ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସବୁ ମଣିଷଙ୍କୁ ସମାନ ମଣି ସେବା କର

ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ନିକଟକୁ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟରେ ତାଙ୍କର ବୃଦ୍ଧଚାକରକୁ ପଠାଇଥାନ୍ତି । ଖରାଦିନ ଦ୍ୱିପ୍ରହରଟାରେ ବୁଢା ଚାଲିଚାଲି ହାଲିଆ ହୋଇଯାଇଥିଲା । ସୁତରାଂ ବିଦ୍ୟାସାଗରଙ୍କ ଦାଣ୍ଡଦୁଆରେ ପହଁଚୁ ପହଁଚୁ ସେ ବୁଢା ଲଥ୍ କରି ବସିପଡିଲା ।

                ଏକଥା ବିଦ୍ୟାସାଗର ତାଙ୍କ ଘର ଭିତରେ ଥାଇ ଦେଖୁଥାନ୍ତି । ତତ୍କ୍ଷଣାତ୍ ଦାଣ୍ଡ ଦୁଆରକୁ ଆସି ସେ ଦେଖିଲେ ଯେ, ବୁଢାଟି ଥରୁଛି । ପାହାଚ ଚଢି ବାରଣ୍ଡା ଉପରକୁ ଉଠିଆସିବାପାଇଁ ସତେ ଯେପରି ତା’ର ଆଉ ବଳ ନାହିଁ । ତେଣୁ ବିଦ୍ୟାସାଗର ବୁଢାର ହାତ ଧରି ଆଣି ତାଙ୍କୁ ବାରଣ୍ଡାରେ ବସାଇଦେଲେ । ଘରୁ ପାଣି ଆଣି ତାଙ୍କୁ ପିଇବାକୁ ଦେଲେ ଓ ନିଜେ ହାତରେ ବିଂଚଣା ଧରି ବିଂଚିବାକୁ ଲାଗିଲେ ।

ବିଦ୍ୟାସାଗରଙ୍କର ସେ ବୃଦ୍ଧ ପ୍ରତି ଏତାଦୃଶ ସେବା କିଛି ଦୂରରେ ତାଙ୍କର ଜଣେ ବନ୍ଧୁ ଲକ୍ଷ୍ୟ କରୁଥିଲେ । ଏକଥା ତାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ତହୁଁ ସେ ବିଦ୍ୟାସାଗରଙ୍କ ନିକଟକୁ ଆସି କହିଲେ, “ବନ୍ଧୁ! ଆପଣ ଆଜି ଯାହା କଲେ ମୋ ମନକୁ ତାହା ଆଦୌ ମାନିଲା ନାହିଁ । ଅନ୍ତତଃ ଆପଣ ଜଣକର ସେବା କରିବା ପୂର୍ବରୁ କାହାର ସେବା କରୁଛନ୍ତି ଜାଣିବା ଦରକାର । ଯାହା ତାହାର ସେବାରୁ କ’ଣ ମିଳିବ? ଆପଣ କ’ଣ ଜାଣି ନାହାଁନ୍ତି ଯେ, ଯାହାର ସେବା କରୁଥିଲେ ସେ ଜଣେ ସ୍ଥାନୀୟ ଧନୀକ ଶ୍ରେଣୀର ବ୍ୟକ୍ତିଙ୍କର ଚାକର ବୋଲି? ଏଭଳି ଏକ ମାମୁଲି ଲୋକର ସେବା ଆପଣଙ୍କ ଭଳି ସମ୍ମାନାସ୍ପଦ ବ୍ୟକ୍ତି ପକ୍ଷରେ ଅପମାନଜନକ କାର୍ଯ୍ୟ ନୁହେଁ କି?”


ଗପ ସାରଣୀ

ତାଲିକାଭୁକ୍ତ ଗପ