ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ କରିବନି ଯେ, ଏ ଜଣେ ବାବା ବୋଲି ।

ବାବା ଗମ୍ଭୀର କଣ୍ଠରେ ଡାକିଲେ – ମନମୋହିନୀ… ମନମୋହିନୀ… ?

ହଠାତ୍ ଶିମୂଳୀ ଗଛ କୋରଡରୁ ବାହାରି ଆସିଲା ମନମୋହିନୀ ବାଜପକ୍ଷୀ… । ଥଂଟକୁ ଗଛରେ ଘଷୁ ଘଷୁ ସେ କହିଲା – ଆଦେଶ କରନ୍ତୁ ସ୍ୱାମୀ… ।

                ଅଙ୍ଗାରବାବା-ମୁଁ ତ ତୋତେ ସାରା ଜୀବନ ଆଦେଶ ଦେଇ ଆସିଚି; ହେଲେ ତୁ ମତେ ଆଜି ଆଦେଶ ଦବୁ ।

                ମନମୋହିନୀ-ସ୍ୱାମୀ! ଏ କି କଥା ! ମୁଁ ତ ଆପଣଙ୍କର ଆଜ୍ଞାବହ ଗୋଲାମ । ମୁଁ କେମିତି ଆପଣଙ୍କୁ ଆଦେଶ ଦେବି? ପାପ ହୋଇଯିବ ସ୍ୱାମୀ…ଘୋର ପାପ ।

                ଏସବୁ କଥା ଶୁଣି ପାଗଳଙ୍କ ପରି ଖାଲି ହସି ଉଠିଲେ ଅଙ୍ଗାରବାବା । ଆଉ କହିଲେ – ମନମୋହିନୀ ! ତୁ କ’ଣ କହିଲୁ? ପାପ…? ହାଃ, ଏଇଟାତ କଳିଯୁଗ । ଏଇ କଳିଯୁଗରେ କେବଳ ପାପର ହିଁ ରାଜୁତି ଚାଲିଛି । ଆଉ ତୁ କୋଉ ପାପ କଥା କହୁଛୁ? ଆରେ ପାଗଳୀ, ପାପ ବିନା କଳିଯୁଗର ସ୍ଥିତି ମୋଟେ ନାହିଁ । ଏଠି ସମସ୍ତେ ପାପର ବୁଟଦାନା ଖାଇଛନ୍ତି । ସାମାନ୍ୟ ସିଂହାସନ ପାଇଁ ବାପ ପୁଅକୁ ହତ୍ୟା କରେ, ଭାଇ ଭାଇକୁ ହତ୍ୟା କରେ, ସ୍ତ୍ରୀ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରେ, ପାପ ବୋଲି ସେମାନେ ତ କେହି କେବେବି ଉଚ୍ଚାରଣ କରିନାହାଁନ୍ତି? କି ଥରକପାଇଁ ଅନୁତାପ ବି କରି ନାହାଁନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