ଟ ପଡିଲା ।                 ଦିନେ ରାତିରେ ପିଲାମାନେ...

Read More

ଶଙ୍କରର ବୈରାଗ୍ୟ

ଗାର୍ହ୍ୟସ୍ଥ୍ୟ ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିଲା । ଗ୍ରାମର ଉପାନ୍ତରେ...

Read More

ଭୀତୁ

ଦୁଇଶହ ବର୍ଷ ପୂର୍ବର କାହାଣୀ – କେରଳରେ ତାଲଙ୍ଗୋଡୁ ଗ୍ରାମରେ ପାର୍ବତୀ ଆମ୍ମା ନାମକ ଏକ ମହିଳା ଥା’ନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଥିଲା ରାମକୁଟ୍ଟି । ରାମକୁଟ୍ଟି ରାଜାଙ୍କ ଦରବାରରେ କାମ କରୁଥିଲେ । ତେଣୁ ସେ ଏତେ ବ୍ୟସ୍ତ ଥା’ନ୍ତି ଯେ ତାଙ୍କର ଘରକୁ ଫେରିବା ସମୟର କୌଣସି ସଠିକତା ନଥାଏ ।                 ପାର୍ବତୀ ଆମ୍ମାଙ୍କର ଅଧିକାଂଶ ସମୟ ଭଗବାନ୍ ସୁବ୍ରହ୍ମଣ୍ୟମ୍ଙ୍କ ପୂଜା ପ୍ରାର୍ଥନାରେ କଟେ । ସେ ଅତି ଭକ୍ତିରେ...

Read More

ମନ୍ତ୍ରୀଙ୍କ ଯୁକ୍ତି

ପ୍ରାଚୀନ କାଳରେ ଆରବ ଦେଶରେ ଜଣେ ସୁଲତାନ୍ ଥା’ନ୍ତି । ସେ ସର୍ବଦା ନାନା ବିଳାସ-ବ୍ୟସନରେ ବୁଡି ରହିଥା’ନ୍ତି ଓ ସେ ତାଙ୍କ ରାଜ୍ୟକାର୍ଯ୍ୟ ଆଦୌ ଭଲ ଭାବରେ ଚଳାଉ ନଥାନ୍ତି । ସେଥିପାଇଁ ତାଙ୍କ ରାଜ୍ୟରେ ଅରାଜକତା ବ୍ୟାପି ଥାଏ ।       କର୍ମଚାରୀମାନେ ମଧ୍ୟ ଅଳସୁଆ ହୋଇଗଲେ । ବ୍ୟବସାୟ ମଧ୍ୟ ନଷ୍ଟ ହେଲା । ପ୍ରଜାମାନଙ୍କ ଜୀବନ ବିପନ୍ନ ହେଲା । ସୁଲତାନ୍ଙ୍କ ପାଖରେ ଅନେକ ମନ୍ତ୍ରୀ ଥା’ନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରୁ କେତେକ...

Read More

ବୁଦ୍ଧିମାନ ବୃଦ୍ଧ

ବହୁ ପୁରୁଣା କାଳର କଥା । ଗ୍ରୀସ୍ ଦେଶର ଏକ ଛୋଟ ଗ୍ରାମରେ ଜଣେ ବୁଢା ଓ ତା’ର ସ୍ତ୍ରୀ ରହୁଥାନ୍ତି । ଦିନେ ବୃଦ୍ଧ ତାଙ୍କ ପତ୍ନୀଙ୍କୁ କହିଲେ, “ଶୁଣ, ଏବେ କିଛି ପଇସାର ଦରକାର । ତୁମେ ହାଟକୁ ଯାଇ ଗାଈଟିଏ ବିକ୍ରି କରି ଆସ । ମୁଁ ନିଜେ ଯାଇଥା’ନ୍ତି ଯେ ହେଲେ ମୋ ଗୋଡରେ ବ୍ୟଥା ହେଉଛି ।”                 ସ୍ତ୍ରୀ ଗାଈଟିଏ ଧରି ହାଟକୁ ଗଲା । ବାଟରେ ତିନୋଟି ଚୋର ତାକୁ ଦେଖିଲେ । ଅଳ୍ପବାଟ ଯିବା ପରେ ପ୍ରଥମ ଚୋର ଆସି...

