ଦାନୀ ଶ୍ରୀଧର

ସବୁ କଥା ଶୁଣି ଜଣେ କହିଲା, “ଓହୋ, ତାହେଲେ ଏପରି କଥା? ମହେଶ ନ କହିଥିଲେ ତ ଆମେ ଅସଲ କଥାଟା କେବେବି ଜାଣି ପାରି ନଥାନ୍ତେ ।”

ଶ୍ରୀଧର ଏଥର ବୁଝିଗଲେ ଯେ ମହେଶ ହିଁ ତାଙ୍କର ନିଶ୍ଚୟ କେହି ବନ୍ଧୁବାନ୍ଧବ ହୋଇଥିବ । ତେଣୁ ସେ ଶିଘ୍ର ସେହି ଲୋକମାନଙ୍କ ନିକଟକୁ ଯାଇ ନିଜର ପରିଚୟ ଦେଇ କହିଲେ, “ଶୁଣ ମୁଁ ହିଁ ଶ୍ରୀଧର; ମଧୁପୁରରୁ ଆମେ ଚାଲି ଆସିଛୁ । ମୁଁ ଭାବିଲି, ବରଂ ଆଜି ରାତିଟା ତୁମରି ଘରେ ରହିଯିବୁ । ନିଜର ବନ୍ଧୁବାନ୍ଧବଙ୍କ ଘର ଛାଡି ପୁଣି ଆଉ କେଉଁଠି ରହିବୁ?”

ଶ୍ରୀଧର ନିଜର ପରିଚୟ ଦେବା ମାତ୍ରେ ସେଠାରେ ବସିଥିବା ଲୋକମାନେ ଶିଘ୍ର ଉଠି ପଡି ତାଙ୍କୁ ସମ୍ମାନ ଦେଖାଇଲେ ଓ ନମସ୍କାର ମଧ୍ୟ କଲେ ।

ତା’ପରେ ସେମାନେ କହିଲେ, “ମହାଶୟ, ଆମେ ଆପଣଙ୍କ ବିଷୟରେ ବହୁତ କିଛି ଶୁଣିଛୁ । ଆପଣଙ୍କର ଦର୍ଶନ ପାଇବା ଆମର ସୌଭାଗ୍ୟ । ଆପଣଙ୍କ ବିପଦ କଥା ଶୁଣି ଆମର ମଧ୍ୟ ମନ ବହୁତ ଦୁଃଖ ହୋଇଛି । ଦୟାକରି କୁହନ୍ତୁ ଏବେ ଆମେ ଆପଣଙ୍କର କି ସେବା କରିପାରୁ?”

ଶ୍ରୀଧର ନିଜ ମୁଦିଟି ଆଡକୁ ଚାହିଁ ଦେଖିଲେ ତାହା ଇତିମଧ୍ୟରେ ସୁନା ପାଲଟି ଯାଇଛି । ଶ୍ରୀଧର ଗ୍ରାମବାସୀଙ୍କ ଆଡକୁ ଚାହିଁ ଅଳ୍ପ ହସି କହିଲେ, “ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ଏବେ ଆଉ ମୋର କୌଣସି ସହାୟତାର ଆବଶ୍ୟକତା ନାହିଁ । ଯଦି ଆପଣମାନଙ୍କର କିଛି ଆବଶ୍ୟକତା ଥାଏ ତ କୁହନ୍ତୁ, ଏବେ ମଧ୍ୟ ସାହାଯ୍ୟ କରିବାର ଯୋଗ୍ୟତା ମୋର ଅଛି । ସୁବିଧା ଅସୁବିଧା ତ ସମସ୍ତିଙ୍କର ଥାଏ ।”

ଏକଥା ଶୁଣି ସେମାନଙ୍କ ମଧ୍ୟରୁ ଜଣେ କହିଲା, “ମୁଁ କେତେଦିନ ଆଗରୁ ଜଣେ ଧନୀଠାରୁ ଶହେ ସ୍ୱର୍ଣ୍ଣମୁଦ୍ରା ଋଣ କରିଥିଲି । ଏବେ ତାହା ଚକ୍ରବୃଦ୍ଧି ସୁଧରେ ଆସି ପାଞ୍ଚଶହରେ ପହଁଚିଲାଣି । କାଲି ସୁଦ୍ଧା ତାକୁ ଟଙ୍କା ନ ଦେଲେ ବନ୍ଧକ ଦେଇଥିବା ଜମିଟି ସେ ନେଇଯିବ ।”

