ପୌରାଣିକ ଗାଥା ଅନୁଯାଇ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ସରସ୍ବତୀ ପୁରାଣ ଅନୁଯାଇ ବ୍ରହ୍ମା ସିଧା ନିଜ ଶୂକ୍ରାଣୁ ବା ବୀର୍ଯ୍ୟ ଦ୍ୱାରା ନିଜ ସୁନ୍ଦରୀ ଝିଅ ସରସ୍ବତୀଙ୍କ ଜନ୍ମଦାତା ପିତା । କିଛି ଲେଖନୀ ମଧ୍ୟ ପ୍ରମାଣ କରନ୍ତି ଯେ ବ୍ରହ୍ମା ଯେତେବେଳେ କାମାତୁର ହୋଇ ଉର୍ବଶୀ ରୁପକୁ ଉପଭୋଗ କରି ହସ୍ତ ମୈଥୁନ କରୁଥିଲେ ସତେବେଳେ ଏକ ପାତ୍ର ଦ୍ୱାରା ନିଜ ଶୂକ୍ରାଣୁ ବା ବୀର୍ଯ୍ୟକୁ ସଂଗ୍ରହ କରିଥିଲେ । ସେହି ବ୍ରହ୍ମାଙ୍କ ଶୂକ୍ରାଣୁ ବା ବୀର୍ଯ୍ୟ ପାତ୍ରରୁ ସରସ୍ବତୀଙ୍କ ଜନ୍ମ । ତେଣୁ ସରସ୍ବତୀଙ୍କ ମାତା ନାହାନ୍ତି । (ଏହି ବିବୃତ୍ତିରୁ ଜଣାଯାଏ ଏହା କେବଳ କାଳ୍ପନିକ)
ସରସ୍ବତୀ ହେଉଛନ୍ତି ହିନ୍ଦୁ ଧର୍ମର ବିଦ୍ୟା ଦେବୀ । ଯେତେବେଳେ ବ୍ରହ୍ମା ନିଜ ଝିଅର ସୌନ୍ଦର୍ଯ୍ୟ ଦେଖିଲେ ସେଥିରେ ସେ କାମୁକ ହୋଇଗଲେ । କାମାତୁର ପିତାଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ସରସ୍ବତୀ ଚାରିଦିଗକୁ ଦୌଡିଲେ କିନ୍ତୁ ନିଜ ପିତାଙ୍କ କବଳରୁ ନିଜକୁ ରକ୍ଷା କରିପାରିଲେ ନାହିଁ । ଶେଷରେ ସରସ୍ବତୀ ନିଜ ପିତାଙ୍କ ଇଛା ଆଗରେ ନିଜକୁ ସମର୍ପିତ କଲେ । ବ୍ରହ୍ମା ଏବଂ ତାଙ୍କ ଝିଅ ସରସ୍ବତୀ ଅନାଚାରରେ ଲିପ୍ତ ହୋଇ ୧୦୦ ବର୍ଷ ଯାଏଁ ସ୍ୱାମୀ ସ୍ତ୍ରୀ ଭାବରେ ସଂସାର କଲେ । ସେମାନଙ୍କର ଗୋଟେ ପୁଅ ଥିଲା ଯାହାଙ୍କ ନାମ ସ୍ୱୟଂଭୁମରୁ । ସ୍ୱୟଂଭୁମରୁ ନିଜ ଭଉଣୀ ସତରପା ସହ ପ୍ରଣୟ କଲା । ବ୍ରହ୍ମାଙ୍କ ନିଜ ପୁତ୍ର ଏବଂ ପୁତ୍ରୀଙ୍କ ଅନାଚାର ପ୍ରଣୟରୁ ବ୍ରହ୍ମାଙ୍କର ଦୁଇଟି ନାତି ଏବଂ ଦୁଇଟି ନାତୁଣୀ ଜନ୍ମ ହେଲା ।