Read More

ଉପଯୁକ୍ତ ବର

ଏହାପରେ ବିକ୍ରମ ପୁଣି ଥରେ ଯାଇ ବେତାଳକୁ ସେହି ଗଛରୁ ଆଣି କାନ୍ଧରେ ପକାଇ ସିଧା ଶ୍ମଶାନ ଅଭିମୁଖେ ଚାଲିଲେ । ବାଟ ଚାଲିବା ସମୟରେ ନୀରବତାକୁ ଦୂର କରିବାପାଇଁ ବେତାଳ ପୁଣି ଏକ କାହାଣୀ କହିବା ଆରମ୍ଭ କଲା । କାହାଣୀଟି ଅବନ୍ତୀ ଦେଶର ରାଜକୁମାରୀଙ୍କ କଥା । ଅବନ୍ତୀ ନରେଶଙ୍କର ଗୋଟିଏ ବୋଲି କନ୍ୟା ଥିଲା । ତାର ନାମ ଶଶିବାଳା ଅଟେ । ନାମ ଯେମିତି ରୂପ ମଧ୍ୟ ସେମିତି । ଶଶିବାଳା ଯୋଗ୍ୟା ହେବାରୁ ବହୁ ଦେଶର ରାଜକୁମାର ତାଙ୍କୁ...

Read More

ଶିବ ପୁରାଣ

ମେନକା ଓ ହିମବାନ୍ ତା’ପରେ ନିଜ ପ୍ରାସାଦକୁ ଲେଉଟି ଆସିଲେ । କାଳକ୍ରମେ ମେନକାଙ୍କର ଶହେଟି ପୁତ୍ରସନ୍ତାନ ଜନ୍ମ ହେଲେ । ସେଥି ମଧ୍ୟରୁ ଜୈଷ୍ଠ ପୁତ୍ର ହେଲେ ମୈନାକ । କିଛି କାଳ ପରେ ଚୈତ୍ର ଶୁକ୍ଳ ନବମୀ ଦିନ ଆଦ୍ରା ନକ୍ଷତ୍ରର ଶୁଭ ସମୟରେ ଏକ କନ୍ୟା ଭୂମିଷ୍ଠ ହେଲେ । ପର୍ବତଙ୍କ କନ୍ୟା ଯୋଗୁଁ ତାଙ୍କ ନାମ ପାର୍ବତୀ ରଖାଗଲା । ସେ କନ୍ୟା ଜନ୍ମ ହେବା ମାତ୍ରେ ଦଶଦିଗ ଆଲୋକିତ ହୋଇ ଉଠିଲା ଦେବତାମାନେ ଆନନ୍ଦରେ ପୁଷ୍ପବୃଷ୍ଟି...

Read More

ରାଜଦୂତର ଧର୍ମ

ରତ୍ନଗିରି ଓ ହେମଗିରି ନାମକ ଦୁଇଟି ପଡୋଶୀ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ସକାଶେ ଟିକିଏ ମନୋମାଳିନ୍ୟ ଦେଖା ଦେଇଥାଏ । ଯଦିଓ ରତ୍ନଗିରିର ରାଜା ଧନଞ୍ଜୟ ଶକ୍ତିଶାଳୀ ଥିଲେ ତଥାପି ସୀମା ସଂକ୍ରାନ୍ତରେ ହଠାତ୍ ହେମଗିରିକୁ ଆକ୍ରମଣ କରିଲେ ହୁଏତ ଅନ୍ୟ ରାଜାମାନେ ତାକୁ ସାହାଯ୍ୟ କରିବେ, ଏଇ ସବୁ ଭାବିଚିନ୍ତି ସେ ଗୋଟିଏ ଦୂତ ହାତରେ ହେମଗିରିର ରାଜା ହିରଣ୍ମୟଙ୍କ ପାଖକୁ କିଛି ସର୍ତ୍ତ ସହ ଗୋଟିଏ ଚିଠି ପଠାଇଲେ । ସେଥିରେ...

