Category - ଅର୍ବାଚୀନ ଗପ

ପେଟେଂଟ ମେଡିସିନ୍

ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ । “କିଆଁ ଯିବ? କଣ ଲୋଡା? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ । ହେଲେ ଖବରଦାର, ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଂଟା ଲାଗି ଦାଣ୍ଡଦୁଆର ପାଖ...

Read More

ରାଣ୍ଡୀପୁଅ ଅନନ୍ତା

ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର...

Read More

ଗାରୁଡି ମନ୍ତ୍ର

ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା...

Read More

ଅଧର୍ମ ବିତ୍ତ

ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ ।                 ସକାଳ ଓଳି...

Read More

ସଭ୍ୟ ଜମିଦାର

ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା...

Read More

ବିରେଇ ବିଶାଳ

ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି...

Read More

ଡାକମୁନ୍ସି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ ଅନେକ ପୋଷ୍ଟଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରି ଆସିଲେଣି । ଆଜିକୁ ଦଶବର୍ଷ ହେଲା କଟକ ସଦର ପୋଷ୍ଟଅଫିସରେ ବରାବର ରହି ସେ କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି । ବର୍ତ୍ତମାନ ସେ ହେଡ୍ପିଅନ, ଦରମା ମାସକୁ ତାଙ୍କର ନଅ ଟଙ୍କା । କଟକ ସହରରେ ତ ସବୁ ଜିନିଷ...

Read More

ସୁନାବୋହୂ

ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ...

Read More

ଧୂଳିଆବାବା

 ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ...

Read More

ଅଜା ନାତି କଥା

(ସତ୍ୟ ଘଟନାମୂଳକ)                 ଅଜା ରାମ ଦ୍ୱିବେଦୀଏ – ଆରେ ଗଣି! ଆମ ଜମିର ରୋଡସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି’ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ...

Read More

ବାଲେଶ୍ୱରୀ ରାହାଜାନି

(ସତ୍ୟ ଘଟନା)                 ରେଳ ତ କାଲିକା କଥା, କଲିକତାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡକଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିର ଚିହ୍ନ ସୁଦ୍ଧା ବି ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତର-ପଶ୍ଚିମାଂଚଳସ୍ଥ ଜଗନ୍ନାଥଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗଗତିବତ୍ କୁଟିଳ, ଶ୍ୱାପଦସଙ୍କୁଳ...

Read More

ପାଠୋଈ ବୋହୂ

ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ  ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି ।                 ମୁକ୍ତାରବାବୁ...

Read More

ବାଲେଶ୍ୱରୀ ପଙ୍ଗାଲୁଣ

(ସତ୍ୟ ଘଟନା)                 କାହିଁ କେଉଁ ଆବହମାନ କାଳରୁ ବାଲେଶ୍ୱରରେ ପଙ୍ଗାଲୁଣ ପ୍ରସ୍ତୁତ ହୋଇଆସୁଥିଲା । ସରକାର ବାହାଦୁର କେଉଁ ସମୟରୁ ଏହି ବ୍ୟାପାରରେ ହସ୍ତକ୍ଷେପ କଲେ, ତାହା ନିର୍ଣ୍ଣୟ କରିବା ଏତେ ସହଜ କଥା ନୁହେଁ, ଏ କଥା ଅନୁମାନ କରାଯାଇପାରେ ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ଦେଶାଧିକାର କରିବା ପୂର୍ବରୁ ଏହି ବ୍ୟବସାୟରେ ଲିପ୍ତ...

Read More

ମାଧ ମହାନ୍ତିଙ୍କ କନ୍ୟାସୁନା

ମାଧ ମହାନ୍ତିଙ୍କ ଘର ମଧୁପୁର । ଜାତିରେ ସେ ବଳରାମ ଗୋତ୍ରୀ । ବୟସ ତାଙ୍କର ସତୁରିକ ଭିତରେ । ତାଙ୍କ ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଊଣା ପୂରା ପନ୍ଦର ବର୍ଷର ଝିଅଟିଏ, ନାମ ତାର ମାଳତୀ । ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି । ବୁଢୀ ଚାଲିଯିବାବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦି’ଥର...

Read More

କାଳିକାପ୍ରସାଦ ଗୋରାପ

ବାବୁ ଶିବପ୍ରସାଦ ଚୌଧୁରୀଏ କହିଲେ, “ଆଜି ଦିନ ଦୁଇପ୍ରହର ବେଳେ ସଭା ବସିବା କଥା, କାଲି ଓପରଓଳିଠୁଁ ମହାଜନମାନଙ୍କୁ ଜଣାଇ ଦିଆଯାଇଛି- ଦେଖନ୍ତୁ, ଉଛୁଣିକା ଚଉଦଘଡି ବେଳ ଟଳିବାକୁ ବସିଲାଣି । ସମସ୍ତଙ୍କର ଦେଖାସାକ୍ଷାତ୍ ନାହିଁ, ଭାରି ଦରକାରୀ କାମରେ ଏପରି ମଠ କଲେ କି ଚଳେ?”                 ବାବୁ ଜଗବନ୍ଧୁ ମଲ୍ଲେ କହିଲେ, “ହେଉ, ହେଉ, ଆହେ ମାଗୁଣି ମହାନ୍ତିଏ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