କିନ୍ତୁ ମତ୍ସ୍ୟ ପୁରାଣ ଅନୁସାରେ, ଯେତେବଳେ କେବଳ ସୃଷ୍ଟିରେ ସେ ନିଜେ ଏକା ହିଁ ଥିଲେ ଏବଂ ବ୍ରହ୍ମାଣ୍ଡ ନଥିଲା ସେତବେଳେ ତାଙ୍କୁ ସାଥି ଦେବାପାଇଁ ସେ ନିଜକୁ ଦୁଇ ଭାଗରେ ବିଭକ୍ତ କରି ନାରୀ ଅଙ୍ଗ ସୃଷ୍ଟି କଲେ । ଏହା ପୁରାଣରେ, ଯାହା ବ୍ରହ୍ମାଙ୍କ ମୁଖରୁ ଉଭୁରିଲା ତାହା ସନ୍ଧ୍ୟା, ବ୍ରାହ୍ମୀ ବା ସରସ୍ବତୀ ନାମରେ ପରିଚିତ । ବ୍ରହ୍ମା ସରସ୍ବତୀଙ୍କ ଉପରେ ଆକର୍ଷିତ ହୋଇ ପ୍ରେମରେ ପଡିଗଲେ । ବ୍ରହ୍ମାଙ୍କ ଲାଳସା ବଢି ଚାଲିଲା ତେଣୁ ସେ ସରସ୍ୱତୀଙ୍କୁ ଏକାଗ୍ରତାରେ ଦେଖିଚାଲିଲେ । ବ୍ରହ୍ମାଙ୍କ ଏକଲୟରେ ଦେଖିବାକୁ ଭଙ୍ଗ କରିବା ପାଇଁ ସରସ୍ବତୀ ଚାରିଦିଗକୁ ଭ୍ରମଣ କଲେ ଏବଂ ଉପରକୁ ମଧ୍ୟ ଉଡିଗଲେ କିନ୍ତୁ ବ୍ରହ୍ମା ମୁଣ୍ଡ ନବୁଲେଇ ଚାରିଦିଗ ପାଇଁ ଚାରୋଟି ମୁଣ୍ଡ ଏବଂ ଉପର ଦିଗକୁ ଦେଖିବା ପାଇଁ ଉପର ମୁଣ୍ଡ ଏହିପରି ପାଞ୍ଚଟି ମୁଣ୍ଡଧାରୀ ହୋଇଗଲେ । ବ୍ରହ୍ମା ଶେଷରେ ତାଙ୍କୁ ବ୍ରହ୍ମାଣ୍ଡ ସୃଷ୍ଟି କରିବାପାଇଁ ସାହାଯ୍ୟ ଭିକ୍ଷା କଲେ । ସରସ୍ବତୀ ବ୍ରହ୍ମାଙ୍କୁ ନିଜ ସ୍ୱାମୀ ରୂପରେ ସାହାଯ୍ୟ କରି ତାଙ୍କ ଯୋଜନାକୁ ସଫଳ କରିବାପାଇଁ ଉପଦେବତା ମନୁ ସୃଷ୍ଟିକଲେ, ଯିଏକି ପୃଥିବୀର ରଚୟିତା ହେଲେ । ସରସ୍ବତୀ ହେହୁଛନ୍ତି ଆମ ଭାଷାର ଜନନୀ, ଏବଂ ହିନ୍ଦୁତ୍ୱ ତଥା ସମସ୍ତ ବେଦର ଜନନୀ । ପ୍ରଜାପତି(ବ୍ରହ୍ମା) ନିଜ ଝିଅ(ସରସ୍ବତୀ) ସହ ପ୍ରେମ ଏବଂ ପ୍ରଣୟ କରି ଅନାଚାର ସମ୍ପର୍କରେ ଲିପ୍ତ ଥିଲେ ତେଣୁ ଶିବ ଏଥିରେ କ୍ଷୁବ୍ଦ ହୋଇ ତ୍ରିଶୂଳରେ ତାଙ୍କ ଉପରୁକୁ ଥିବା ମୁଣ୍ଡକୁ କାଟି ଦେଇଥିଲେ ଯାହାକି ବଦ୍ରୀନାଥରେ ଏକ ପଥର ରୂପରେ ଖସି ପଡିଲା । ଏବେ ଏହାକୁ ହିନ୍ଦୁ ଅନୁଗାମୀମାନେ ବ୍ରହ୍ମା କପାଳ ନାମରେ ପୂଜା କରୁଛନ୍ତି । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ଅନେକ କାହାଣୀ ବିଭିନ୍ନ ଜାତିଗତ ପ୍ରଚାର ଉଦ୍ଧେଶ୍ୟରେ ସମୟାନୁକ୍ରମେ ବାରମ୍ବାର ଜାଲିଆତି ଲେଖାର ବା ଅନୁବାଦର ଶିକାର ହୋଇଥାଏ, ତେଣୁ କୌଣସି କାହାଣୀ ଯାହା କୌଣସି ଜାତି, ଧର୍ମ ଓ ବ୍ୟକ୍ତି ବିଶେଷ ଇତ୍ୟାଦିକୁ ଆକ୍ଷେପ ବା ପ୍ରଶଂସାକରି ଲେଖା ହୋଇଥାଏ ତେବେ ନିଜ ତର୍କ ବୁଦ୍ଧି ବଳରେ ସତ୍ୟକୁ କାଢ଼ିବାକୁ ଚେଷ୍ଟା କରନ୍ତୁ ।