Read More

ମୌନାବତୀ କଥା

ବିକ୍ରମାଦିତ୍ୟ ରାଜାଙ୍କୁ ସ୍ମରଣ କରି କମଳିନୀ ତ୍ରିବେଣୀ ସଙ୍ଗମରେ ଥିବା କାମ୍ୟକୂପରେ ଝାସଦେଲା । ଦିବ୍ୟକଣ୍ଠ ନୃପତିଙ୍କ ଗୃହରେ କମଳିନୀ ଜନ୍ମ ହେଲା । ରାଜା ତାଙ୍କ କନ୍ୟାର ନାମ ରଖିଲେ ମୌନାବତୀ । ନୀଳୋତ୍ପଳ ପରି ନୟନ, କୁଂଚିତ କୁନ୍ତଳ, ପକ୍ୱବିମ୍ବ ପରି ଅଧର, ଶୁକ୍ଳପକ୍ଷ ଚନ୍ଦ୍ରପରି ଶରୀର କାନ୍ତି । କ୍ରମେ ରାଜକନ୍ୟା ଯୁବତୀ ହେବାଠାରୁ ମୌନାବତୀ ସର୍ବଦା ମୌନ ହୋଇଥାଏ । କାହାରିକୁ କିଛି କଥା କହେ ନାହିଁ । ରାଜା...

Read More

ମୂଲ୍ଲାଙ୍କ ଚତୁରତା

ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ ।          ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି ବସନ୍ତି । ରାଜାଙ୍କର କାର୍ଯ୍ୟରେ କେହି ପ୍ରତିବାଦ କରନ୍ତି...

Read More

ମହାଭାରତ

ମୁନି ମୈତ୍ରୟଙ୍କ ପ୍ରସ୍ଥାନଅନ୍ତେ, ଧୃତରାଷ୍ଟ୍ର ବିଦୁରଙ୍କୁ କିମ୍ଭୀର ସଂହାର ବୃତ୍ତାନ୍ତଟି ଶୁଣାଇବା ପାଇଁ କହିଲେ । ତେଣୁ ବିଦୂର ବର୍ଣ୍ଣନା ଆରମ୍ଭ କଲେ ।                 ଅରଣ୍ୟବାସ ଉଦ୍ଧେଶ୍ୟରେ ଯାଇଥିବା ପାଣ୍ଡବଗଣ, ତିନିଦିନ ଉପରାନ୍ତେ ଅର୍ଦ୍ଧରାତ୍ର ସମୟରେ କାମ୍ୟକବନ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି । ଅକସ୍ମାତ ସେମାନଙ୍କ ପଥରୋଧ କରି ଏକ ଭୟଙ୍କର ରାକ୍ଷସ ଆସି ସେଠାରେ ଉଭାହେଲା । ରକ୍ତବର୍ଣ୍ଣର ଅଗ୍ନିପିଣ୍ଡ ସଦୃଶ...

Read More

ସଫଳତା

ସଫଳତା ସ୍ୱାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ହାରିଯାଇ ପୁଣି ଜିତିବାର ଅଭୀପ୍ସା ନେଇ ଆଗେଇ ଯିବା ଉଚିତ୍ । ଏପରି ଉଦାହରଣ ଅନେକ କ୍ଷେତ୍ରରେ ଅନେକ ବ୍ୟକ୍ତିଙ୍କ ଜୀବନରେ ଘଟି ଚାଲିଛି । ମହାମୁର୍ଖ କାଳିଦାସ ଦୃଢ ସଙ୍କଳ୍ପ ନେଇ କଠିନ ଅଧ୍ୟବସାୟ ଓ ଆଧ୍ୟାତ୍ମିକ ମନୋବଳ ଦ୍ୱାରା ମାତା ସରସ୍ୱତୀଙ୍କ ଆଶିଷ ପ୍ରାପ୍ତ ହୋଇ ସଂସ୍କୃତ ଭାଷାରେ ମହାକବି ହୋଇ ପାରିଥିଲେ । ତେଣୁ ଲକ୍ଷ୍ୟ...

