ମାତୃଭକ୍ତ ପରଶୁରାମ

                ଦିନେ ଦେବୀ ରେଣୁକା ଏକାନ୍ତରେ ବସି ସ୍ୱାମୀଙ୍କର ଅତୀତକୁ ମନେ ପକାଇ ଜାଣି ପାରିଲେ ଯେ ସେ ଯଦି ଆଜି ମହର୍ଷି ହୋଇ ପାରିଥାଆନ୍ତି, ତାହା କେବଳ ତାଙ୍କର ମାତୁଳ ବିଶ୍ୱାମିତ୍ରଙ୍କର  ଅଶେଷ ଆଶୀର୍ବାଦ ଫଳରେ ହିଁ ସମ୍ଭବ ହୋଇଛି । କାରଣ ବିଶ୍ୱାମିତ୍ର ଥିଲେ ଋଷି ଆଉ ରାଜ କାର୍ଯ୍ୟରେ ନିପୁଣ । ଏହାପରେ ସେ ବ୍ରହ୍ମର୍ଷିରେ ପରିଚିତ । ତାଙ୍କ ପାଇଁ ସ୍ୱାମୀ ଜମିଦଗ୍ନି ଏବେ ଜଣେ ଆଗୁଆ ପଣ୍ଡିତ । ତେଣୁ ରାମ ତା’ର ପିତାଙ୍କ ପାଖରୁ ଶିକ୍ଷାଗ୍ରହଣ କଲେ କୌଣସି ବି ଅସୁବିଧା ହେବ ନାହିଁ ।

                ଏମିତି ବିଭିନ୍ନ ବିଷୟକୁ ଚିନ୍ତା କରି ଦିନେ ଦେବୀ ରେଣୁକା ଏକାନ୍ତରେ ରାମକୁ ଡାକି ଅତି ଆଦରରେ ଆପଣାର କୋଳକୁ ଟାଣି ନେଇ ସ୍ନେହ ଶ୍ରଦ୍ଧା ଭିତରେ ତା’ର ପାଠପଢା ସମ୍ପର୍କରେ ତାକୁ ବୁଝାଇବାକୁ ଲାଗିଲେ । ସେହି କଥାରେ ରାମ କହିଲେ, ‘ମାଆ ! ପିତା ତ ଜଣେ ଋଷି । ସାଧନା ତଥା ବିଦ୍ୟା ଶିକ୍ଷା ଦେଇ ପାରିଲେ ବି ସେ କଅଣ ମୋତେ ଯୁଦ୍ଧ ବିଦ୍ୟା ଶିକ୍ଷା ଦେଇ ପାରିବେ? ଆଉ ତାହା ଯଦି ସମ୍ଭବ ନ ହୁଏ, ତେବେ ମୁଁ କ’ଣ ଶିକ୍ଷା କ୍ଷେତ୍ରରେ ଅସମ୍ପୂର୍ଣ୍ଣ ହୋଇ ରହି ଯିବି ନାହିଁ କି?’

                ଏଥିରେ ମାତା ରେଣୁକା ଦେବୀ ତାଙ୍କ ପୁତ୍ରକୁ ବୁଝାଇ କହିଲେ, ‘ଧନରେ ! ତୋର ପିତା କେବଳ ବିଦ୍ୟା କିମ୍ବା ସାଧନାରେ ନୁହେଁ, ବରଂ ସେ ଯୁଦ୍ଧ ବିଦ୍ୟାରେ ମଧ୍ୟ ନିପୁଣ ।’ ଏ କଥା ଶୁଣିବା ପରେ ରାମ ଆଉ ତାଙ୍କ ମାଆଙ୍କୁ କୌଣସି କଥା କହିଲେ ନାହିଁ । ତେଣୁ ସେ ମାଆଙ୍କ କଥାନୁସାରେ ପିତାଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବେ ବୋଲି ନିଜର ସମ୍ମତି ଜଣାଇ ଦେଲେ ଏବଂ ମାଆଙ୍କ କଥାରେ ନିଜ ପିତାଙ୍କୁ ସେ ଗୁରୁ ରୂପେ ଗ୍ରହଣ କରିନେଲେ ।

                ରାମକ୍ରମେ ପିତାଙ୍କ ପାଖରୁ ସମସ୍ତ ବିଦ୍ୟା ଶିକ୍ଷା ଲାଭ କରିବାକୁ ଲାଗିଲେ । ଯେତେବେଳେ ତାଙ୍କର ବୟସ ପନ୍ଦର ବର୍ଷ, ସେତେବେଳେ ସେ ତାଙ୍କ ପିତାଙ୍କ ପାଖରୁ ସମସ୍ତ ବିଦ୍ୟାକୁ ଆୟତ୍ତ କରି ନେଇଥିଲେ । କ୍ରମେ ସେ ବେଦ, ଶାସ୍ତ୍ରରେ ପାଣ୍ଡିତ୍ୟ ଲାଭ କରିବାକୁ ଲାଗିଲେ । ମାତ୍ର ପିତା ଜମଦଗ୍ନି ପୁତ୍ର ରାମର ଆସୁ ବୁଦ୍ଧି ତଥା ଯୁଦ୍ଧ ବିଦ୍ୟାରେ ନିପୁଣ ହୋଇ ଉଠୁଥିବା ହେତୁ ସେ ଖୁବ୍ ଚିନ୍ତିତ ହେବାକୁ ଲାଗିଲେ । କାରଣ ସେ ଜାଣି ପାରୁଥିଲେ ଯେ, ତାଙ୍କୁ ଜଣାଥିବା ସମସ୍ତ ବିଦ୍ୟା ସେ ନିଜ ପୁତ୍ରକୁ ଶିକ୍ଷା ଦେବେ । କିନ୍ତୁ; ତା’ ପରେ …?


ଗପ ସାରଣୀ

ତାଲିକାଭୁକ୍ତ ଗପ