ତାଙ୍କ କଥା ଶୁଣି ଶ୍ରୀଧର କହିଲେ, “ତୁମେ ରାତିକୁ ସେହି ଧନୀଲୋକ ସହିତ ଆସ । ମୁଁ ମହେଶର ଘରେ ରହୁଛି । ସବୁ ପଇସା ମୁଁ ଦେଇଦେବି ।”

ଏକଥା ଶୁଣି ମହେଶ ଭାବିଲା କି ଶ୍ରୀଧର ପୁଣି ଧନୀ ହୋଇଗଲେଣି । ସୁତରାଂ ସେ ଅତି ବିନୟ ସହକାରେ କହିଲା, “ମୋ ବାବା କହୁଥିଲେ ଆପଣ ସଂପର୍କରେ ମୋର ପିଉସା ହେବେ । ସେ ଆପଣଙ୍କୁ ସର୍ବଦା ମନେ ପକାନ୍ତି । ଏବେ ଆମ ଘରକୁ ଚାଲନ୍ତୁ ।” ସେଦିନ ରାତିରେ ଶ୍ରୀଧର ଓ ତାଙ୍କ ପରିବାର ମହେଶର ଘରେ ରହିଲେ । ସେମାନଙ୍କୁ ବଡ ଆଦର ସତ୍କାର କରାଗଲା । ଶ୍ରୀଧର ରାସ୍ତାରେ ଘଟିଥିବା ସମସ୍ତ କଥା ତାଙ୍କ ସ୍ତ୍ରୀଙ୍କୁ କହିଲେ । ଅସହାୟ ଦରିଦ୍ର କେତେକ ଆସି ସାହାଯ୍ୟ ପାଇଲେ ।

ତା’ପରଦିନ ଶ୍ରୀଧର ନିଜ ଗ୍ରାମକୁ ଫେରି ଆସିବାକୁ ମନସ୍ଥ କଲେ । ଯିବା ପୂର୍ବରୁ ମହେଶର ବାବା କହିଲେ, “ଭାଇ ଏବେ ମୋ ଝିଅର ବାହାଘର କିଛି ଯଦି ସାହାଯ୍ୟ କରନ୍ତ । ଦୁଇହଜାର ଟଙ୍କା କମ୍ ପଡୁଛି ।”

ଏକଥା ଶୁଣି ଶ୍ରୀଧର କହିଲେ, “ଏହା ତ ଅତି ମାମୁଲି କଥା । ଚାଲ ଜଣେ ଧନୀ ଲୋକଠାରୁ କରଜ କରି ମୁଁ ଟଙ୍କା ଦେଇଦେବି କିନ୍ତୁ ସେଥିଲାଗି ତୁମେ ଋଣପତ୍ର ଲେଖିଦେବ ।”

ମହେଶର ବାବା କହିଲେ, “ନା, ନା, କରଜ କରି ନୁହେଁ । ତମେ ଯଦି ଦେଇ ପାରିବ ଦିଅ ।”

ଶ୍ରୀଧର କହିଲେ, “ହଁ ମୁଁ ମଧ୍ୟ ଚାହେଁନାହିଁ ଯେ ମୋର ବନ୍ଧୁବାନ୍ଧବ ଭୀକାରୀ ହୋଇ ମୋ ପାଖକୁ ଆସନ୍ତୁ ବୋଲି ।”

ମହେଶର ବାବା କହିଲେ, “ଠିକ୍ କଥା । କିନ୍ତୁ ବନ୍ଧୁବାନ୍ଧବ ମଧ୍ୟରେ ଋଣପତ୍ର, କରଜ ଏସବୁ କ’ଣ? ମୁହଁରେ କହିଦେଲେ କ’ଣ ହେବନାହିଁ?”

ଶ୍ରୀଧର କହିଲେ, “ତମେ ନିଜେ କାହାକୁ ଋଣପତ୍ର ନ ଲେଖି ଟଙ୍କା ଦେଇଦିଅ, ବୁଝିପାରିବ ସେସବୁର ଅର୍ଥ କ’ଣ ।” ତା’ପରେ ମହେଶର ବାବା ଚୁପ୍ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