Read More

ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା

ଗୋଟିଏ ସହରରେ ‘ବିଷ୍ଣୁ ଶର୍ମା’ ନାମକ ଜଣେ ବ୍ରାହ୍ମଣ ସପରିବାର ବାସ କରୁଥିଲେ । ଦିନେ ବ୍ରାହ୍ମଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଠିକ୍ ସେହିଦିନ ତାଙ୍କ ଘର ପଛପଟେ ଏକ ନେଉଳ ଛୁଆଟିଏ ଜନ୍ମ କରି ସଂଗେ ସଂଗେ ଆରପାରିକୁ ଚାଲିଗଲା । ବ୍ରାହ୍ମଣୀ ସଂଗେ ସଂଗେ ନେଉଳ ଛୁଆକୁ ଘରକୁ ଆଣି ନିଜ ପୁଅ ପରି ପାଳିଲେ । କ୍ରମେ ନେଉଳ ଛୁଆ ଓ ଶିଶୁ ପୁତ୍ର ବଡ ହେବାକୁ ଲାଗିଲେ ।        ଦିନ କର କଥା । ବ୍ରାହ୍ମଣୀ ପାଣି ଆଣିବା ପାଇଁ...

Read More

ସୁଦକ୍ଷ ବ୍ୟବସାୟୀ

ନିଶା ଗରଜୁଥାଏ, ତାସାଙ୍ଗକୁ ତୁହାକୁ ତୁହା ଶୀତଳ ପବନ ସହିତ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସେତେବେଳେ ସାଇଁ ସାଇଁ ପବନ ଭାସିଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ, କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ...

Read More

ସହରର ଅଶାନ୍ତି

ଦୁଇଟି ମୂଷା ବହୁତ ଭଲ ସାଙ୍ଗ ଥିଲେ । ତାଙ୍କ ଭିତରୁ ଜଣେ ଗାଁରେ ରହୁଥିଲା ଓ ଆଉ ଜଣେ ସହରରେ ରହୁଥିଲା । ଗାଁରେ ଥିବା ମୂଷାଟି ବିଲରେ ଶାନ୍ତିରେ ରହୁଥାଏ । ତାକୁ ସେଠି ଯାହା ବି ଫସଲ ମିଳେ, ସେ ତାକୁ ଖାଇ ଆନନ୍ଦରେ ରହୁଥାଏ । ଥରେ ସେ ଗାଁରେ ରହୁଥିବା ମୂଷା ନିକଟକୁ ତା’ର ସହରୀ ସାଙ୍ଗ ବୁଲିଆସିଲା । ସାଙ୍ଗକୁ ଦେଖି ଏ ଗାଁରେ ରହୁଥିବା ମୂଷା ଭାରି ଖୁସି ହୋଇଗଲା । ସେ ଯାହାସବୁ ଫସଲ ସାଇତି କରି ରଖିଥିଲା, ତାକୁ ସବୁ...

Read More

ଭାଗ୍ୟ

ଗୋଟିଏ ଗାଁରେ ଦୁଇଟି ବୁଢା ଥା’ନ୍ତି । ଜଣେ ସ୍ୱଭାବରେ ଉତ୍ତମ, ଆଉ ଅନ୍ୟଟି ସ୍ୱଭାବରେ ଦୁଷ୍ଟ । ଥରେ ନୂଆବର୍ଷର ପ୍ରଥମ ଦିନରେ ସେ ଦୁହେଁ ପରସ୍ପରକୁ ଭେଟିଲେ ।                 ଉତ୍ତମ ବ୍ୟକ୍ତି କହିଲା, “ଗତ ରାତ୍ରିରେ ମୁଁ ଏକ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲି । ଆକାଶରୁହିଁ ମୋ ପାଇଁ ଧନ ସବୁ ତଳକୁ ଆସୁଛି ।”                 ଦୁଷ୍ଟ କହିଲା “ଆରେ ଏହା ବଡ ମଜା କଥା ତ । ମୁଁ ମଧ୍ୟ କାଲି ରାତିରେ ଏକ ସ୍ୱପ୍ନ ଦେଖିଛି ଜମି...

Read More

ବୁଦ୍ଧିମାନ ବାଳକ

ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ ।...

Read More

ଭଟ୍ଟଲୋଲ୍ଲଟଙ୍କ କାହାଣୀ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ଛୋଟ କାମ କରୁ କରୁ ବଡମଣିଷ ହେଲେ

ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି ।                 ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା କାର୍ଯ୍ୟ ସେଠାରେ ଆରମ୍ଭ କରିଦେଲେ । ତାଙ୍କର ସାଙ୍ଗମାନେ ସେଠାରେ...

Read More

ସେତ ଆମରି ମାଆ

ଶ୍ରେଣୀ କକ୍ଷକୁ ଗୁରୁଜୀ ପ୍ରବେଶ କଲେ । ହାତରେ ମୁଣାଧରି ଆସି ଟେବୁଲ୍ ପାଖରେ ଥୋଇଦେଲେ । ଗୁରୁଜୀଙ୍କ ଆଗମନରେ ସବୁ ପିଲାଏ ଗୁରୁଜୀଙ୍କୁ ଠିଆହୋଇ ଅଭିବାଦନ ଜଣାଇଲେ । ଗୁରୁଜୀ ମଧ୍ୟ ପ୍ରତି ଅଭିବାଦନ ଜଣାଇ ସମସ୍ତ ପିଲାମାନଙ୍କୁ ବସିବାକୁ କହିଲେ । ପିଲାମାନେ ବସିଲେ ସିନା ହେଲେ ସମସ୍ତଙ୍କ ନଜର କିନ୍ତୁ ଲାଗି ରହିଥାଏ ସେ ଗୁରୁଜୀଙ୍କ ମୁଣା ଉପରେ । ଗୁରୁଜୀ କ’ଣ ଆଣିଛନ୍ତି? ସେଥିରେ କ’ଣ ଅଛି? ଏହିଭଳି କେତେ ଉତ୍କଣ୍ଠା ପିଲାଙ୍କ...

Read More

ବଗୁଲିଆ ପିଲା ଲେଖକ ହେଲା

“ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭିତରେ ବଗୁଲିଆ ପିଲା ଥାଆନ୍ତି କେତେ     ସେଥିରୁ କେତେବି ହୁଅନ୍ତି ଆଦର୍ଶ ଗୁରୁଙ୍କ ପ୍ରଭାବବଳରେ ସତେ ।     ଏହିଭଳି ଏକ ବଗୁଲିଆ ପିଲା ହୋଇଥିଲା ଦିନେ ବଡମଣିଷ     ସିଏ ଥିଲେ ପଂଚସଖାରୁ ଜଣିଏ ତାଙ୍କ କଥା ବାରେ ଶୁଣିବା ଆସ ।”                 କଥାଟି ଅନେକ ଦିନ ତଳର । ପୁରୀ ଜିଲ୍ଲା ସ୍କୁଲ କଥା । ସେତେବେଳେ ସେଠାକାର ପ୍ରଧାନଶିକ୍ଷକ ଥାଆନ୍ତି ଚନ୍ଦ୍ରମୋହନ ମହାରଣା । ସେ ଜଣେ ଆଦର୍ଶ...

Read More

ବୁଦ୍ଧି ଓ ବିବେକ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସହିତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବି ହୋଇଯାଉଥାଏ । ଗଛଲତା ଗହନରୁ ସାଏଁ ସାଏଁ ଶବ୍ଦ ସବୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ଏଥିରେ ତିଳେ ହେଲେ ବି ମଧ୍ୟ ବିଚଳିତ ବୋଧ ନହୋଇ ପୁନର୍ବାର ସେ ବୃକ୍ଷଟି...

Read More

ବନ୍ଧକ ରଖା ହୋଇଥିବା ଦେଶ

ହଂଙ୍କ ନଗରୀଟି ଜନବହୁଳତା ଓ ସୌନ୍ଦର୍ଯ୍ୟ ପାଇଁ ପୃଥିବୀ ବିଖ୍ୟାତ । ଏହା ଦ୍ୱୀପରେ ଅବସ୍ଥିତ ଯେପରି ଏକ ସ୍ୱତନ୍ତ୍ର କ୍ଷୁଦ୍ର ଦେଶ । ଏହା ବ୍ରିଟେନ୍ ଅଧିକୃତ ଏକ ଉପନିବେଶ । ତୁମେ ଯଦି ଏସିଆର ମାନଚିତ୍ର ଦେଖିବ, ତେବେ ଦେଖିବ ଯେ ଏହା ଚାଇନାର ଗୋଟିଏ ଅଂଶ । ତେବେ ଏହା କିପରି ବ୍ରିଟିଶ୍ମାନଙ୍କ ଅଧିକାରକୁ ଆସିଲା? ଅନେକ ବର୍ଷ ଧରି ବ୍ରିଟିଶ୍ମାନେ ଚାଇନାକୁ ଅଫିମ ରପ୍ତାନି କରି ଅମାପ ଧନ ରୋଜଗାର କରୁଥିଲେ । ୧୮୪୧ ମସିହାରେ...

Read More

ବାଲେଶ୍ୱରୀ ପଙ୍ଗାଲୁଣ

(ସତ୍ୟ ଘଟନା)                 କାହିଁ କେଉଁ ଆବହମାନ କାଳରୁ ବାଲେଶ୍ୱରରେ ପଙ୍ଗାଲୁଣ ପ୍ରସ୍ତୁତ ହୋଇଆସୁଥିଲା । ସରକାର ବାହାଦୁର କେଉଁ ସମୟରୁ ଏହି ବ୍ୟାପାରରେ ହସ୍ତକ୍ଷେପ କଲେ, ତାହା ନିର୍ଣ୍ଣୟ କରିବା ଏତେ ସହଜ କଥା ନୁହେଁ, ଏ କଥା ଅନୁମାନ କରାଯାଇପାରେ ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ଦେଶାଧିକାର କରିବା ପୂର୍ବରୁ ଏହି ବ୍ୟବସାୟରେ ଲିପ୍ତ ଥିଲେ, କାରଣ ତତ୍ପୂର୍ବେ ଇଂରେଜମାନେ ବାଲେଶ୍ୱରୀ ବାଣିଜ୍ୟ...

Read More

ଅମାନିଆ ଛୁଆ

       ଅଗନାଅଗନି ବନସ୍ତ । ସେଇଠି ଥାଆନ୍ତି ଅନେକ ଜୀବଜନ୍ତୁ । ସେମାନଙ୍କ ଭିତରେ ହରିଣୀଟିଏ ତା’ର ଏକମାତ୍ର ଛୁଆକୁ ନେଇ ରହୁଥାଏ ।        ଦିନକର କଥା ହରିଣୀର ଛୁଆ ତା’ ମାଆ ପାଖରେ ଅଳି କଲା ବାହାରକୁ ଯାଇ ଟିକିଏ ବୁଲି ଆସିବ ବୋଲି । ହେଲେ ମାଆ ତାକୁ ବାରଣ କରି କହିଲା, “ଜଙ୍ଗଲଟା ସାରା ହିଂସ୍ରଜନ୍ତୁରେ ଭରପୂର । ତୋତେ ସେମାନେ ଖାଇ ଦେବାକୁ ମୁହୂର୍ତେ ବି ଲାଗିବ ନାହିଁ । ତେଣୁ ତୁ ଯାଆନା ।”        ହେଲେ ଅମାନିଆ ଛୁଆ...

Read More

ମନ୍ଦ ବୁଦ୍ଧିର ପରିଣାମ

       ପ୍ରତିଦିନ ରାତି ପାହୁପାହୁ କାଉମାନେ କା’ କା’ କରି ଉଡି ବୁଲନ୍ତି । ଆମେ କାଉର ରାବ ଶୁଣି ଶେଯରୁ ଉଠୁ । କାଉ ଆମର ପରିବେଶକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏଡେ ବଡ ଉପକାରୀ ପକ୍ଷୀ କାଉ ବି ଆମର ବେଳେବେଳେ କ୍ଷତି ଘଟାଇଥାଏ । ଆସ ସେଇ କାଉ କଥା ଶୁଣିବା ।        ସବୁଦିନ ଭଳି କାଉଟିଏ ବାଡିପଟ ଗଛ ଡାଳରେ ବସି କା’ କା’ ରାବ ଛାଡିଲା । ଏହାଦେଖି ମହେଶର ଆଈ ଘରୁ ମୁଢି ଗିନାଏ କି କେତେବେଳେ ବାସି ରୁଟି ଦି’ ପଟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